ନିର୍ବାଚନ ପାଇଁ ନିରଞ୍ଜନ ଗଢ଼ିଲେ ନିଜ ଟିମ୍, ବରିଷ୍ଠଙ୍କୁ ଅଣଦେଖା, ଅନୁଗତ ରହିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ନିର୍ବାଚନ ପାଇଁ ନିରଞ୍ଜନ ଗଢ଼ିଲେ ନିଜ ଟିମ୍, ବରିଷ୍ଠଙ୍କୁ ଅଣଦେଖା, ଅନୁଗତ ରହିଲେ

Niranjan-Patnaik

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନବେଳେ ଦଳୀୟ ସଂଗଠନ ଉପରେ ନିଜର ଦବଦବା କାଏମ ରଖିବାପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ନୂଆ ଟିମ୍ ଗଠନ କରିଛନ୍ତି। ଏହି ଟିମରେ ନିରଞ୍ଜନ ନିଜର ଖାସ୍ ଅନୁଗତଙ୍କ ଉପରେ ଦଳୀୟ ସଂଗଠନଠୁ ଆରମ୍ଭ କରି ନିର୍ବାଚନ ପ୍ରସ୍ତୁତି ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ତେବେ ଏଥିରେ କଂଗ୍ରେସର ଅନ୍ୟ ଗୋଷ୍ଠୀର ନେତାମାନଙ୍କୁ ସାମିଲ କରାଯାଇ ନଥିବାରୁ ଏହି ଟିମକୁ ନେଇ ଦଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ଜଣାପଡ଼ିଛି।

ପିସିସି ସାଧାରଣ ସମ୍ପାଦକ(ସଂଗଠନ) ବିଶ୍ୱଜିତ୍ ଦାସଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ ତଥା କ୍ରିୟାଶୀଳ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କର୍ମକର୍ତାମାନଙ୍କ ମଧ୍ୟରେ ଜିଲ୍ଲା ଓ ବିଭିନ୍ନ ସାଂଗଠନିକ ଦାୟିତ୍ୱ ବଣ୍ଟନ କରିଛନ୍ତିି।

ପ୍ରଦେଶ କଂଗ୍ରେସ ଉପସଭାପତି ଅନନ୍ତ ପ୍ରସାଦ ସେଠୀଙ୍କୁ ଶୃଙ୍ଖଳାଗତ କମିଟିର ଆବାହକ, ଏଆଇସିସିି କାର୍ଯ୍ୟକ୍ରମ, ଆକାଉଣ୍ଟସ୍, ପ୍ରଦେଶ ନିର୍ବାଚନ ପ୍ରସ୍ତୁତି ଓ ପ୍ରଚାର କମିଟିର ସଦସ୍ୟ ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ ଉପସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ ଢେଙ୍କାନାଳ ଜିଲ୍ଲା ସହିତ ସ୍ୱାଧିନତା ସଂଗ୍ରାମୀ ବିଭାଗ, କଳା ଓ ସଂସ୍କୃତି ବିଭାଗ ଏବଂ ସେବାଦଳ ସଂଗଠନ ଦାୟିତ୍ୱ ଦିଆଯାଇଛି।

ସେହିପରି ବିଜୟଲକ୍ଷ୍ମୀ ସାହୁଙ୍କୁ ପୁରୀ ଜିଲ୍ଲା ସହିତ ପଞ୍ଚାୟତିରାଜ ସେଲର ଦାୟିତ୍ୱ ଦିଆଯାଇଥିବା ବେଳେ ସଦନ ନାୟକଙ୍କୁ ରାୟଗଡ଼ା ଜିଲ୍ଲା ସହିତ ଅବସରପ୍ରାପ୍ତ ସାମରିକ ବିଭାଗ ଓ ପେନସନ ବିଭାଗ ଦାୟିତ୍ୱ ଦିଆଯାଇଥିବା ବେଳେ ଅମରନାଥ ପ୍ରଧାନଙ୍କୁ ପିସିସି ସଭାପତିଙ୍କ ସହ ସଂଯୁକ୍ତ କରାଯାଇଛି। ଅଧ୍ୟାପକ କୈଳାସ ଆଚାର୍ଯ୍ୟଙ୍କୁ କଳା ଓ ସଂସ୍କୃତି, ଶିକ୍ଷକ କଂଗ୍ରେସ, ବୁଦ୍ଧିଜୀବୀ ବିଭାଗ ଦାୟିତ୍ୱ, ଶିବାନନ୍ଦ ରାୟଙ୍କୁ ଯାଜପୁର ଜିଲ୍ଲା ସହ ନିର୍ବାଚନ କମିଶନ ଓ ଆଇନ୍ ପ୍ରକୋଷ୍ଠ ଦାୟିତ୍ୱ, କୋଷାଧ୍ୟକ୍ଷ କିଶୋର ଚନ୍ଦ୍ର ପଟେଲଙ୍କୁ ବଲାଙ୍ଗୀର ଜିଲ୍ଲା ସହ ଅର୍ଥ ଦାୟିତ୍ୱ, ମିଡିଆ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକଙ୍କୁ ମିଡିଆ ଓ କମ୍ୟୁନିକେସନ ବିଭାଗ ଦାୟିତ୍ୱ ଦିଆଯାଇଛି।

ସେହିଭଳି ସାଧାରଣ ସଂପାଦକ ସଂଜୀବ ଗିରି ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ପିସିସି ସଭାପତିଙ୍କ ସହିତ ସଂଯୁକ୍ତ କରାଯାଇଥିବାବେଳେ ଜାନକୀବଲ୍ଲଭଙ୍କୁ ପ୍ରୋଟୋକଲ୍ ଓ ନିର୍ବାଚନ ପ୍ରସ୍ତୁତି ଦାୟିତ୍ୱ, ବିଶ୍ୱଜିତ୍ ଦାସଙ୍କୁ ସଂଗଠନ ଦାୟିତ୍ୱ, ବିଷ୍ଣୁ ଚରଣ ବାରିକଙ୍କୁ ପଛୁଆବର୍ଗ ବିଭାଗ ଦାୟିତ୍ୱ, ବିଶ୍ୱଭୂଷଣ ଦାସଙ୍କୁ ଯୁବ ଓ ଛାତ୍ର କଂଗ୍ରେସ ଦାୟିତ୍ୱ, ଗିରିବାଳା ବେହେରାଙ୍କୁ ସ୍ୱାଧିନତା ସଂଗ୍ରାମୀ ପ୍ରକୋଷ୍ଠ ଦାୟିତ୍ୱ, ବିନୋଦ ପାତ୍ରଙ୍କୁ ଅନୁସୂଚିତ ଜାତି ବିଭାଗ ଦାୟିତ୍ୱ, ଦାସରଥି ଗମାଙ୍ଗଙ୍କୁ ଅନୁସୂଚିତ ଜନଜାତି ବିଭାଗ, କୁନି ମଲ୍ଲିକଙ୍କୁ ସ୍ୱୟଂ ସହାୟିକା ଗୋଷ୍ଠୀ ଦାୟିତ୍ୱ, ବିଦ୍ୟାଧର ଦେହୁରୀ ଓ କୁମୁଦିନୀ କ୍ରିସାନୀଙ୍କୁ ଅନୂସୂଚିତ ଜନଜାତି ବିଭାଗର ଦାୟିତ୍ୱ ଦିଆଯାଇଛି।

ସେହିପରି ସନ୍ତୋଷ ସିଂ ସାଲୁଜାଙ୍କୁ ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲା, ରାଧାକାନ୍ତ ଦିଗଲଙ୍କୁ ସୁବର୍ଣ୍ଣପୁର ଜିଲ୍ଲା, ଗଣେଶ୍ୱର ବେହେରାଙ୍କୁ ଜଗତସିଂହପୁର ଜିଲ୍ଲା, ଦେବାଶିଷ ପଟ୍ଟନାୟକଙ୍କୁ ବାଲେଶ୍ୱର ଜିଲ୍ଲା,ଶୁଭେନ୍ଦୁ ମହାନ୍ତିଙ୍କୁ ଗଞ୍ଜାମ, ନକୁଳ ନାୟକଙ୍କୁ କୋରାପୁଟ, ସସ୍ମିତା ବେହେରାଙ୍କୁ ବୌଦ୍ଧ, ଆଲୋକ ମିଶ୍ରଙ୍କୁ ଦେବଗଡ ଜିଲ୍ଲା, ରାଜକିଶୋର ଷଡଙ୍ଗୀଙ୍କୁ ଝାରସୁଗୁଡା ଓ ରାଉରକେଲା ଜିଲ୍ଲା, ରାଜକିଶୋର ଦାସଙ୍କୁ ବରଗଡ ଜିଲ୍ଲା, ହିମାଂଶୁ ଶେଖର ଦାସଙ୍କୁ କନ୍ଧମାଳ ଜିଲ୍ଲା, ଉମାବଲ୍ଲଭ ରଥଙ୍କୁ ନୟାଗଡ ଜିଲ୍ଲା, ସରୋଜ ପାତ୍ରଙ୍କୁ ନୂଆପଡା ଜିଲ୍ଲା, ଅଜିତ୍ ଦାସଙ୍କୁ କଳାହାଣ୍ଡି ଜିଲ୍ଲା, ଆକବର ଅଲ୍ଲୀଙ୍କୁ ଭଦ୍ରକ ଜିଲ୍ଲା, ହିମାଂଶୁ ଶେଖର ଲିମାଙ୍କୁ ମାଲକାନାଗିରି ଜିଲ୍ଲା ସହ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ଦାୟିତ୍ୱ ଦିଆଯାଇଛି।

ସେହିପରି ଲକ୍ଷ୍ମଣ କୁମାର ମେହେରଙ୍କୁ ଅନୁଗୁଳ ଜିଲ୍ଲା ସହ ବୁଦ୍ଧିଜୀବୀମାନଙ୍କୁ ଯୋଗାଯୋଗ ଦାୟିତ୍ୱ, ଅଧିରାଜ ପାଣିଗ୍ରାହୀଙ୍କୁ ନବରଙ୍ଗପୁର ଜିଲ୍ଲା, ଆପଲା ସ୍ୱାମୀ କାଡ୍ରାକାଙ୍କୁ ଗଜପତି ଜିଲ୍ଲା, ପରବର୍ତୀ ଆଦେଶନାମା ପର୍ଯ୍ୟନ୍ତ ପିସିସି ପ୍ରଭାରୀ ବିଜନ ସାହୁଙ୍କୁ କେନ୍ଦୁଝର ଜିଲ୍ଲା, ଶିଶିର କୁମାର ନାୟକଙ୍କୁ କଟକ ଜିଲ୍ଲା, ନିକୁଞ୍ଜ ପଶାୟତଙ୍କୁ ଖୋର୍ଦ୍ଧା ଜିଲ୍ଲା ଓ ଦ୍ୱିବ୍ୟେନ୍ଦୁ ପାଣିଗ୍ରାହୀଙ୍କୁ ମୟୁରଭଞ୍ଜ ଜିଲ୍ଲା , ସଂଗ୍ରାମ କେଶରୀ ଜେନାଙ୍କୁ କେନ୍ଦ୍ରାପଡା ଜିଲ୍ଲା ଦାୟିତ୍ୱ ଦିଆଯାଇଛି।

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କୁ ପ୍ରୋଟୋକଲ ଦାୟିତ୍ୱ, ବିସ୍ମୟ ମହାପାତ୍ରଙ୍କୁ “ମୋ ବୁଥ୍ ମୋ ଗୌରବ’, “ପ୍ରୋଜେକ୍ଟ ଶକ୍ତି’ ଓ ଡାଟା ଆନାଲିସିସ୍ ଦାୟିତ୍ୱ ଦିଆଯାଇଛି । ଏହା ବ୍ୟତୀତ ପ୍ରଦେଶ କଂଗ୍ରେସ ଉପସଭାପତି ଓ ସାଧାରଣ ସଂପାଦକଙ୍କ ସହିତ ସଂପାଦକମାନଙ୍କୁ ମଧ୍ୟ ବିଭିନ୍ନ ଜିଲ୍ଲା ଓ ସଂଗଠନ ଦାୟିତ୍ୱ ଦିଆଯାଇଛି ।



from Odisha Reporter https://ift.tt/2Q6Glx8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages