
ଜୋହର ବାହରୁ (ମାଲେସିଆ): ସୁଲ୍ତାନ୍ ଜୋହାର୍ କପ୍ରେ ଗତକାଲି ଖେଳା ଯାଇଥିବା ଏକ ମ୍ୟାଚ୍ରେ ଭାରତୀୟ ଜୁନିଅର ପୁରୁଷ ଦଳ ନ୍ୟୁଜିଲାଣ୍ଡକୁ ୭-୧ ଗୋଲ୍ରେ ପରାସ୍ତ କରିଛି।
ଏହା ହେଉଛି ଭାରତର ଲଗାତାର ଦ୍ୱିତୀୟ ବିଜୟ। ତା’ପୂର୍ବରୁ ଶନିବାର ଦଳ ତା’ର ପ୍ରଥମ ମ୍ୟାଚ୍ରେ ମାଲେସିଆକୁ ୨-୧ ଗୋଲ୍ରେ ପରାସ୍ତ କରିଥିଲା।
ହାପ୍ ଟାଇମ୍ ବେଳକୁ ଭାରତ ୪ଟି ଗୋଲ୍ ଦେଇ ସାରିଥିଲା। କିନ୍ତୁ ନ୍ୟୁଜିଲାଣ୍ଡ ପକ୍ଷରୁ ଗୋଟିଏ ବି ଗୋଲ୍ ହୋଇ ନଥିଲା।
ହାପ୍ ଟାଇମ୍ ପରେ ଭାରତ ଆଉ ତିନିଟି ଗୋଲ୍ ଦେଇଥିବା ବେଳେ ନ୍ୟୁଜିଲାଣ୍ଡ ଗୋଟିଏ ଗୋଲ୍ ଦେବାରେ ସକ୍ଷମ ହୋଇଥିଲା।
ଭାରତ ପକ୍ଷରୁ ପ୍ରଭଜୋତ୍ ସିଂହ, ହରମନଜିତ୍ ସିଂହ, ମହମ୍ମଦ ଫରାଜ, ଅଭିଷେକ ଓ ଅଧିନାୟକ ମନଦୀପ୍ ସିଂହ ଗୋଟିଏ ଲେଖାଏ ଗୋଲ୍ ଦେଇଥିବା ବେଳେ ଶୈଲାନନ୍ଦ ଲାକ୍ରା ୧୫ତମ ଓ ୪୩ତମ ମିନିଟ୍ରେ ଦୁଇଟି ଗୋଲ୍ ଦେଇଥିଲେ।
ନ୍ୟୁଜିଲାଣ୍ଡ ମ୍ୟାଚ୍ର ୫୩ତମ ମିନିଟ୍ରେ ଭାରତ ଉପରେ ଗୋଟିଏ ଗୋଲ୍ ଦେଇଥିଲା। ଏହି ଗୋଲ୍ ଦେଇଥିଲେ ସାମ୍ ହିହା।
ଆସନ୍ତାକାଲି ଭାରତ ଜାପାନକୁ ଭେଟିବ।
from Odisha Reporter https://ift.tt/2y9SFWq
No comments:
Post a Comment