ଶରୀର ପାଇଁ ଏମିତି ଉପକାରୀ ‘ବ୍ରାହ୍ମୀ ପତ୍ର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

ଶରୀର ପାଇଁ ଏମିତି ଉପକାରୀ ‘ବ୍ରାହ୍ମୀ ପତ୍ର’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ଆମ ଆଖପାଖ ପରିବେଶରେ ଥିବା ଅଧିକାଂଶ ଔଷଧୀୟ ଗଛ ସମ୍ପର୍କରେ ଆମର ଆଦୌ ଧାରଣା ନଥାଏ। ଏପରିକି ଧାରଣା ଥାଇ ସୁଦ୍ଧା ଆମେ ଏହାର ଗୁରୁତ୍ୱକୁ ଅଣଦେଖା କରିଥାଉ। ଏପରି ଏକ ଗଛ ହେଉଛି ‘ବ୍ରାହ୍ମୀ’। ଏସିଆ ମହାଦେଶରେ ଏହି ଗଛ ବହୁଳ ଭାବେ ଦେଖାଯାଏ। ଭାରତ ସମେତ ଚୀନ, ଇଣ୍ଡୋନେସିଆ ଓ ଶ୍ରୀଲଙ୍କାରେ ଏହି ଗଛର ଲୋକପ୍ରିୟତା ରହିଛି।

‘ବ୍ରାହ୍ମୀ’ ବିଶେଷ କରି ସନ୍ତସନ୍ତିଆ ସ୍ଥାନରେ ହୁଏ।  ସେଥିପାଇଁ ଏହାକୁ ‘ଜଳ ବ୍ରାହ୍ମୀ’ କୁହାଯାଏ । ଓଡ଼ିଶାରେ ଏହା ଥାଲକୁଡ଼ି ନାଁରେ ପରିଚିତ । ଏହି ପତ୍ର ଦେଖିବାକୁ ଘୋଡାର ଟାପୁ ଭଳି ହୋଇଥିବାରୁକେହି କେହି ଏହାକୁ ଘୋଡ଼ାଟାପୁ ପତ୍ର ବୋଲି କୁହନ୍ତି । ଆୟୁର୍ବେଦ ଅନୁସାରେ, ଏହି ‘ବ୍ରାହ୍ମୀ’ ଗଛର ପତ୍ର ବା ବ୍ରାହ୍ମୀ ପତ୍ର ମଣିଷକୁ ସାରା ଜୀବନ ସୁସ୍ଥ ରଖିବା ସହ ଦୀର୍ଘାୟୁ କରିଥାଏ। ସମାଜ ସଂସ୍କାରକ ତଥା ଧର୍ମ ଗୁରୁ ଅନୁକୁଳଚନ୍ଦ୍ର ତାଙ୍କ ଅନୁଗାମୀମାନଙ୍କୁ ଥାଲକୁଡ଼ି ପତ୍ର ପ୍ରତିଦିନ ସେବନ କରିବାକୁ ପରାମର୍ଶ ଦେଇଛନ୍ତି I ଏହା ମଣିଷକୁ ମାନସିକ ଓ ଶାରୀରିକ ସୁସ୍ଥ ରଖିବା ସହ ଦୀର୍ଘାୟୁ କରିଥାଏ।

‘ବ୍ରାହ୍ମୀ ପତ୍ର’ର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ତେବେ ଗର୍ଭବତୀ ମହିଳାଙ୍କୁ ଏହା ଖାଇବାକୁ ବାରଣ କରାଯାଇଛି।

ଅନ୍ୟମାନେ ପ୍ରତିଦିନ ଏହି ପତ୍ରର ରସ ଦୁଇ ଚାମଚ ଯାଏ ଖାଇପାରିବେ । ପ୍ରତିଦିନ ୨ରୁ୪ ଗ୍ରାମ୍ ଯାଏ ‘ବ୍ରାହ୍ମୀ ପତ୍ର’ ଖାଲି ପେଟରେ ଖିଆଯାଇପାରେ। ଏଥପାଇଁ ଆୟୁର୍ବେଦ ବିଶେଷଜ୍ଞଙ୍କ ପରାମର୍ଶ ମଧ୍ୟ ନିଆ ଯାଇପାରେ। ‘ବ୍ରାହ୍ମୀ ପତ୍ର’ରୁ ପ୍ରସ୍ତୁତ ଔଷଧ କ୍ୟାପ୍‌ସୁଲ୍‌ ଆକାରରେ ମିଳୁଛି।

ଏବେ ଆସନ୍ତୁ ଜାଣିବା, ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ‘ବ୍ରାହ୍ମୀ ପତ୍ର’।

ଶରୀରକୁ ନିରୋଗ ରଖେ:

‘ବ୍ରାହ୍ମୀ ପତ୍ର’ ନିୟମିତ ଖାଇବା ଦ୍ୱାରା ଶରୀର ସୁସ୍ଥ ରୁହେ ଓ ମଣିଷ ଦୀର୍ଘାୟୁ ହୁଏ I ମଣିଷର ମନ ଉପରେ ଏହା ଭଲ ପ୍ରଭାବ ପକାଉଥିବାରୁ ଏହା ଖାଇବା ଦ୍ୱାରା ମନ ପ୍ରଫୁଲ୍ଲ ରହିଥାଏ। ଚୀନରେ ଏହାକୁ ‘ଫାଉଣ୍ଟେନ୍‌  ଅଫ ୟୁଥ୍‌’ କୁହାଯାଏ I ବିଶ୍ୱର ସବୁଠୁ ଅଧିକ ବର୍ଷ ବଞ୍ଚିଥିବା ଲୋକ ଲି ଚିଂ ଯୁଏନ ଏହାକୁ ଦୈନନ୍ଦିନ ଖାଉଥିବାର ପ୍ରମାଣ ରହିଛି । ଚୀନର ଜଣେ ଆୟୁର୍ବେଦ ଔଷଧ ସଂଗ୍ରାହକ ତଥା ମାର୍ଶାଲ୍‌ ଆର୍ଟ ମାଷ୍ଟର ଭାବେ ପରିଚିତ ଲି ଚିଂ ପାଖାପାଖି ଦୁଇ ଶହ ବର୍ଷ ବଞ୍ଚିଥିଲେI 

ସ୍ମରଣ ଶକ୍ତି ବୃଦ୍ଧି କରେ:

ପୂର୍ବରୁ ହୋଇଥିବା ଗବେଷଣା ଅନୁସାରେ, ‘ବ୍ରାହ୍ମୀ ପତ୍ର’ ବ୍ୟକ୍ତିର ଆତ୍ମବିଶ୍ୱାସ ଓ ବୁଦ୍ଧି ବଢ଼ାଏ। ସ୍ମରଣ ଶକ୍ତି ବୃଦ୍ଧିରେ ମଧ୍ୟ ସାହାଯ୍ୟ କରେ। ପ୍ରତିଦିନ ଏହା ଖାଇଲେ ମଣିଷ ବିଚକ୍ଷଣ ପ୍ରତିଭାଧାରୀ ହୁଏ I ଛାତ୍ରଛାତ୍ରୀମାନେ ପ୍ରତିଦିନ ଏହା ଖାଇବା ଉଚିତ I ଆୟୁର୍ବେଦ ଗ୍ରନ୍ଥ ସୁଶ୍ରୁତ ସଂହିତା ଏହାକୁ ମେଧାବର୍ଦ୍ଧକ ଔଷଧର ମାନ୍ୟତା ଦେଇଛି । ଏଥିରୁ ତିଆରି ମେଧାବର୍ଦ୍ଧକ ଔଷଧ ବେଶ୍ ଉଚ୍ଚା ଦରରେ ଦେଶ ଓ ବାହାରେ ବିକ୍ରି ହେଉଛି।

ଶିରାକୁ ଶକ୍ତ କରେ:

ଥାଲକୁଡ଼ି ପତ୍ର ବା ବ୍ରାହ୍ମୀ ପତ୍ରର ରସ ଦୁର୍ବଳ ଶିରାକୁ ସୁସ୍ଥ କରିଥାଏ I ଫଳରେ ଶିରାରେ ରକ୍ତ ପ୍ରବାହ ସ୍ୱାଭାବିକ ହୁଏ I

କିଡ୍‌ନୀ ସୁସ୍ଥ ରହେ:

ଏହି ପତ୍ରର ରସ ସେବନ କଲେ ଶରୀରରୁ ଅଦରକାରୀ ତତ୍ତ୍ୱ ମୂତ୍ର ଆକାରରେ ବାହାରି ଯାଏ I ଫଳରେ ସାରା ଜୀବନ ଶରୀରର କିଡ୍‌ନୀ ସୁସ୍ଥ ରହେ ଓ ମୂତ୍ରଜନିତ ରୋଗ ଆଦୌ ହୁଏ ନାହିଁ I

ଇଛାଶକ୍ତି ବୃଦ୍ଧି ପାଏ:

ଥାଲକୁଡ଼ି ପତ୍ରରେ ଥିବା ଔଷଧୀୟ ଗୁଣ ଯୋଗୁ ଏହା ନିୟମିତ ଖାଇବା ଦ୍ୱାରା ମସ୍ତିଷ୍କରେ ଥିବା ସ୍ନାୟୁ ବିକଶିତ ହୁଏ। ଏହା ବ୍ୟକ୍ତିର ମାନସିକ ଦକ୍ଷତା ବୃଦ୍ଧିରେ ସହାୟକ ମଧ୍ୟ ହୋଇଥାଏ।

ରକ୍ତଦୋଷ ନିବାରଣ କରେ:

‘ବ୍ରାହ୍ମୀ ପତ୍ର’ ଏକ ଆୟୁର୍ବେଦିକ ରସାୟନ। ଏହା ଶରୀରର ରକ୍ତଦୋଷ ମଧ୍ୟ ନିବାରଣ କରେ। ପ୍ରତିଦିନ ଚାରି ପାଞ୍ଚଟି ପତ୍ର ଖାଲିପେଟରେ ପାଣି ସହ ଖାଇଲେ ରକ୍ତ ପରିଷ୍କାର ରହେ। ଏହା ଏକ ମହୌଷଧୀ।

ଯଦି ଏହା କେଉଁଠି ନ ମିଳୁଛି, ତେବେ ନର୍ସରୀରୁ ସଂଗ୍ରହ କରି ଆପଣ ‘ବ୍ରାହ୍ମୀ’ ଗଛକୁ ବାଡ଼ି ବଗିଚାରେ ଲଗାଇବା ଦରକାର। ରୋଗ ହେଲେ ଔଷଧ ଖାଇବା ଅପେକ୍ଷା ରୋଗଠୁ ଦୂରେଇ ରହିବା ଭଲ। ରୋଗଠୁ ଦୂରେଇ ରହିବାକୁ ଶରୀରର ରୋଗ ପ୍ରତିଷେଧକ ଶକ୍ତି ବଢାଇବା ଦରକାର I



from Odisha Reporter https://ift.tt/2Ccc7EL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages