
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସହିଦ ବ୍ରଜମୋହନ ବେହେରାଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି। ବିମାନ ବନ୍ଦରରେ ସହିଦଙ୍କ ମର ଶରୀର ପହଞ୍ଚିବା ପରେ ସିଆର୍ପିଏଫ୍ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ରହି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେପଟେ ସିଆର୍ପିଏଫ୍ ଆଇଜି ଏବଂ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ମଧ୍ୟ ସହିଦ୍ ବ୍ରଜମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଏହାପରେ ସହିଦ ଯବାନଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମମାଟି କେନ୍ଦୁଝର ଜିଲ୍ଲା ଘସିପୁରା ନଦୁଆ ଗାଁ ଅଭିମୁଖେ ନିଆଯାଉଛି।
ସିଆରପିଏଫ୍ ୧୬୮ ବାଟାଲିୟନରେ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ ବ୍ରଜମୋହନ। ଶନିବାର କିଛି ଯବାନଙ୍କ ସହ ଆଣ୍ଟି ଲାଣ୍ଡମାଇନ ଭାଇକିଲ୍ ଗାଡିରେ ଅପରେସନରେ ଯାଉଥିଲେ। ଏହି ସମୟରେ ମୁରଡାଣ୍ଡା ସିଆର୍ପିଏଫ୍ କ୍ୟାମ୍ପଠାରୁ ମାତ୍ର ଗୋଟିଏ କିଲୋମିଟର ଦୂର ଟିମାପୁର ରାସ୍ତାରେ ମାଓବାଦୀମାନେ କରିଥିଲେ ଆଇଇଡି ବିସ୍ଫୋରଣ। ଫଳରେ ଘଟଣାସ୍ଥଳରେ ହିଁ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗେ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ସହିଦ ହୋଇଥିଲେ ବ୍ରଜମୋହନଙ୍କ ସହ ଅନ୍ୟ ୩ଜଣ ଯବାନ। ଆଇଇଡି ବିସ୍ଫୋରଣରେ ଅନ୍ୟ ୨ ଯବାନ ଗୁରୁତର ହୋଇଥିଲେ। ସେମାନଙ୍କୁ ହେଲିକପ୍ଟରରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।
from Odisha Reporter https://ift.tt/2z8bGIA
No comments:
Post a Comment