‘ତିତଲି’ ମୁକାବିଲାରେ ରାଜ୍ୟ ସରକାର ବିଫଳ: ସିପିଏମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

‘ତିତଲି’ ମୁକାବିଲାରେ ରାଜ୍ୟ ସରକାର ବିଫଳ: ସିପିଏମ୍

photo3

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ତିତଲି’ ବାତ୍ୟା ଓ ତଦଜନିତ ବନ୍ୟା ପରିସ୍ଥିତିର ମୁକାବିଲା କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ଓ ଏହି ବିପର୍ଯ୍ୟୟରେ ୪୦ଜଣଙ୍କ ମ୍ତୁତ୍ୟୁ ଘଟିଛି ବୋଲି ସିପିଆଇ(ଏମ୍) ଆଜି ଏକ ବିବୃତିରେ କହିଛି। ସେହିପରି ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ୨୦ ଲକ୍ଷ କ୍ଷତିପୁରଣ ସହ ଫସଲହାନୀ ଓ ଘରଭଙ୍ଗା ସାହାଯ୍ୟ ପର୍ଯ୍ୟାପ୍ତ ପରିମାଣରେ ଦେବା ପାଇଁ ଦଳ ଦାବି କରିଛି।

ସିପିଆଇ(ଏମ୍) ପକ୍ଷରୁ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକଙ୍କ ଦ୍ଵାରା ଜାରି ଏହି ବିବୃତିରେ କୁହାଯାଇଛି,” ଓଡ଼ିଶାରେ ବାତ୍ୟା ‘ତିତଲି’ ପର ଅବସ୍ଥାରେ ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର । ରାଜ୍ୟର ୧୬ଟି ଜିଲ୍ଲାର ୧୨୦ଟି ବ୍ଳକରେ ବନ୍ୟାର ପ୍ରଭାବ ଯୋଗୁଁ ହଜାର ହଜାର ଏକରରେ ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛି ଗଜପତି, ଗଞ୍ଜାମ ଓ ରାୟଗଡା ଜିଲ୍ଲା। କେବଳ ଗଜପତି ଓ ଗଞ୍ଜାମ ଜିଲ୍ଲାରେ ୪୦ ଜଣ ମୃତ୍ୟୁ ଘଟିଛି। ଶହ ଶହ ଗୋରୁ ଗାଈ, ପ୍ରାଣୀ ସମ୍ପଦ ଓ ବଡ ବଡ ଗଛ ଛିନଭିନ୍ ହୋଇଯାଇଛି। ୧୦,୦୦୦ରୁ ଉର୍ଦ୍ଧ୍ଵ ଘର ଭାଙ୍ଗିଛି।

“ରାଜ୍ୟ ସରକାରଙ୍କ “ଶୂନ ମୃତ୍ୟୁ” ଟାର୍ଗେଟ୍ ଏକ ଫମ୍ପା ସ୍ଳୋଗାନରେ ପରିଣତ ହୋଇଛି। ଲୋକଙ୍କ ଧନ ଜୀବନ, ଚାଷ ଇତ୍ୟାଦି ନଷ୍ଟ ବିନଷ୍ଟ ହେଉଥିବା ବେଳେ ରକ୍ଷା କରିବାରେ ବିଫଳ ରାଜ୍ୟ ସରକାର କେବଳ ଶସ୍ତା ପ୍ରଚାର ରେ ଲିପ୍ତ। ରିଲିଫ୍, ଥଇଥାନ ଓ ଉଦ୍ଧାର କାର୍ଯ୍ୟକ୍ରମ ନିୟୋଜିତ ହେବା ପରିବର୍ତ୍ତେ ବିଜେଡି ଦଳର ମାଳ ମାଳ ନେତା, ମନ୍ତ୍ରୀ, ଏମ୍.ଏଲ୍.ଏ , ଏମ୍.ପି. ମାନେ ଆତ୍ମ ପ୍ରଚାରରେ ମାତିଛନ୍ତି।“

ଇତି ମଧ୍ୟରେ ସମ୍ପାଦକ ଅଳି କିଶୋର ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କମିଟିର ସଭ୍ୟ ରାମଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲା କମିଟି ସଭ୍ୟ ଦିଲ୍ଳୀପ ଛୋଟରାୟ, ଯୁଧିଷ୍ଠିର ବେହେରରା, ବସନ୍ତ ନନ୍ଦ ପ୍ରମୁଖ ଏକ ପ୍ରତିନିଧିମଣ୍ଡଳୀ ଗଞ୍ଜାମ ଜିଲ୍ଲାର ପୋଇରାଶି ଗ୍ରାମ ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଚୁଡ଼ା,ଗୁଡ଼, ବିସ୍କୁଟ୍, ପାଉଁରୁଟି ଆଦି ରିଲିଫ୍ ସାମଗ୍ରୀ ବଣ୍ଟନ କରିଥିବା ଏହି ବିବୃତିରେ ଉଲ୍ଲେଖ କରାଯାଇଛି ।



from Odisha Reporter https://ift.tt/2QRQlul

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages