ବିଶ୍ୱକପ୍‌ ପାଇଁ ପ୍ରସ୍ତାବ: ଟିମ୍‌ ଇଣ୍ଡିଆକୁ ଦରକାର ପ୍ରଚୁର କଦଳୀ, ପତ୍ନୀଙ୍କ ସାନ୍ନିଧ୍ୟ ଓ ସ୍ୱତନ୍ତ୍ର ରେଳକୋଚ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ବିଶ୍ୱକପ୍‌ ପାଇଁ ପ୍ରସ୍ତାବ: ଟିମ୍‌ ଇଣ୍ଡିଆକୁ ଦରକାର ପ୍ରଚୁର କଦଳୀ, ପତ୍ନୀଙ୍କ ସାନ୍ନିଧ୍ୟ ଓ ସ୍ୱତନ୍ତ୍ର ରେଳକୋଚ

ମୁମ୍ବାଇ: ଆସନ୍ତାବର୍ଷ କ୍ରିକେଟ୍ ବିଶ୍ୱକପ୍‌ ଇଂଲଣ୍ଡରେ ଖେଳାଯିବ। ଏଥିପାଇଁ ଏବେଠାରୁ ଟିମ୍‌ ଇଣ୍ଡିଆ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ଲାଗିଛି। ଇଂଳଣ୍ଡ ପରିବେଶରେ ଗତ ଗସ୍ତକାଳରେ ସେତେଟା ସଫଳତା ପାଇ ନଥିବା ଟିମ୍‌ ଇଣ୍ଡିଆ ଏଥର ବିଶ୍ୱକପ୍‌ ଜିତି ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି।

ତେବେ ବିଶ୍ୱକପ୍‌ ଖେଳିବାକୁ ଇଂଲଣ୍ଡ ଯିବା ପୂର୍ବରୁ ଟିମ୍‌ ଇଣ୍ଡିଆର ଅଧିନାୟକ ଓ ମ୍ୟାନେଜମେଣ୍ଟ ବିସିସିଆଇ ଆଗରେ ନିଜର ଦାବି ଉପସ୍ଥାପନ କରିଛନ୍ତି।

ଦାବି ଅନୁସାରେ, ଇଂଲଣ୍ଡରେ ଖେଳିବାକୁ ହେଲେ ପ୍ରଥମେ ଖେଳାଳିମାନଙ୍କୁ ପର୍ଯ୍ୟାପ୍ତ ପରିମାଣର କଦଳୀ ଯୋଗାଇ ଦେବାକୁ ହେବ। ଏଥିସହ ଇଂଲଣ୍ଡରେ ଯିବା ଆସିବା କରିବା ପାଇଁ ବସ୍‌ ନୁହେଁ ବରଂ ସ୍ୱତନ୍ତ୍ର ତଥା ସଂରକ୍ଷତି ରେଳବଗି ଏବଂ ଟୁର୍‌ ବେଳେ ପତ୍ନୀ କିମ୍ବା ଗାର୍ଲଫ୍ରେଣ୍ଡଙ୍କୁ ନେବାକୁ ଅନୁମତି ଦେବାକୁ ହେବ।

ଇଣ୍ଡିଆନ୍‌ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁଯାୟୀ, ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ ପୂର୍ବରୁ ସିଓଏ ଓ ଟିମ୍‌ ଇଣ୍ଡିଆର ମ୍ୟାନେଜମେଣ୍ଟ ଏବଂ ଅଧିନାୟକ ହାଇଦ୍ରାବାଦ୍‌ଠାରେ ଏକ ରିଭ୍ୟୁ ମିଟିଂ କରିଥିଲେ। ଏହି ସମୟରେ ଟିମ୍‌ ଇଣ୍ଡିଆ ପକ୍ଷରୁ ଏଭଳି ଦାବି କରାଯାଇଛି।

ସୂତ୍ର ଅନୁସାରେ, ନିକଟରେ ଟିମ୍‌ ଇଣ୍ଡିଆ ଟେଷ୍ଟ୍‌, ଦିନିକିଆ ଓ ଟି-୨୦ ଖେଳିବାକୁ ଇଂଲଣ୍ଡ ଯାଇଥିଲା। ଏହି ସମୟରେ ଇଂଲଣ୍ଡ ବୋର୍ଡ ଖେଳାଳିଙ୍କ ଚାହିଦା ଅନୁସାରେ କଦଳୀ ଯୋଗାଇ ପାରି ନଥିଲା। ଏଥିସହ ଅନ୍ୟାନ୍ୟ ସୁବିଧା ମଧ୍ୟ ଠିକ୍‌ ଭାବେ ମିଳି ନଥିଲା। ତେଣୁ ଏଥର ବିଶ୍ୱକପ୍‌ ଥିବାରୁ ଟିମ୍‌ ଇଣ୍ଡିଆ ଆଗରୁ କଦଳୀ ଯୋଗାଣ କଥା ଉଠାଇଛି।

ତେବେ ଟିମ୍‌ ମ୍ୟାନେଜମେଣ୍ଟର ଏଭଳି କଦଳୀ ଖାଇବାକୁ ନ ମିଳିବା ଘଟଣା ଶୁଣି ସିଓଏ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଦରକାର ପଡ଼ିଥିଲେ ବିସିସିଆଇ ତା’ ହାତରୁ ଟଙ୍କା ଖର୍ଚ୍ଚ କରି ଖେଳାଳିଙ୍କୁ କଦଳୀ ଯୋଗାଇ ଦେଇଥାଆନ୍ତା। ହେଲେ ଟିମ୍‌ ମ୍ୟାନେଜର ଏକଥା ଆମକୁ କାହିଁକି କହି ନଥିଲେ ବୋଲି ସିଓଏ ପକ୍ଷରୁ ପ୍ରଶ୍ନ କରାଯାଇଥିଲା।

ଏହାବାଦ୍‌ ଜିମ୍‌ ବ୍ୟବସ୍ଥା ଥିବା ହୋଟେଲ୍‌ ଏବଂ ପ୍ରଟୋକଲ୍‌ ଅନୁସାରେ ପତ୍ନୀମାନଙ୍କୁ ସାଙ୍ଗରେ ନେବା ସମ୍ପର୍କରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିଲା।

ଏହି ରିଭ୍ୟୁ ବୈଠକରେ ଅଧିନାୟକ ବିରାଟ୍‌ କୋହଲି, ଟେଷ୍ଟ୍‌ ଟିମ୍‌ର ଉପ ଅଧିନାୟକ ଅଜିଙ୍କ୍ୟ ରାହଣେ, ଦିନିକିଆ ଦଳର ଉପ ଅଧିନାୟକ ରୋହିତ ଶର୍ମା, କୋଚ୍‌ ରବି ଶାସ୍ତ୍ରୀ ଓ ଚୟନ କମିଟି ଅଧ୍ୟକ୍ଷ ଏମକେ ପ୍ରସାଦ ଉପସ୍ଥିତ ରହିଥିଲେ।

ବୈଠକ ବେଳେ ଖେଳାଳିମାନେ ଟ୍ରେନ୍‌ରେ ଇଂଲଣ୍ଡରେ ଯିବା ଆସିବା କରିବାକୁ ପ୍ରସ୍ତାବ ଦେଇଛନ୍ତି। ତେବେ ଏହାଦ୍ୱାରା ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠିବ ବୋଲି ସିଓଏ ପକ୍ଷରୁ କୁହାଯାଇଛି। ତେବେ ଅଧିନାୟକ ବିରାଟ୍‌ କୋହଲି କହିଥିଲେ, ଇଂଲଣ୍ଡ ଟିମ୍‌ ଟ୍ରେନ୍‌ରେ ଯାଉଛି। ତେଣୁ ଭାରତୀୟ ଟିମ୍‌ ମଧ୍ୟ ଟ୍ରେନ୍‌ରେ ଯାଇପାରିବ। ଏଥିପାଇଁ କେବଳ ଗୋଟିଏ ବଗି ବୁକ୍‌ କରିବାକୁ ପଡ଼ିବ।

ଏହାପରେ ସିଓଏ ପକ୍ଷରୁ କୁହାଯାଇଥିଲା ଯେ ଯଦି କୌଣସି ଅଘଟଣ ଘଟେ, ତା’ହେଲେ ସେଥିପାଇଁ ବିସିସିଆଇ କିମ୍ବା ସିଓଏ ଦାୟୀ ରହିବ ନାହିଁ। କାରଣ ଇଣ୍ଡିଆନ୍‌ ଫ୍ୟାନ୍‌ମାନେ ଟ୍ରେନ୍‌ରେ ଯା’ଆସ କରୁଛନ୍ତି।

ଶେଷରେ ଖେଳାଳିମାନଙ୍କ ସହ ସେମାନଙ୍କ ପତ୍ନୀ ଓ ଗାର୍ଲଫ୍ରେଣ୍ଡ ଯିବା କଥା ଉଠିଥିଲା। ଏହି ସମୟରେ ସିଓଏ ପକ୍ଷରୁ କୁହାଯାଇଥିଲା ଯେ, ପତ୍ନୀମାନଙ୍କ ପାଇଁ କମିଟି ପକ୍ଷରୁ ସ୍ୱତନ୍ତ୍ର ବସ୍‌ କରାଯିବ।

କାରଣ ଅନେକ ସମୟରେ ଦେଖାଯାଉଛି, ଖେଳାଳିମାନେ ସେମାନଙ୍କ ପତ୍ନୀମାନଙ୍କ ସହ ସ୍ୱତନ୍ତ୍ର ଗାଡ଼ିରେ ଯାଉଛନ୍ତି। କିନ୍ତୁ ଏଭଳି ଅଭ୍ୟାସକୁ ବନ୍ଦ କରିବାକୁ ପଡ଼ିବ। ତେଣୁ ସିଓଏ ସ୍ୱତନ୍ତ୍ର ବସ୍‌ର ବନ୍ଦୋବୋସ୍ତ କରିବ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2Q6SYbB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages