
ପୁଣେ: ୱେଷ୍ଟଇଣ୍ଡିଜ୍ ସହିତ ଟେଷ୍ଟରେ ଧମାକା ପରେ ଦିନିକିଆରେ ସମାନ ଧରଣର ପ୍ରଦର୍ଶନ କରିବା ନେଇ ଆଶାବାଦୀ ଟିମ୍ ଇଣ୍ଡିଆକୁ ଝଟ୍କା ଦେଇଛି ଦ୍ୱିତୀୟ ମ୍ୟାଚ୍ର ଟାଇ ଏବଂ ତୃତୀୟ ମ୍ୟାଚ୍ର ପରାଜୟ। ଏବେ ସିରିଜ୍ ୧-୧ ସ୍ଥିତିକୁ ଆସିଥିବାବେଳେ ତୃତୀୟ ମ୍ୟାଚ୍ରେ ଅଲରାଉଣ୍ଡ ପ୍ରଦର୍ଶନ କରି ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ଆସ୍ଲେ ନର୍ସଙ୍କ ପଡ଼ିଆରେ ଖୁସି ମନାଇବାର ଅନ୍ଦାଜ୍ ସମସ୍ତଙ୍କୁ ପସନ୍ଦ ହୋଇଥିଲା ।
୧୭ତମ ଓଭରରେ ଏହି ବାମହାତୀ ବୋଲର ଶିଖର ଧାୱନ୍ଙ୍କ ୱିକେଟ୍ ଖସାଇ ଇଣ୍ଡିଜ୍କୁ ଦ୍ୱିତୀୟ ସଫଳତା ଦେଇଥିଲେ। ଧାୱନ୍ଙ୍କ ୱିକେଟ୍ ନେବାପରେ ସେ ସମ୍ପୂର୍ଣ୍ଣ ଭାରତୀୟ ଶୈଳୀରେ ‘ବାବାଜୀ କା ଠୁଲୁ’ ମୁଦ୍ରା ଦେଖାଉଥିବା ଦେଖିବାକୁ ମିଳିଥିଲା, ଯାହାକି କ୍ରିକେଟ୍ ଗ୍ରାଉଣ୍ଡରେ ପୂର୍ବରୁ କେବେ ମଧ୍ୟ ଦେଖିବାକୁ ମିଳିନଥିଲା।
ଏହା ପଛରେ ଏକ ରୋଚକ କାହାଣୀ ରହିଛି। ଏପରି କରିବାକୁ ତାଙ୍କୁ ଶିଖାଇଛନ୍ତି ତାଙ୍କର ଭାରତୀୟ ବନ୍ଧୁ ସନ୍ନି ସୋହଲ୍, ଯାହାଙ୍କ ସହିତ ତାଙ୍କର କାରିବିଆନ୍ ପ୍ରିମିୟର ଲିଗ୍ରେ ଭେଟ ହୋଇଥିଲା।
ନର୍ସ କହିଥିଲେ, “ମୁଁ ଏହି ଉତ୍ସବ ମନାଇବାର ଅନ୍ଦାଜକୁ ମୋ ବନ୍ଧୁ ସନ୍ନି ସୋହଲଙ୍କୁ ଉତ୍ସର୍ଗ କରୁଛି। ସେ ମୋତେ କହିଥିଲେ ଯେତେବେଳେ ୱିକେଟ୍ ନେବ, ଏମିତି ଷ୍ଟାଇଲରେ ‘ବାବାଜୀ କା ଠୁଲୁ’ କରିବ। ସବୁସମୟରେ ମ୍ୟାଚ୍ ଜିତିବା ପାଇଁ ସନ୍ନି ମୋତେ ପ୍ରେରଣା ଦେଇ ଆସିଛନ୍ତି।”
from Odisha Reporter https://ift.tt/2EMq13u
No comments:
Post a Comment