ଗମ୍ଭୀରଙ୍କ ଜନ୍ମଦିନରେ ସଚିନ୍‌ କଲେ ଏମିତି ଟ୍ଵିଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

ଗମ୍ଭୀରଙ୍କ ଜନ୍ମଦିନରେ ସଚିନ୍‌ କଲେ ଏମିତି ଟ୍ଵିଟ୍

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଭାରତୀୟ ବ୍ୟାଟିଂ ତାରକା ଗୌତମ ଗମ୍ଭୀରଙ୍କ ଜନ୍ମଦିନରେ କ୍ରିକେଟ୍‌ର ‘ଗଡ୍‌’ କୁହାଯାଉଥିବା ସଚିନ୍‌ ତେନ୍ଦୁଲକରଙ୍କ ବାର୍ତ୍ତା କ୍ରିକେଟ୍‌ ପ୍ରେମୀଙ୍କୁ ଯୋଗାଇଦେଇଛି ଚର୍ଚ୍ଚାର ଖୋରାକ୍। ସମସ୍ତଙ୍କର ପ୍ରିୟ ତଥା ବିଭିନ୍ନ ଗମ୍ଭୀର ପ୍ରସଙ୍ଗରେ ମତ ଦେଇ ଆସିଥିବା ଗୌତମଙ୍କୁ ଆଜି ୩୭ ବର୍ଷ ପୂରିବା ଉପଲକ୍ଷେ ସବୁ ଆଡ଼ୁ ଶୁଭେଚ୍ଛା ବାର୍ତ୍ତା ଆସୁଥିଲେ ହଁ ସଚିନ୍‌ଙ୍କ ବାର୍ତ୍ତା ଥିଲା ଟିକେ ଖାସ୍।

ସଚିନ୍‌ ୨୦୧୧ ୱାର୍ଲ୍ଡ କପ୍‌ ଫାଇନାଲ୍‌ରେ ବିଜୟ ପରବର୍ତ୍ତୀ ସେଲେବ୍ରେସନ ବେଳେ ଗମ୍ଭୀରଙ୍କ ସହ ସେ ଉଠାଇଥିବା ଫଟୋ ସହିତ ନିଜର ଅଫିସିଆଲ୍‌ ଆକାଉଣ୍ଟରେ ଲେଖିଛନ୍ତି, ‘ଗୌତମ ଗମ୍ଭୀର, ସମଗ୍ର ବର୍ଷଟି (ତୁମର) ଭଲରେ କଟୁ।’

ସଚିନ୍‌ଙ୍କ ସମଗ୍ର କ୍ରିକେଟ୍‌ ଜୀବନର ରେକର୍ଡ ସମୂହ ତାଙ୍କୁ ଯେତିକି ଖୁସି ଦେଇନଥିବ ବ୍ଲୁଜର୍ସିରେ ବିଶ୍ୱକପ୍‌ ଧରିବାର ମୁହୂର୍ତ୍ତ ତାଙ୍କ ପାଇଁ ଅଧିକ ସ୍ମରଣୀୟ ହୋଇଥିବ ନିଶ୍ଚୟ। ଆଉ ଏହା ସମ୍ଭବ ହୋଇପାରିଥିଲା ଫାଇନାଲ୍‌ ମ୍ୟାଚ୍‌ରେ ଗୌତମ ଗମ୍ଭୀରଙ୍କ ଦମଦାର ଇନିଂସ୍ ପାଇଁ। ୨୦୦୭ ଟି୨୦ ଫାଇନାଲ୍ ଏବଂ ୨୦୧୧ ବିଶ୍ୱକପ୍‌ ଫାଇନାଲ୍‌ରେ ସେ ଯଥାକ୍ରମେ ୫୭ ରନ୍‌ ଏବଂ ୯୭ ରନ୍‌ କରି ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଆଉ ସଚିନ୍‌ଙ୍କ ପାଇଁ ଶେଷ ବିଶ୍ୱକପ୍‌ ଥିବା ଏହି ବିଶ୍ୱକପ୍‌ରେ ଭାରତର ବିଜୟ ପରେ ଗମ୍ଭୀର ଖୁସି ବ୍ୟକ୍ତ କରିବା ଅବସରରେ ଭାବବିହ୍ୱଳ ହୋଇ କହିଥିଲେ, ‘ଆମେ ଏହି ବିଶ୍ୱକପ୍‌ ସଚିନ୍‌ଙ୍କ ପାଇଁ ଜିତିବାକୁ ଚାହୁଁଥିଲୁ। ଏହି ବିଶ୍ୱକପ୍‌ ବିଜୟ ତାଙ୍କ ପ୍ରତି ଉତ୍ସର୍ଗ କଲୁ।’



from Odisha Reporter https://ift.tt/2yhC42Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages