ଛୋଟ ଶିଶୁଙ୍କୁ ମହୁ ଦେବା କେତେ ନିରାପଦ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ଛୋଟ ଶିଶୁଙ୍କୁ ମହୁ ଦେବା କେତେ ନିରାପଦ?

honey1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଛୋଟ ଶିଶୁଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ଭାବରେ ବୃଦ୍ଧି ପାଇ ନଥିବାରୁ ସେମାନଙ୍କୁ ଥଣ୍ଡା ଓ ଜ୍ୱର ଅତି ସହଜରେ ହୋଇଥାଏ। ଏହାର କାରଣ ଥଣ୍ଡା ଖାଦ୍ୟ ଖାଇବା ଏବଂ ଋତୁ ପରିବର୍ତ୍ତନ ମଧ୍ୟ ହୋଇପାରେ।
ତେବେ ଏଥିରୁ ସୁରକ୍ଷା ପାଇଁ ଅଧିକାଂଶ ବାପା ମା’ ପିଲାଙ୍କୁ ଡାକ୍ତରଙ୍କ ପାଖକୁ ନିଅନ୍ତି ତ ଆଉ କେହି ଘରୋଇ ଉପଚାର କରନ୍ତି। କିଛି ବାପା ମା’ ଏପରି ଥଣ୍ଡା କାଶ ପାଇଁ ପିଲାଙ୍କୁ ମହୁ ବି ଖାଇବାକୁ ଦିଅନ୍ତି।
କିନ୍ତୁ ଛୋଟ ଶିଶୁଙ୍କୁ ମହୁ ଦେବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମନା କରିଥା’ନ୍ତି।

କିଛି ବିଶେଷଜ୍ଞଙ୍କ କହିବା ଅନୁସାରେ, ଛୋଟ ଶିଶୁଙ୍କୁ ଆୟୁର୍ବେଦ ଏବଂ ଔଷଧୀୟ ଉପଚାର ଭାବି ମହୁ ଖାଇବାକୁ ଦେବା ଠିକ୍‌ ନୁହେଁ।
ଛୁଆଙ୍କୁ ମହୁ ଦେବା ପୂର୍ବରୁ ପ୍ରଥମେ ଏହା ଜାଣିବାକୁ ଚେଷ୍ଟା କରନ୍ତୁ ଯେ ମହୁ ଖାଇଲେ ଛୁଆଙ୍କ ଶରୀରରେ ଆଲର୍ଜି ହେଉଛି କି ନାହିଁ।

ବିଶେଷ କରି ୬ମାସର ଶିଶୁକୁ ମହୁ ଖାଇବାକୁ ଦେବା ଉଚିତ୍‌ ନୁହେଁ ବୋଲି ବିଶେଷଜ୍ଞ ଯୁକ୍ତି ବାଢ଼ୁଛନ୍ତି। ସେମାନଙ୍କ ମତରେ, ୯ ମାସରୁ ୧ବର୍ଷ ମଧ୍ୟରେ ଶିଶୁଙ୍କୁ ଆପଣ ବେବି ଫୁଡ୍‌ ଖାଇବାକୁ ଦେବା ଆରମ୍ଭ କରିପାରିବେ। ଏହା ସହିତ କାଶ ବା ଥଣ୍ଡା ହେଲେ, ଆପଣ ମହୁର ବ୍ୟବହାର କରିପାରିବେ। କିନ୍ତୁ ଏହାକୁ ବ୍ୟବହାର କରିବା ପୂର୍ବରୁ ଏହାର ମାତ୍ରା ଏବଂ ଗୁଣବତ୍ତା ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ।
honey2ବିଶେଷଜ୍ଞଙ୍କ କହିବା ଅନୁସାରେ, “ଦୁଇ ବର୍ଷରୁ ଅଧିକ ବୟସର ଶିଶୁଙ୍କ କଫ ସୁଧାରିବା ପାଇଁ ଆପଣ ସେମାନଙ୍କୁ ମହୁ ଖାଇବାକୁ ଦେଇ ପାରିବେ। ମହୁରେ ଥିବା ଚିକ୍କଣ ଅଂଶ ଗଳାକୁ ଯିବା ପରେ ଗଳାର ଶୁଖିଲା ପଣକୁ ଦୂର କରିଥାଏ।“ ଏହା ବ୍ୟତୀତ ମହୁରେ ଆଣ୍ଟି-ଇନ୍‌ଫେକ୍ଟିଭ୍‌ ଗୁଣ ମଧ୍ୟ ରହିଛି।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମହୁରେ ଅଧିକ ଗୁଣ ଥିବା ସତ୍ତ୍ୱେ ଏଥିରେ ବ୍ୟାକ୍ଟେରିଆ ବା ଜୀବାଣୁ ମଧ୍ୟ ଥା’ନ୍ତି। ଯାହାକୁ Clostridium botulinum କୁହାଯାଏ। ଏହି ବ୍ୟାକ୍ଟେରିଆ ଅନେକ ସମୟରେ ଫୁଡ୍‌ ପଏଜନ୍‌ର କାରଣ ମଧ୍ୟ ହୋଇଥା’ନ୍ତି। ତେବେ ବୟସରେ ବଡ଼ ଲୋକଙ୍କ କ୍ଷେତ୍ରରେ ଏହି ବ୍ୟାକ୍ଟେରିଆର କୌଣସି ପ୍ରଭାବ ପଡ଼ି ନଥାଏ। କାରଣ ବୟସ୍କମାନଙ୍କ ପାଚନ ତନ୍ତ୍ର ଅଧିକ ସୁଦୃଢ଼ ହେବା ଯୋଗୁ ଏହି ବ୍ୟାକ୍ଟେରିଆ ସେମାନଙ୍କର କୌଣସି କ୍ଷତି କରି ନଥାଏ। କିନ୍ତୁ ଏହି କାରଣରୁ ଛୋଟ ଛୁଆଙ୍କ ପାଇଁ ମହୁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।

ମହୁର ଅନେକ ଗୁଣ ରହିଥିଲେ ମଧ୍ୟ ୬ ମାସର ଶିଶୁଙ୍କୁ କୌଣସି ରୋଗର ଘରୋଇ ଉପଚାର ପାଇଁ ମହୁ ଖାଇବାକୁ ଦିଅନ୍ତୁ ନାହିଁ। ଯଦି ଛୋଟ ଶିଶୁଙ୍କର ଥଣ୍ଡା, କଫ ବା ଜ୍ୱର ଦୀର୍ଘ ଦିନ ଧରି ରହୁଛି, ତେବେ ଏହାର ପ୍ରତିକାର ପାଇଁ ଶିଶୁ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।



from Odisha Reporter https://ift.tt/2NspMtr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages