ଟେଷ୍ଟ୍‌ କ୍ୟାରିୟର୍‌ର ମେଡେନ୍‌ ଶତକ କାହାକୁ ଉତ୍ସର୍ଗ କଲେ ଜାଡେଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ଟେଷ୍ଟ୍‌ କ୍ୟାରିୟର୍‌ର ମେଡେନ୍‌ ଶତକ କାହାକୁ ଉତ୍ସର୍ଗ କଲେ ଜାଡେଜା

ରାଜକୋଟ୍‌: ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୩୭ଟି ଟେଷ୍ଟ ଓ ୧୪୦ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଭାରତ ପାଇଁ ଖେଳିଥିଲେ ହେଁ ଆଜି ଯାଏ କେବେ ହେଲେ ଶତକ ହାସଲ କରି ନଥିଲେ। କିନ୍ତୁ ତାଙ୍କର ଏହି ଅଧୁରା ସ୍ୱପ୍ନ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ପୂରଣ ହୋଇଛି। ସେ କେବଳ ନିଜ ଟେଷ୍ଟ କ୍ୟାରିୟର୍‌ରେ ନୁହେଁ ବରଂ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପ୍ରଥମଥର ପାଇଁ ଶତକ ହାସଲ କରିଛନ୍ତି।

୯୦ ରନ୍‌ କରିଥିବା ବେଳେ ଜାଡେଜା ବେଶ ନର୍ଭସ ଥିଲେ। କିନ୍ତୁ ନର୍ଭସ ୯୦ରେ ସେ ଶାନ୍ତ ରହି ଏଭଳି ମାଇଲ୍‌ଷ୍ଟୋନ୍‌ ଅତିକ୍ରମ କରିଛନ୍ତି। ଜାଡେଜା ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ୮୬ ଓ ୯୦ ରନ୍‌ କରିଥିଲେ। କିନ୍ତୁ କେବେ ହେଲେ ଶତକ ହାସଲ କରିପାରି ନଥିଲେ। ତେବେ ଜାଡେଜା ନିଜ ହୋମ୍‌ ଗ୍ରାଉଣ୍ଡରେ ସବୁ ବାଧାବିଘ୍ନ ଅତିକ୍ରମ କରି ଦୀର୍ଘ ୧୦ ବର୍ଷର ଅପେକ୍ଷାର ଅନ୍ତ ଘଟାଇଛନ୍ତି।

ଜାଡେଜାଏହି ସ୍ମରଣୀୟ ଶତକକୁ ତାଙ୍କ ଦିବଂଗତ ମା’ଙ୍କୁ ଉତ୍ସର୍ଗ କରିଛନ୍ତି।

ଦ୍ୱିତୀୟ ଦିନର ଖେଳ ଶେଷ ପରେ ଜାଡେଜା କହିଛନ୍ତି, “ ଏହି ଶତକ ମୋ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର। ପୂର୍ବରୁ ମୁଁ ୮୦ ଓ ୯୦ ରନ୍‌ କରିଥିଲି। ହେଲେ କେବେ ହେଲେ ଶତକ ହାସଲ କରିପାରି ନଥିଲି। କିନ୍ତୁ ଆଜି ସେହି ସ୍ୱପ୍ନ ପୂରଣ ହୋଇପାରିଛି। ପୂର୍ବରୁ ଶତକ ପାଖେଇ ଆସିଲେ ମୁଁ ବ୍ୟସ୍ତ ହୋଇପଡୁଥିଲି। କିନ୍ତୁ ଆଜି ଆଦୌ ବ୍ୟସ୍ତ ହୋଇନଥିଲି। ମୁଁ ଉଭୟ ଉମେଶ ଓ ଶାମିଙ୍କ ସହ କଥା ହେବା ସହ ୧୦୦ ରନ୍‌ କେମିତି ହାସଲ କରିବି, ସେଥିପାଇଁ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିଥିଲି। ମୁଁ ଏହି ଶତକକୁ ଏଇ ଦୁନିଆ ଛାଡ଼ି ଚାଲିଯାଇଥିବା ମୋ ମା’ଙ୍କୁ ଉତ୍ସର୍ଗ କରିବାକୁ ଚାହିଁବି।”

ଶତକ ପରେ ଜାଡେଜା ନିଜର ଚିରାଚରିତ ଢଙ୍ଗରେ ଖଣ୍ଡାବୁଲାଇବା ଭଳି ବ୍ୟାଟ୍‌କୁ ବୁଲାଇଥିଲେ। ଏହି ସମୟରେ ଡ୍ରେସିଂ ରୁମ୍‌ରେ ସମସ୍ତେ ମଧ୍ୟ ଛିଡ଼ା ହୋଇ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଦେଖନ୍ତୁ ଜାଡେଜାଙ୍କ ସେଲିବ୍ରେସନ୍‌



from Odisha Reporter https://ift.tt/2zUtUiA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages