ସର୍ବସାଧାରଣଙ୍କ ପାଇଁ କାଲିଠାରୁ ଖୋଲିବ ଷ୍ଟାଚ୍ୟୁ ଅଫ୍‌ ୟୁନିଟି, ଜାଣନ୍ତୁ ଟିକେଟ୍‌ ଦାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ସର୍ବସାଧାରଣଙ୍କ ପାଇଁ କାଲିଠାରୁ ଖୋଲିବ ଷ୍ଟାଚ୍ୟୁ ଅଫ୍‌ ୟୁନିଟି, ଜାଣନ୍ତୁ ଟିକେଟ୍‌ ଦାମ

ଅହମ୍ମଦାବାଦ: ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜନ୍ମଙ୍କ ତିଥିରେ ୧୮୨ ମିଟର ଉଚ୍ଚ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ପ୍ରତିମୂର୍ତ୍ତି
ର ଲୋକାର୍ପଣ ହେବାପରେ ଆସନ୍ତାକାଲିଠାରୁ ଏହାକୁ ସାଧାରଣ ଲୋକଙ୍କ ପାଇଁ ଉନ୍ମୁକ୍ତ କରାଯିବ। ଏହାକୁ ଆଗାମୀ ଦିନରେ ଗୁଜରାଟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ କରାଯିବାର ଯୋଜନା ଥିବାବେଳେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର ପ୍ରଚାରପ୍ରସାର ପାଇଁ ବିଜ୍ଞାପ ଆରମ୍ଭ ହୋଇସାରିଛି। ଆଗକୁ ଶୀତକାଳୀନ ଛୁଟି ଥିବାରୁ ଏବଂ ଏହି ସମୟରେ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ରହୁଥିବାରୁ ଗୁଜରାଟ ପର୍ଯ୍ୟଟନ ବିଭାଗ ଏହାର ସୁଯୋଗ ନେବାପାଇଁ ପ୍ରୟାସ ଆରମ୍ଭ କରିଛି।

ଏହି ପ୍ରକଳ୍ପ କେବଳ ଏକ ସ୍ମୃତିସ୍ଥଳ ନୁହେଁ, ବରଂ ବୃହତ୍‌ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରିବାର ଲକ୍ଷ୍ୟ ରହିଛି। ନର୍ମଦା ନଦୀ ସାଙ୍ଗକୁ ପଛରେ ସାତପୁରା ଓ ବିନ୍ଧ୍ୟାଚଳ ପର୍ବତର ଦୃଶ୍ୟ ଏହି କୃତ୍ରିମ ଦ୍ୱୀପରେ ମନଲୋଭା ହୋଇପାରିଛି। ସର୍ଦ୍ଦାର ସରୋବର ଡ୍ୟାମ୍‌ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଗଲେ ଏହି ସୌନ୍ଦର୍ଯ୍ୟରେ ଆହୁରି ବଢ଼ିଯିବ।

ଆଗକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିବାକୁ ଥିବାରୁ ସର୍ଦ୍ଦାର ପଟେଲ ଷ୍ଟାଚ୍ୟୁ କମ୍ପ୍ଲେକ୍ସରେ ସରକାରଙ୍କ ପକ୍ଷରୁ ୩ ତାରକା ହୋଟେଲ, ଶପିଂ ସେଣ୍ଟର ଏବଂ ଗବେଷଣା କେନ୍ଦ୍ରର ବ୍ୟବସ୍ଥା ମଧ୍ୟ କରାଯାଇଛି। ଦ୍ରୁତିଗତିରେ ଚାଲୁଥିବା ଏଲିଭେଟର ମଧ୍ୟ ରହିଛି ଯାହାକି ପର୍ଯ୍ୟଟକଙ୍କୁ ୪୦୦ ଫୁଟ ଉପରକୁ ନେଇ ସମଗ୍ର ଅଞ୍ଚଳର ବିହଙ୍ଗାବଲୋକନ କରାଇ ପାରିବ। ପ୍ରତିମୂର୍ତ୍ତିର ଛାତି ଉଚ୍ଚତାରେ ଏକାଥରେ ୨୦୦ ଲୋକ ପହଞ୍ଚି ଏହି ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ।

ସେଲ୍ଫି ପଏଣ୍ଟ- ଯେଉଁମାନେ ଫଟୋ ଉଠାଇବାକୁ ଚାହିଁବେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ସେଲ୍ଫି ପଏଣ୍ଟ ମଧ୍ୟ ରହିଛି, ଯେଉଁଠାରୁ ପ୍ରତିକୃତି ଏବଂ ଆଖପାଖ ଅଞ୍ଚଳ ସ୍ପଷ୍ଟ ଦୃଶ୍ୟମାନ ହେବ। ଏତଦ୍‌ବ୍ୟତୀତ ଅଡିଓ ଭିଜୁଆଲ ଗ୍ୟାଲେରୀ ରହିଛି ଏବଂ ଲେଜର, ଲାଇଟ୍ ଏବଂ ସାଉଣ୍ଡ ଶୋ’ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ଆକର୍ଷଣୀୟ ଶୋ’ରେ ସ୍ୱାଧୀନତା ପରବର୍ତ୍ତୀ ସମୟର ଗାଥା ବର୍ଣ୍ଣନା କରାଯାଉଛି । ଏହା ଅହମ୍ମଦାବାଦଠାରୁ ୨୦୦ କିଲୋମିଟର ଦୂର। ଯଦିଓ ମେନ୍‌ଲ୍ୟାଣ୍ଡରୁ ଯିବାପାଇଁ ସାଧୁ ବେଟ୍‌ରୁ ପୋଲ ବ୍ୟବସ୍ଥା କରାଯାଇଛି, ଡଙ୍ଗାରେ ଗଲେ ହିଁ ଏହାର ପ୍ରକୃତ ମଜା ନେଇ ହେବ ।

ପରିଦର୍ଶନ ସମୟ ଏବଂ ଟିକେଟ୍‌ ବୁକିଂ

ଆସନ୍ତାକାଲିଠାରୁ ସପ୍ତାହର ସବୁଦିନ ସକାଳ ୯ରୁ ସନ୍ଧ୍ୟା ୬ ଯାଏ ଏହା ଖୋଲା ରହିବ। ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ସର୍ଦ୍ଦାର ସରୋବର ନର୍ମଦା ନିଗମ ଲିମିଟେଡ୍‌ ପକ୍ଷରୁ ଏହାର ଟିକେଟ୍‌ ବୁକିଂ ପାଇଁ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ବ୍ୟବସ୍ଥା ରହିଛି। ଆସନ୍ତା ଶନିବାରଠାରୁ ଏହାର ଅନ୍‌ଲାଇନ୍‌ ଟିକେଟ୍‌ ମିଳିବା ଆରମ୍ଭ ହେବ। ୩ ବର୍ଷରୁ କମ୍‌ ପିଲାଙ୍କ ପାଇଁ ପ୍ରବେଶ ଫି ଲାଗୁ ହେବନାହିଁ। ୩ ବର୍ଷରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ପାଇଁ ଏହାର ଦାମ୍‌ ଜଣପିଚ୍ଛା ୩୫୦ ଟଙ୍କା ଧାର୍ଯ୍ୟ ହୋଇଛି। ଏଥିରେ ଅବ୍‌ଜର୍ଭେସନ୍‌ ଡେକ୍‌, ଭ୍ୟାଲି ଅଫ୍ ଫ୍ଲାୱାର୍ସ, ସର୍ଦ୍ଦାର ପଟେଲ ମେମୋରିଆଲ, ସଂଗ୍ରହାଳୟ, ଅଡିଓ ଭିଜୁଆଲ ଗ୍ୟାଲେରି, ଷ୍ଟାଚ୍ୟୁ ଅଫ୍ ୟୁନିଟି ଏବଂ ସର୍ଦ୍ଦାର ସରୋବର ଡ୍ୟାମ୍‌ ଆଦି ବୁଲିପାରିବେ।

ଏହାର ଶସ୍ତା ପ୍ୟାକେଜ୍‌ ମଧ୍ୟ ରହିଛି। ବେସିକ୍‌ ଏଣ୍ଟ୍ରି ଟିକେଟ୍‌ର ମୂଲ୍ୟ ୧୫ ବୟସରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ୧୨୦ ଟଙ୍କା ଏବଂ ୧୫ ବର୍ଷରୁ କମ୍‌ ହେଲେ ଜଣକ ପିଛା ୬୦ ଟଙ୍କା ଧାର୍ଯ୍ୟ ହୋଇଛି।



from Odisha Reporter https://ift.tt/2Q8Psxs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages