ଏହି ନେତା କହିଲେ ପୃଥ୍ୱୀ ଆମ ଟୋକା, ପଢ଼ନ୍ତୁ କାହିଁକି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ଏହି ନେତା କହିଲେ ପୃଥ୍ୱୀ ଆମ ଟୋକା, ପଢ଼ନ୍ତୁ କାହିଁକି !

ମୁମ୍ବାଇ (ଓଡ଼ିଶା ରିପୋର୍ଟର)- ୧୯୯୯ ମସିହାରେ ମହାରାଷ୍ଟ୍ରର ବିରାର୍‌ରେ ଏକ ମାର୍‌ୱାଡ଼ି ପରିବାରରେ ଜନ୍ମ ନେଇଥିବା ପୃଥ୍ୱୀ ଶ’ ୯ ବର୍ଷ ବୟସରୁ ହିଁ ନିତିଦିନ ଲୋକାଲ୍‌ ଟ୍ରେନ୍‌ରେ ବାନ୍ଦ୍ରା ଯାଇ କ୍ରିକେଟ ପ୍ରାକ୍ଟିସ କରୁଥିଲେ। ସେହି ଦିନରୁ ହିଁ ତାଙ୍କ ବାପାଙ୍କର ପୃଥ୍ୱୀଙ୍କ ଟ୍ୟାଲେଣ୍ଟ ଉପରେ ବିଶ୍ୱାସ ଆସିଯାଇଥିଲା।

ଥରେ ସନ୍ତୋଷ ପିଙ୍ଗୁଲକର୍‌ ନାମକ ଜଣେ କୋଚ୍ ତାଙ୍କୁ ଠାବ କରି ଗୋଲ୍ଡେନ୍‌ ଷ୍ଟାର୍‌ ଏକାଡେମୀରେ ଯୋଗ ଦେବାକୁ ପରାମର୍ଶ ଦେଇଥିଲେ। ଏହା ପରେ ଉଭୟ କୋଚ୍‌ ପିଙ୍ଗୁଲକର୍‌ ଏବଂ ପୃଥ୍ୱୀଙ୍କର ବାପା ମନସ୍ଥ କଲେ ତାଙ୍କ ଭବିଷ୍ୟତ ପାଇଁ ତାଙ୍କୁ ମୁମ୍ବାଇ ପଠାଇବା ଠିକ୍‌ ହେବ। ସେତେବେଳକୁ ରିଜ୍‌ୱି ସ୍ପ୍ରିଙ୍ଗଫିଲ୍ଡ ନାମକ ସ୍କୁଲ୍‌ର ତୃତୀୟ ଷ୍ଟାଣ୍ଡାର୍ଡରେ ତାଙ୍କ ନାମ ଲେଖାଗଲା। ସେଠାରେ କ୍ରିକେଟ୍‌କୁ ପ୍ରବଳ ପ୍ରୋତ୍ସାହନ ମିଳୁଥିଲା। କିନ୍ତୁ ଏଥିପାଇଁ ତାଙ୍କୁ ବିରାର୍‌ରୁ ବାନ୍ଦ୍ରାକୁ ଟ୍ରେନ୍‌ରେ ଯିବାଆସିବା କରିବାକୁ ପଡ଼ୁଥିଲା।

ସେଠାରେ ହିଁ ବର୍ତ୍ତମାନର ଶିବସେନା ବିଧାୟକ ଏବଂ ତତ୍କାଳୀନ ସ୍ଥାନୀୟ କର୍ପୋରେଟର୍‌ ସଞ୍ଜୟ ପୋଟ୍‌ନୀ ପୃଥ୍ୱୀଙ୍କ ପ୍ରତିଭା ବାବଦରେ ଜାଣିବାକୁ ପାଆନ୍ତି। କିନ୍ତୁ ପୃଥ୍ୱୀ ନିତିଦିନ ଟ୍ରେନ୍‌ରେ ଯାତ୍ରା କରି ଆସି ଅଭ୍ୟାସ କରିବା ତାଙ୍କୁ ବ୍ୟଥିତ କରିବାରୁ ତାଙ୍କୁ ନିଜ ଘରେ ରହିବାର ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବର ସପ୍ତାହକ ପରେ ପୃଥ୍ୱୀ ପ୍ରଥମେ ପୋଟ୍‌ନୀଙ୍କ ପରିବାର ସହିତ ରହିଲେ। ପରେପରେ ସେ ପୋଟ୍‌ନୀଙ୍କ ଅଫିସ୍‌ର ଏକ ରୁମ୍‌ରେ ରହି ସ୍କୁଲ୍‌ ଯିବା ଆସିବା କରିବାକୁ ଲାଗିଲେ।

ଏହା ପରେ ତାଙ୍କର କ୍ରିକେଟ ପ୍ରାକ୍ଟିସରେ ଏକାଗ୍ରତା ଆହୁରି ବିକଶିତ ହେବାକୁ ଲାଗିଥିଲା। ଯାହାର ସଫଳ ରୂପ ଆଜି ସାରା ଦେଶ ଦେଖୁଛି। ଗତକାଲି ପୃଥ୍ୱୀ ଶତକ ମାରିବା ବେଳେ ସବୁ କାମ ଛାଡ଼ି ଘରେ ବସି କ୍ରିକେଟ୍‌ ଦେଖୁଥିଲେ ପୋଟ୍‌ନୀ। ଏହି ସମୟରେ ସେ ଆଖି ଛଳଛଳ କରି କହିଥିଲେ, ‘ସେ ଆମ ଟୋକା। ପ୍ରଥମ ବଲ୍‌ ଡଟ୍‌ ଥିଲା, ତାପରେ ୩ ରନ୍‌। ମୁଁ ଜାଣିଥିଲି ସେ ତା’ର ଚିରାଚରିତ ଢଙ୍ଗରେ ଏମିତି ଆକ୍ରମଣାତ୍ମକ ଢଙ୍ଗରେ ଖେଳିବ।’



from Odisha Reporter https://ift.tt/2O6uWQY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages