ଏୟାର୍‌ଟେଲ୍‌ର ନୂଆ ପ୍ଲାନ୍‌, ୧୮୧ରେ ଦିନକୁ ମିଳୁଛି ୩ ଜିବି ଡାଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

ଏୟାର୍‌ଟେଲ୍‌ର ନୂଆ ପ୍ଲାନ୍‌, ୧୮୧ରେ ଦିନକୁ ମିଳୁଛି ୩ ଜିବି ଡାଟା

airtel1

ନୂଆଦିଲ୍ଲୀ: ଟେଲିକମ୍‌ କମ୍ପାନୀଗୁଡ଼ିକ ମଧ୍ୟରେ ଲାଗି ରହିଥିବା ପ୍ରତିଯୋଗିତା ଶେଷ ହେବାର ନାଁ ନେଉନାହିଁ। ଆଉ ଗ୍ରାହକଙ୍କୁ ମିଳୁଛି ଲାଭ ଉପରେ ଲାଭ।
ରିଲାଏନନ୍ସ ଜିଓ ପରେ ଏୟାର୍‌ଟେଲ୍‌ ଏକ ନୂଆ ପ୍ରିପେଡ୍‌ ପ୍ଲାନ୍‌ ଏବେ ମାର୍କେଟ୍‌କୁ ଆଣିଛି। କିନ୍ତୁ ଏହି ନୂଆ ପ୍ଲାନ୍‌ କେବଳ ଅଳ୍ପ କିଛି ଟେଲିକମ୍‌ ସର୍କଲ୍‌ ପାଇଁ ସୀମିତ ରଖାଯାଇଛି।
ଏୟାର୍‌ଟେଲ୍‌ର ନୂଆ ରିଚାର୍ଜ ପ୍ୟାକ୍‌ର ମୂଲ୍ୟ ୧୮୧ ଟଙ୍କା ରଖାଯାଇଛି। ଏଥିରେ ୟୁଜର୍‌ଙ୍କୁ ପ୍ରତିଦିନ ୩ଜିବି ୨ଜି/୩ଜି/୪ଜି ଡାଟା ମିଳିବ। କେବଳ ଏତିକି ନୁହେଁ, ୟୁଜର୍‌ଙ୍କୁ ଏଥିରେ ଅନ୍‌ଲିମିଟେଡ୍‌ ଭଏସ୍‌ କଲ୍‌ ଏବଂ ପ୍ରତିଦିନ ୧୦୦ ଏସ୍‌ଏମ୍‌ଏସ୍‌ ଦେବାର ସୁବିଧା ମଧ୍ୟ ରହିଛି। ଏହି ନୂଆ ପ୍ଲାନ୍‌ର ବୈଧତା କେବଳ ୧୪ ଦିନ ପାଇଁ ରଖାଯାଇଛି।
ଏହି ନୂଆ ପ୍ଲାନ୍‌ ଯୋଗୁ ଏୟାର୍‌ଟେଲ୍‌ ସବ୍‌ସ୍କ୍ରାଇବର୍‌ଙ୍କୁ ୪୨ ଜିବି ଡାଟା ବ୍ୟବହାର କରିବା ପାଇଁ ମିଳିବ। ଆପଣ ଦେଇଥିବା ୧୮୧ ଟଙ୍କାକୁ ହିସାବ କରିବା ପରେ, ଏହି ନୂଆ ପ୍ଲାନ୍‌ ଅନୁସାରେ ମିଳୁଥିବା ୪୨ ଜିବି ଡାଟାରୁ ୧ ଜିବି ଡାଟାର ମୂଲ୍ୟ ୪.୩ ଟଙ୍କା। ଏହି ପ୍ରକାର ପ୍ରତିଦିନ ଆପଣ ୩ଜିବି ନୂଆ ଏୟାର୍ଟେଲ୍ ପ୍ଲାନ୍ ଡାଟାରେ ପାଇପାରିବେ।
ଟେଲିକମ୍‌ କମ୍ପାନୀର ରିପୋର୍ଟ ଅନୁସାରେ, ଗ୍ରାହକଙ୍କୁ ମିଳୁଥିବା ଅନ୍‌ଲିମିଟେଡ୍‌ ଭଏସ୍‌ କଲ୍‌ର କୌଣସି ସୀମା ନାହିଁ। ଏହି ମୂଲ୍ୟରେ ଅନ୍ୟ ଟେଲିକମ୍‌ କମ୍ପାନୀ କୌଣସି ସେବା ଦେଉନାହିଁ ବୋଲି କମ୍ପାନୀ ରିପୋର୍ଟରେ କହିଛି।



from Odisha Reporter https://ift.tt/2zM7Fei

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages