ସହଦେବ କିପରି ଜାଣି ପାରୁଥିଲେ ଭବିଷ୍ୟତ ଓ ବର୍ତ୍ତମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 2, 2018

ସହଦେବ କିପରି ଜାଣି ପାରୁଥିଲେ ଭବିଷ୍ୟତ ଓ ବର୍ତ୍ତମାନ

sahadev

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାଭାରତର କାହାଣୀ ଆପଣ ଶୁଣିଥିବେ ନିଶ୍ଚୟ। ଏହାର ପ୍ରମୁଖ ଚରିତ୍ର ଭାବେ ପଞ୍ଚୁ ପାଣ୍ଡବ ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ଓ ସହଦେବଙ୍କ କଥା କିଏ ନ ଜାଣେ।
ମହାଭାରତରେ ବର୍ଣ୍ଣିତ ଅଛି ଯେ, ୫ ପାଣ୍ଡବଙ୍କ ମଧ୍ୟରେ ସହଦେବ ସବୁଠାରୁ ବୁଦ୍ଧିବାନ୍‌ ଥିଲେ। ସେ ଭୂତ, ବର୍ତ୍ତମାନ ଏବଂ ଭବିଷ୍ୟତ ଜାଣି ପାରୁଥିଲେ। ଆଗାମୀ ଭବିଷ୍ୟତରେ କଣ ହେବ, ଅତି ସହଜରେ ସେ କହିପାରୁଥିଲେ। ତେବେ ଆସନ୍ତୁ ଜାଣିବା ସହଦେବ ଏତେ ବୁଦ୍ଧିମାନ୍‌ କେମିତି ହେଲେ।
ନିକଟରେ ମହାରାଜ ପଣ୍ଡୁଙ୍କ ମୃତ୍ୟୁ ବୃତ୍ତାନ୍ତ ସମ୍ପର୍କରେ ଆମେ ଆମ ଧର୍ମ ସ୍ତମ୍ଭରେ ଆପଣଙ୍କୁ ଅବଗତ କରିଥିଲୁ। କିପରି ମହର୍ଷି କିନ୍ଦମଙ୍କ ଅଭିଶାପ ଫଳରେ ପାଣ୍ଡୁଙ୍କ ମୃତ୍ୟୁ ହୋଇଥିଲା ସେ ବିଷୟରେ ଜଣାଇଥିଲୁ।

ଅଧିକ ପଢ଼ନ୍ତୁ-ଏହି ଅଭିଶାପ ପଣ୍ଡୁଙ୍କ ପୌରୁଷକୁ ଲାଞ୍ଛିତ କରିଥିଲା, ଜାଣିଛନ୍ତି କାହିଁକି ?

ମହାରାଜ ପଣ୍ଡୁଙ୍କ ମୃତ୍ୟୁକୁ କିଛିଦିନ ପୂର୍ବରୁ ସେ ନିଜ ପୁତ୍ରମାନଙ୍କୁ ପାଖକୁ ଡାକି କହିଥିଲେ, ଯଦି ତୁମେମାନେ ବୁଦ୍ଧିବାନ୍‌ ହେବାକୁ ଏବଂ ଜ୍ଞାନ ଆହରଣ କରିବାକୁ ଚାହୁଁଛ ତେବେ ମୋର ମସ୍ତିଷ୍କକୁ ମୃତ୍ୟୁପରେ ଭକ୍ଷଣ କରିବ।
ପଣ୍ଡୁଙ୍କ ମୃତ୍ୟୁ ପରେ ନିଜ ପିତାଙ୍କ ମସ୍ତିଷ୍କ ଖାଇବା ପାଇଁ ୪ ପାଣ୍ଡବଙ୍କର ସାହସ ନ ଥିଲା। ଏକମାତ୍ର ସହଦେବ ହିଁ ଥିଲେ, ଯିଏ ପଣ୍ଡୁଙ୍କ ଇଚ୍ଛା ପୂରଣ କରିଥିଲେ ଏବଂ ତାଙ୍କ ମସ୍ତିଷ୍କକୁ ଭକ୍ଷଣ କରିଥିଲେ।
ସହଦେବ ଯେତେବେଳେ ପ୍ରଥମେ ତାଙ୍କ ପିତାଙ୍କ ମୁଣ୍ଡ ଖାଇଥିଲେ, ତାଙ୍କୁ ଦୁନିଆର ଘଟିଥିବା ସମସ୍ତ ଘଟଣା ଏବଂ ବସ୍ତୁ ବିଷୟରେ ଜାଣିବାକୁ ମିଳିଥିଲା। ଦ୍ୱିତୀୟ ଥର ସେ ଖାଇବା ପରେ ବର୍ତ୍ତମାନରେ ଘଟୁଥିବା ସମସ୍ତ ଘଟଣା ବିଷୟରେ ଜାଣି ପାରିଥିଲେ। ସେହିପରି ତୃତୀୟଥର ଖାଇବା ପରେ ସହଦେବଙ୍କୁ ଭବିଷ୍ୟତରେ ଘଟିବାକୁ ଥିବା ସମସ୍ତ ଘଟଣା ବିଷୟରେ ଜାଣିପାରିଥିଲେ। ଏହିପରି ଭାବରେ ସହଦେବ ବୁଦ୍ଧିବାନ୍‌ ଏବଂ ଜ୍ଞାନୀ ହୋଇଥିଲେ।



from Odisha Reporter https://ift.tt/2Onjdgv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages