
ଭଞ୍ଜନଗର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଭଞ୍ଜନଗରକୁ ତଳିତଳାନ୍ତ କରିଛି ‘ତିତ୍ଲି’। ଏହା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଭଞ୍ଜନଗରର ବିଭିନ୍ନ ସାହିରେ ପାଣି ପଶିଯାଇଛି। ଅନେକ ଘରେ ପାଣି ଲହରୀ ଭାଙ୍ଗୁଛି। ଜଣ ଜଣଙ୍କ ଘରେ ଆଣ୍ଠୁଏ ଉଚ୍ଚର ପାଣି ପଶିଛି।
ବର୍ଷାରେ ବାଉଁଶଲୁଣ୍ଡି, ଜାମପଲି ଓ ଗାମୁଣ୍ଡି ଆଦି ଅଞ୍ଚଳର ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି।
ଲୋହରାଖଣ୍ଡି ଓ ବଡ଼ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବଡ଼ ନଦୀର ଜଳସ୍ତର ୧୦୨.୫୫ ମିଲିମିଟିର ରହିଛି। ସେହିପରି ଲୋହରାଖଣ୍ଡି ୭୨.୮୭ ମି.ରେ ବର୍ଷା ପାଣି ଚାଲୁଛି।
ବର୍ଷା ଯୋଗୁ ଲାଠିପଡ଼ା- ଶେରଗଡ଼ ରାସ୍ତା ଧୋଇ ଯାଇଛି। ବଡ଼ଗଡ଼ ଜରଉ ନଦୀର ପୋଲ ବି ଭାଙ୍ଗି ଯାଇଛି।
from Odisha Reporter https://ift.tt/2pNw6Cj
No comments:
Post a Comment