ରାଜପାକ୍ସେ ଶିଶୁପାଳ, ବିକ୍ରମସିଂଘେଙ୍କୁ ପ୍ରଧାନମନ୍ତ୍ରୀ ଭାବେ ସ୍ଵୀକୃତି ଦେଲେ ବାଚସ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 28, 2018

ରାଜପାକ୍ସେ ଶିଶୁପାଳ, ବିକ୍ରମସିଂଘେଙ୍କୁ ପ୍ରଧାନମନ୍ତ୍ରୀ ଭାବେ ସ୍ଵୀକୃତି ଦେଲେ ବାଚସ୍ପତି

କଲୋମ୍ବୋ: ଶ୍ରୀଲଙ୍କାର ରାଜନୀତିକ ପାଣିପାଗରେ ଏବେ ଆସିଛି ନୂତନ ମୋଡ଼। ଆଜି ସଂସଦର ବାଚସ୍ପତି କାରୁ ଜୟସୁରିୟା ବିତାଡ଼ିତ ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମସିଂଘେଙ୍କୁ ପ୍ରଧାନମନ୍ତ୍ରୀ ଭାବେ ସ୍ଵୀକୃତି ଦେଇଛନ୍ତି। ଗତ ୩ ଦିନ ପୂର୍ବରୁ ରାଷ୍ଟ୍ରପତି ମାଥ୍ରୀପାଲା ଶିରିସେନା ବିକ୍ରମସିଂଘେଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବିତାଡ଼ିତ କରି ଶ୍ରୀଲଙ୍କା ରାଜନୀତିରେ ସଙ୍କଟଜନକ ସ୍ଥିତି ତିଆରି କରିଥିଲେ।

ଏଭଳି ବରଖାସ୍ତକୁ ସହଜରେ ଗ୍ରହଣ କରିନପାରି ବିକ୍ରମସିଂଘେ ଏହାକୁ ବେଆଇନ ବୋଲି କହିଥିଲେ ଏବଂ ସରକାରୀ ବାସଭବନ ଖାଲି କରିବାର ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ ମଧ୍ୟ କରିଥିଲେ। ଏହା ପରେ ସେ ସମର୍ଥନ ଯୋଗାଡ଼ କରିବା ପାଇଁ ଏକ ବୈଠକ ଡାକିଥିଲେ।

ଆଜି ବାଚସ୍ପତି ଜୟୁସୁରିୟା କହିଛନ୍ତି, ଅନ୍ୟ କେହି ଜଣେ ସଂସଦରେ ନିଜର ସଂଖ୍ୟା ଗରିଷ୍ଠତା ନ ଦେଖାଇବା ପର୍ଯ୍ୟନ୍ତ ବିକ୍ରମସିଂଘେ ହିଁ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରହିବେ। ଏତଦ୍‌ବ୍ୟତୀତ ଗଣତନ୍ତ୍ରକୁ ସମ୍ମାନ ଜଣାଇ ଏପରି ପଦକ୍ଷେପ ନେଇଛନ୍ତି ବୋଲି ସ୍ପଷ୍ଟ କରିଦେଇଥିଲେ। ଜୟସୁରିୟା ରାଷ୍ଟ୍ରପତି ଶିରିସେନାଙ୍କୁ ଚେତାବନୀ ଶୁଣାଇ କହିଛନ୍ତି, ୩ ସପ୍ତାହ ଧରି ସଂସଦ ବନ୍ଦ ରଖିବା ଶ୍ରୀଲଙ୍କାର ରାଜନୀତିକ ସ୍ଥିତି ଆହୁରି ସଙ୍କଟ ଆଡ଼କୁ ଚାଲିଯିବ।

ରାଷ୍ଟ୍ରପତି ଶିରିସେନା ବିକ୍ରମସିଂଘେଙ୍କୁ ବରଖାସ୍ତ କରି ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପାକ୍ସେଙ୍କୁ ପ୍ରଧାନମନ୍ତ୍ରୀ ପଦବୀରେ ନିଯୁକ୍ତି ଦେଇଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ବରଖାସ୍ତ କରିବା ବେଳେ ସେ ଗଣତାନ୍ତ୍ରିକ ପ୍ରକ୍ରିୟା ଅବଲମ୍ବନ କରିନଥିଲେ। ନିୟମ ଅନୁଯାୟୀ ସଂଖ୍ୟାଗରିଷ୍ଠତାର ‘ଫ୍ଲୋର ଟେଷ୍ଟ’ ଦେବା ନିହାତି ଜରୁରି ହୋଇଥିଲେ ମଧ୍ୟ ଶିରିସେନା ଏହାର ଉଲ୍ଲଂଘନ କରିଥିଲେ। ସୂଚନାଯୋଗ୍ୟ, ଶ୍ରୀଲଙ୍କା ସଂସଦରେ ବାଚସ୍ପତି ଥିବା ଜୟସୁରିୟା ବିକ୍ରମସିଂଘେଙ୍କ ୟୁନାଇଟେଡ୍‌ ନ୍ୟାସନାଲ ପାର୍ଟିରୁ ନିର୍ବାଚିତ ହୋଇ ସଂସଦକୁ ଆସିଛନ୍ତି।

ବିକ୍ରମସସିଂଘେ ଆଗୁଆ ସଂସଦ ଅଧିବେଶନ ଡାକିଥିଲେ ମଧ୍ୟ ରାଷ୍ଟ୍ରପତି ଶିରିସେନା ୧୬ ନଭେମ୍ବର ଯାଏ ସଂସଦକୁ ବନ୍ଦ କରିଦେଇଛନ୍ତି। ଏଭଳି କରିବା ଦ୍ୱାରା ଦେଶର ରାଜନୀତିକ ସ୍ଥିତି ସଙ୍ଗିନ ହୋଇଯିବାର ଆଶଙ୍କା ଥିବାରୁ ଏହି ନିଷ୍ପତ୍ତିର ପୁର୍ନବିଚାର ପାଇଁ ଜୟସୁରିୟା ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି।



from Odisha Reporter https://ift.tt/2Srb1Lo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages