ଗଜପତି ଜିଲ୍ଲାକୁ ୩ ଗାଡ଼ି ରିଲିଫ୍ ସାମଗ୍ରୀ ପଠାଇଲେ ତୈଳ କମ୍ପାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 12, 2018

ଗଜପତି ଜିଲ୍ଲାକୁ ୩ ଗାଡ଼ି ରିଲିଫ୍ ସାମଗ୍ରୀ ପଠାଇଲେ ତୈଳ କମ୍ପାନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୟଙ୍କର ବାତ୍ୟା ‘ତିତଲି’ ଓ ଲଗାଣ ବର୍ଷାରେ ସର୍ବାଧିକ ପ୍ରଭାବିତ ଗଜପତି ଜିଲ୍ଲାକୁ ୩ଟି ତୈଳ ବିପଣନ କମ୍ପାନୀ ଆଜି ୩ ଗାଡ଼ି ରିଲିଫ ସାମଗ୍ରୀ ପଠାଇଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ସମ୍ପୃକ୍ତ ୩ ତୈଳ କମ୍ପାନୀର ବରିଷ୍ଠ ଅଧିକାରୀମାନେ ବିଚାର ବିମର୍ଶ କରିବା ପରେ ଏହି ରିଲିଫ୍ ସାମଗ୍ରୀ ଗଜପତି ଜିଲ୍ଲାକୁ ପଠାଯାଇଛି।

ଏ ସମ୍ପର୍କରେ ସୂଚନା ଦେଇ ଏଚପିସିଏଲର ଏଲପିଜି ମୁଖ୍ୟ ଧର୍ମେନ୍ଦ୍ର ବେହୁରିଆ କହିଛନ୍ତି ଏଚପିସିଏଲ ସମେତ ଇଣ୍ଡିଆନ ଅଏଲ ଓ ଭାରତ ପେଟ୍ରୋଲିୟମର ଅଧିକାରୀ ମାନେ ଏହି ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି କାରଣରୁ ସଡ଼କ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହେବା କାରଣରୁ ଏଲପିଜି, ପେଟ୍ରୋଲ, ଡିଜେଲ ଓ କିରୋସିନି ଆବଶ୍ୟକ ସ୍ଥାନରେ ମହଜୁଦ କରିବା ସହ ଉପଭୋକ୍ତା ମାନଙ୍କୁ ଆବଶ୍ୟକତା ଅନୁସାରେ ଯୋଗାଇ ଦେବାପାଇଁ ପ୍ରସ୍ତୁତି କରାଯାଇଥିବା ଶ୍ରୀ ବେହୁରିଆ କହିଛନ୍ତି।

ଲୋକମାନେ ପ୍ରାକୃତିକ ଦୁର୍ବିପାକ ଯୋଗୁ କଷ୍ଟରେ ଥିବାବେଳେ ଏଲପିଜି ଉପଲବ୍ଧ ରହିଲେ ସେମାନେ ରୋଷେଇ କରି ଖାଇପାରିବେ। ତେଣୁ ଏଲପିଜିକୁ ଲୋକମାନଙ୍କ ପାଖରେ ଉପଲବ୍ଧ କରାଇବା ପାଇଁ ତୈଳ ବିପଣନ କମ୍ପାନୀ ମାନଙ୍କ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି। ଏହି ପ୍ରାକୃତିକ ଦୁର୍ବିପାକରେ ବିଶେଷ କ୍ଷତିଗ୍ରସ୍ତ ଗଜପତି ଜିଲା ପାଇଁ ୩ଟି ରିଲିଫ ଗାଡ଼ି ତୈଳ କମ୍ପାନୀ ମାନଙ୍କ ପକ୍ଷରୁ ପଠାଯାଇଛି। ପଲିଥିନ୍, ଚୁଡ଼ା, ଚିନି, ଗ୍ଲୁକୋଜ, ମହମବତି, ଦିଆସିଲି ଆଦି ରିଲିଫ ସାମଗ୍ରୀ ପଠାଯାଇଥିବା ଶ୍ରୀ ବେହୁରିଆ ସୂଚନା ଦେଇଛନ୍ତି।

ଆଗାମୀ ଦିନରେ ତୈଳ କମ୍ପାନୀଗୁଡ଼ିକ ତରଫରୁ ପ୍ରଭାବିତ ଲୋକମାନଙ୍କୁ ଅଧିକ ସାହାଯ୍ୟ ଯୋଗାଇ ଦେବାପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ବେହୁରିଆ କହିଛନ୍ତି



from Odisha Reporter https://ift.tt/2NCYRuU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages