କୁଲଦୀପ ଓ ଉମେଶ ଝଟ୍‌କା ପରେ ୱେଷ୍ଟଇଣ୍ଡିଜର ମଙ୍ଗ ସମ୍ଭାଳିଲେ ରୋଷ୍ଟନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 12, 2018

କୁଲଦୀପ ଓ ଉମେଶ ଝଟ୍‌କା ପରେ ୱେଷ୍ଟଇଣ୍ଡିଜର ମଙ୍ଗ ସମ୍ଭାଳିଲେ ରୋଷ୍ଟନ୍‌

ହାଇଦ୍ରାବାଦ: ଆଜିଠାରୁ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ପଡ଼ିଆରେ ଦ୍ୱିତୀୟ ଟେଷ୍ଟ୍‌ ଆରମ୍ଭ ହୋଇଛି। ପ୍ରଥମେ ବ୍ୟାଟିଂ କରୁଥିବା ୱେଷ୍ଟ୍‌ଇଣ୍ଡିଜ୍‌ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ପରବର୍ତ୍ତୀ ଅବସ୍ଥାରେ ସ୍ଥିତି ସୁଧାରିବାକୁ ସକ୍ଷମ ହୋଇଛି।

ଦଳର ମିଡଲ୍‌ ଅର୍ଡର ବ୍ୟାଟସ୍‌ମ୍ୟାନ୍‌ ରୋଷ୍ଟନ୍‌ ଚେଜ୍‌ ବେଶ ଦକ୍ଷତାର ସହ ଭାରତୀୟ ବୋଲିଂ ବାହିନୀର ମୁକାବିଲା କରି ଦଳୀୟ ସ୍କୋରକୁ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୨୯୫ରେ ପହଞ୍ଚାଇଛନ୍ତି। ସେ ବ୍ୟକ୍ତିଗତ ୯୮ ରନ୍‌ କରି ଅପରାଜିତ ରହିଛନ୍ତି। ତାଙ୍କ ସହ ଲେଗ ସ୍ପିନର୍‌ ଦେବେନ୍ଦ୍ର ବିଶୁ କ୍ରିଜ୍‌ରେ ରହିଛନ୍ତି। ଚେଜ୍‌ଙ୍କ ବ୍ୟତୀତ ଦଳର ନିୟମିତ ଅଧିନାୟକ ଜେସନ୍‌ ହୋଲ୍ଡର୍‌ ମଧ୍ୟ ୫୨ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଇଣ୍ଡିଜ୍‌ ବାହିନୀ ୭ ୱିକେଟ୍‌ ହରାଇ ୨୯୫ ରନ୍‌ କରିଛି।

ଭାରତ ପକ୍ଷରୁ ଚାଇନାମ୍ୟାନ୍‌ ବୋଲର୍‌ କୁଲଦୀପ ଯାଦବ ଓ ସ୍ପିଡ୍‌ଷ୍ଟର ଉମେଶ ଯାଦବ ୩ଟି ଲେଖାଏ ୱିକେଟ୍‌ ପାଇଥିଲା ବେଳେ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ଗୋଟିଏ ୱିକେଟ୍‌ ନେଇଛନ୍ତି।

ସେହିପରି ଆଜିର ମ୍ୟାଚ୍‌ରେ ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ଟେଷ୍ଟ ଡେବ୍ୟୁ କରିଛନ୍ତି।

ରାଜକୋଟ୍‌ରେ ବିଶାଳ ପରାଜୟ ପରେ କମ୍‌ ବ୍ୟାକ୍‌ ଲକ୍ଷ୍ୟ ନେଇ ଜେସନ୍‌ ହୋଲ୍ଡରଙ୍କ ଇଣ୍ଡିଜ୍‌ ବାହିନୀ ହାଇଦ୍ରାବାଦ୍‌ ରାଜୀବ ଗାନ୍ଧି ପଡ଼ିଆକୁ ଓହ୍ଲାଇଥିଲା। ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଥିଲା।

କିନ୍ତୁ ଦଳୀୟ ସ୍କୋର ୩୨ ଥିବା ବେଳେ ଅଶ୍ୱିନ୍‌ ଓପନର୍‌ କେଏ ପାୱେଲଙ୍କୁ ଆଉଟ୍‌ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ କୁଲଦୀପ ଯାଦବ ଓ ଉମେଶ ଯାଦବ ଇଣ୍ଡିଜ୍‌ ବ୍ୟାଟିଂ ଅର୍ଡରକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲେ।

ଅନ୍ୟତମ ଓପନର୍‌ ତଥା ଦଳର କାମଚଳା ଅଧିନାୟକ କେ ବ୍ରାଥୱେଟ୍‌(୧୪)ଙ୍କୁ କୁଲଦୀପ ଏଲ୍‌ବିଡବ୍ଲ୍ୟୁ କରିଦେଇଥିଲେ। ପରେ ପରେ ଭଲ ଲୟରେ ଥିବା ଶାଇ ହୋପ୍‌(୩୬)ଙ୍କୁ ଉମେଶ ଯାଦବ ଆଉଟ୍‌ କରି ଇଣ୍ଡିଜ୍‌ ଦଳକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଏସ୍‌ ହେଟମୟର(୧୨) ଓ ଏସ୍‌ ଆମ୍ରିସ୍‌(୧୮)ଙ୍କୁ ମାତ୍ର ୨୧ ରନ୍‌ ମଧ୍ୟରେ ଆଉଟ୍‌ କରି କୁଲଦୀପ ଯାଦବ ବିପର୍ଯ୍ୟୟ ସୃଷ୍ଟି କରିଥିଲେ।

ଅନ୍ୟପଟେ କିନ୍ତୁ ରୋଷ୍ଟନ୍‌ ଚେଜ୍‌ ଭାରତୀୟ ବୋଲରଙ୍କ ଦୃଢ଼ ମୁକାବିଲା କରି ଚାଲିଥିଲେ। ପ୍ରଥମେ ସେ ଏସ୍‌ ଡୱରିଚ୍‌ଙ୍କ ସହ ମିଶି ୬୯ ରନ୍‌ର ଭାଗିଦାରୀ କରିଥିଲେ। ଦଳୀୟ ସ୍କୋର ୧୮୨ ଥିବା ବେଳେ ଡୱରିଚ୍‌(୩୦)ଙ୍କୁ ଉମେଶ ଯାଦବ ଆଉଟ୍‌ କରି ଇଣ୍ଡିଜ୍‌ ପାଇଁ ପୁଣି ସମସ୍ୟା ସୃଷ୍ଟି କରିଥିଲେ। ହେଲେ ଅଧିନାୟକ ଜେସନ୍‌ ହୋଲ୍ଡର ଓ ରୋଷ୍ଟନ୍‌ ମିଳିତ ଭାବେ ୧୦୪ ରନ୍‌ ଭାଗିଦାରୀ କରି ଇଣ୍ଡିଜ୍‌ ଦଳର ମଙ୍ଗ ସମ୍ଭାଳିଥିଲେ। ଇତି ମଧ୍ୟରେ ଦୁଇ ବ୍ୟାଟସ୍‌ମ୍ୟାନ୍‌ ନିଜ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

ତେବେ ଭାରତ ପାଇଁ ଅଡ଼ୁଆ ସୃଷ୍ଟି ହେବା ପୂର୍ବରୁ ଉମେଶ ଯାଦବ ୱିକେଟ୍‌ କିପର୍‌ ଋଷଭ ପନ୍ତ ହାତରେ ହୋଲ୍ଡର୍‌(୫୨)ଙ୍କୁ ଆଉଟ୍‌ କରାଇ ଭାରତୀୟ ଶିବିରକୁ ଆଶ୍ୱସ୍ତି ଦେଇଥିଲେ। ଏହାପରେ କିନ୍ତୁ ରୋଷ୍ଟନ୍‌ ଓ ବିଶୁ ଇଣ୍ଡିଜ୍‌ ଦଳକୁ ଆଉ କୌଣସି କ୍ଷତି ପହଞ୍ଚାଇବାକୁ ଦେଇ ନଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ବିଶୁ ୨ ରନ୍‌ କରି ରୋଷ୍ଟନଙ୍କୁ ଭରପୂର ସହଯୋଗ କରିଥିଲେ।

ଆଜି ଟିମ୍‌ ଇଣ୍ଡିଆରେ ମାତ୍ର ଗୋଟିଏ ପରିବର୍ତ୍ତନ କରାଯାଇଛି। ସ୍ପିଡ୍‌ଷ୍ଟର ମହମ୍ମଦ ଶାମିଙ୍କୁ ବିଶ୍ରାମ ଦିଆଯାଇ ତାଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି। ସେ ଭାରତ ପାଇଁ ୨୯୪ ତମ ଟେଷ୍ଟ୍‌ କ୍ୟାପ୍‌ ଗ୍ରହଣ କରିଛନ୍ତି।



from Odisha Reporter https://ift.tt/2IR3Kjw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages