ବାଘ ମୃତ୍ୟୁ ମାମଲାରେ ନିଲମ୍ୱିତ ହେଲେ ଦୁଇ ବନ କର୍ମଚାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ବାଘ ମୃତ୍ୟୁ ମାମଲାରେ ନିଲମ୍ୱିତ ହେଲେ ଦୁଇ ବନ କର୍ମଚାରୀ

ଦେବଗଡ଼(ଓଡ଼ିଶା ରିପୋର୍ଟର): ଡେବ୍ରିଗଡ ଅଭୟାରଣ୍ୟରେ ବାଘ ମୃତ୍ୟୁ ଘଟଣାରେ କାର୍ଯ୍ୟନୁଷ୍ଠାନ ହୋଇଛି। ଦୁଇ ବନ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ବରଗଡ଼ ଡିଏଫ୍ଓ। କମଗାଁ ଫରେଷ୍ଟର ପର୍ଶୁରାମ ବେହେରା ଓ ହଜୁରୀପଡ଼ାର ଫରେଷ୍ଟ ଗାର୍ଡ ପ୍ରଭାସିନୀ ମହାନନ୍ଦଙ୍କୁ ନିଲମ୍ବିତ କରାଯାଇଛି।

ବରଗଡ଼ ଭଟଲି ରେଞ୍ଜ ଅନ୍ତର୍ଗତ ଖଜୁରିଆ ଗାଁ ନିକଟ ଦାମୋଦର ପଡ଼ା ଜଙ୍ଗଲରୁ ବାଘର ଗଳିତ ମୃତଦେହ ଠାବ ହୋଇଥିଲା। ସେପଟେ ଡେବ୍ରିଗଡ଼ ଜଙ୍ଗଲରେ ମହାବଳ ବାଘଙ୍କ ସୁରକ୍ଷା ନେଇ ତତ୍ପରତା ପ୍ରକାଶ କରିଛି ବନବିଭାଗ। ଡେବ୍ରିଗଡ ଡଙ୍ଗଲରେ ଲାଗିବ ସିସି କ୍ୟାମେରା। ବାଘର ପଦଚିହ୍ନ ମାଧ୍ୟମରେ ବାଘ ଚିହ୍ନଟ ହେବ। ପୂର୍ବରୁ ମାଓବାଦୀଙ୍କ କାର୍ଯ୍ୟକଳାପ ଯୋଗୁ କ୍ୟାମେରା କଡାଯାଇଥିଲା। ଏନ୍‌ଟିସିଏ ଗାଇଡ୍‌ଲାଇନ୍‌ ଅନୁଯାୟୀ କାର୍ଯ୍ୟ କରାଯାଉଛି। ବନବିଭାଗର କାର୍ଯ୍ୟାନୁଷ୍ଠାନ ନେଇ ଏହି ସୂଚନା ଦେଇଛନ୍ତି ଚିଫ୍‌ ଓ୍ୱାଇଲ୍ଡ ଲାଇଫ୍‌ ଓ୍ୱାର୍ଡେନ ସନ୍ଦୀପ ତ୍ରିପାଠୀ।



from Odisha Reporter https://ift.tt/2qiBKfY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages