‘ଜୋତା ଚୋରି’ ଉତ୍ସବ ପାଇଁ ଭାବି ଭିଣୋଇଙ୍କୁ ୩୭ କୋଟି ମାଗିଲେ ପରିଣତି ଚୋପ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

‘ଜୋତା ଚୋରି’ ଉତ୍ସବ ପାଇଁ ଭାବି ଭିଣୋଇଙ୍କୁ ୩୭ କୋଟି ମାଗିଲେ ପରିଣତି ଚୋପ୍ରା

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନସ୍‌ଙ୍କ ବିବାହକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମିଳିଥିବା ତାଜା ସୂଚନା ଅନୁଯାୟୀ ଉଭୟଙ୍କ ବିବାହ ତାରିଖ ମଧ୍ୟ ଧାର୍ଯ୍ୟ ହୋଇସାରିଛି। ତେବେ ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କୀୟ ଭଉଣୀ ତଥା ଅଭିନେତ୍ରୀ ପରିଣତି ଚୋପ୍ରା ବିବାହକୁ ନେଇ ମଧ୍ୟ ଖୁବ୍‌ ଉତ୍ସାହିତ ଅଛନ୍ତି।

ପରିଣତି ବିବାହ ଉତ୍ସବ ଅବସରରେ ହେବାକୁ ଥିବା ‘ଜୋତା ଚୋରି’ ଉତ୍ସବ ପାଇଁ ତାଙ୍କର ଭାବି ଭିଣୋଇ ନିକ୍‌ ଜୋନସ୍‌ଙ୍କୁ ଏକ ମୋଟା ଅଙ୍କର ଅର୍ଥ ମାଗିଛନ୍ତି। ଯାହା ଶୁଣିଲେ ଆପଣ ବି ଚମକି ପଡ଼ିବେ। କୁହାଯାଉଛି ପରିଣତି ଏହି ଉତ୍ସବ ପାଇଁ ୫ ମିଲିୟନ୍‌ ଡଲାର ତଥା ୩୭ କୋଟି ଟଙ୍କା ମାଗିଛନ୍ତି।

ଏକ ଇଣ୍ଟର୍ଭ୍ୟୁରେ ପରିଣତି କହିଛନ୍ତି ଯେ, ଦୁଇ ଦିନ ପୂର୍ବେ ନିକ୍‌ ଏବଂ ମୁଁ ବସି  ବାହାଘର ବିଷୟର ଆଲୋଚନା କରୁଥିଲୁ। ଆଉ ମଜାରେ ମଜାରେ ତାଙ୍କ ପାଖରେ ମୋର ଡିମାଣ୍ଡ ରଖିଥିଲି। ‘ଜୋତା ଚୋରି’ ଉତ୍ସବ ପାଇଁ ମୁଁ ୫ ମିଲିୟନ୍‌ ଡଲାର କହିବାରୁ ନିକ୍‌ ଟିକେ ଚମକି ପଡ଼ିଲେ। ସେ ବି ମଜାଛଳରେ କହିଲେ ୫ ମିଲିୟନ୍‌ ଡଲାର ନୁହେଁ ୧୦ ଡଲାର। ପରିଣତି କହିଛନ୍ତି ଯେ ମୁଁ ନିକ୍‌ଙ୍କର ଭଲ ଶାଳି ହେବାକୁ ଚାହେଁ।

ତେଣୁ ବିବାହ ଉତ୍ସବରେ ମୋ ହକ୍‌ ପାଇଁ ମୁଁ ନିକ୍‌ଙ୍କୁ ଅଧିକ ଅର୍ଥ ମାଗିବି ବୋଲି କହିଛନ୍ତି।  ତେବେ ସୂଚନା ଅନୁଯାୟୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନସ୍‌ଙ୍କ ବିବାହ ତାରିଖ ଏବଂ ସ୍ଥାନ ଠିକ୍‌ ହୋଇସାରିଛି।

ଟାଇମ୍ସ ଅଫ୍‌ ଇଣ୍ଡିଆର ରିପୋର୍ଟ ମୁତାବକ ଦୁହିଁଙ୍କ ବିବାହ ଆସନ୍ତା ଡିସେମ୍ବର ୨ତାରିଖରେ ଅନୁଷ୍ଠିତ ହେବ।  ଦୁହେଁ ରାଜସ୍ତାନର ଯୋଧପୁରର ବିଳାସମୟ ଉମ୍ମେଦ ପ୍ୟାଲେସ୍‌ରେ ବିବାହ କରିବେ। ଭାରତୀୟ ପରମ୍ପରା ଅନୁସାରେ  ପ୍ରିୟଙ୍କା ଓ ନିକ୍‌ଙ୍କ ମଧ୍ୟରେ ଗତ ଅଗଷ୍ଟ ୧୮ତାରିଖରେ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା।



from Odisha Reporter https://ift.tt/2CPup02

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages