ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ ଆତ୍ମଘୋଷିତ ବାବା ରାମପାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ ଆତ୍ମଘୋଷିତ ବାବା ରାମପାଲ

ହିର୍ସା: ଆତ୍ମଘୋଷିତ ବାବା ରାମପାଲଙ୍କୁ ଆଜି ସ୍ୱତନ୍ତ୍ର କୋର୍ଟ ଆଜୀବନ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ୪ ଜଣ ମହିଳା ଓ ଜଣେ ଶିଶୁଙ୍କ ହତ୍ୟା କରିବା ଅପରାଧରେ ରାମପାଲଙ୍କୁ ଏଭଳି ଦଣ୍ଡ ମିଳିଛି। ଗତ ସପ୍ତାହରେ କୋର୍ଟ ରାମପାଲଙ୍କୁ ଏହି ହତ୍ୟାକାଣ୍ଡ ଘଟଣାରେ ଦୋଷୀ ସାବ୍ୟସ୍ତ କରିଥିଲେ।

ଆଜି ଦଣ୍ଡବିଧାନ କରିବା ବେଳେ କୋର୍ଟ କହିଛନ୍ତି ଯେ, ରାମପାଲ ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍‌ରେ ହିଁ ରହିବେ। ୨୦୧୪ରେ ହରିଆଣାରେ ଥିବା ରାମପାଲଙ୍କ ସତଲୋକ ଆଶ୍ରମ ନିକଟରେ ଘଟିଥିବା ହିଂସାକାଣ୍ଡ ବେଳେ ୪ ଜଣ ମହିଳା ଓ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍‌ ରାମପାଲଙ୍କୁ ଗିରଫ କରିବା ପାଇଁ ଯିବା ବେଳେ ସତଲୋକ ଆଶ୍ରମର ଅନ୍ତେବାସୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଆଉ ଏକ ହତ୍ୟା ମାମଲାରେ ପୁଲିସ୍‌ ରାମପାଲଙ୍କୁ ଗିରଫ କରିବାକୁ ଯାଇଥିଲା ବେଳେ ଏଭଳି ଲଙ୍କାକାଣ୍ଡ ଘଟିଥଲା।

୨୦୦୬ରେ ରାମପାଲ ଜଣେ ମହିଳାଙ୍କୁ ହତ୍ୟା କରିଥିଲେ। ଏହି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଆସନ୍ତାକାଲି କୋର୍ଟ ଏହାର ଦଣ୍ଡ ବିଧାନ କରିବେ।

ରାମପାଲଙ୍କ ମାମଲାର ଶୁଣାଣି କରିବା ପାଇଁ ହରିଆଣାରେ ଥିବା ହିର୍ସା କେନ୍ଦ୍ରୀୟ ଜେଲ୍‌ରେ ସ୍ୱତନ୍ତ୍ର କୋର୍ଟ ବସିଥିଲା। ଏହିଠାରେ ହିଁ ରାମପାଲ ୨୦୧୪ରୁ ବନ୍ଦୀ ଜୀବନ ବିତାଉଛନ୍ତି।
୧୯୫୧ରେ ଜନ୍ମ ଗ୍ରହଣ କରିଥିବା ରାମପାଲ ସିଂହ ଯତୀନ୍‌ ପ୍ରଥମେ ହରିଆଣାର ଜଳସେଚନ ବିଭାଗରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ସତଲୋକ ଆଶ୍ରମ ଖୋଲି ଲୋକଙ୍କୁ ଧର୍ମର ମାର୍ଗ ଦେଖାଇ ଆତ୍ମଘୋଷିତ ବାବା ପାଲଟି ଯାଇଥିଲେ।



from Odisha Reporter https://ift.tt/2yjE0rJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages