‘ଭଗବାନ ନାହାନ୍ତି’, ଜାଣନ୍ତୁ କଣ କହୁଛି ଷ୍ଟିଫେନ୍‌ ହକିଙ୍ଗ୍‌ଙ୍କ ଶେଷ ବହି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 17, 2018

‘ଭଗବାନ ନାହାନ୍ତି’, ଜାଣନ୍ତୁ କଣ କହୁଛି ଷ୍ଟିଫେନ୍‌ ହକିଙ୍ଗ୍‌ଙ୍କ ଶେଷ ବହି

ୱାଶିଂଟନ୍‌ (ଓଡ଼ିଶା ରିପୋର୍ଟର): କିମ୍ବଦନ୍ତୀ ବୈଜ୍ଞାନିକ ଷ୍ଟିଫେନ୍‌ ହକିଂ ତାଙ୍କର ମୃତ୍ୟୁ ପୂର୍ବରୁ ଲିଖିତ ତଥା ସଦ୍ୟ ପ୍ରକାଶିତ ବହିରେ ସୃଷ୍ଟି ବାବଦରେ ୧୦ଟି ମୌଳିକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ ସୃଷ୍ଟି ଉପରେ ଦୀର୍ଘକାଳ ଧରି ଗବେଷଣା କରିଆସୁଥିବାରୁ ଏହି ପ୍ରଶ୍ନସମୂହ ତାଙ୍କୁ ବାରମ୍ବାର ପଚରାଯାଉଥିଲା।

ତାଙ୍କର ଶେଷ ବହି ‘ପ୍ରୋଫାଉଣ୍ଡ ରିଅଲାଇଜେସନ୍’ରେ ସେ ଏ ସଂକ୍ରାନ୍ତ ତାଙ୍କର ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଜୀବନ ପରେ ଆଉ କିଛି ନାହିଁ। ‘ପରମାତ୍ମା-ଇଶ୍ୱର-ଭଗବାନ’ଙ୍କ ଅସ୍ତିତ୍ୱକୁ ସେ ସ୍ପଷ୍ଟ ଅସ୍ୱୀକାର କରିଛନ୍ତି। ସେ ଏଥିରେ ଆହୁରି ମଧ୍ୟ କହିଛନ୍ତି, ‘‘ଆମେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ବିଶ୍ୱାସକୁ ନେଇ ବଞ୍ଚିପାରିବା। ତେବେ ମୋର ସରଳତମ ସ୍ପଷ୍ଟୀକରଣ ହେଉଛି ଯେ, ଭଗବାନ ନାହାନ୍ତି।” ସେ ଆହୁରି ମଧ୍ୟ କହିଛନ୍ତି, “ଏହି ବ୍ରହ୍ମାଣ୍ଡକୁ କେହି ତିଆରି କରିନାହାନ୍ତି ଏବଂ ଭାଗ୍ୟକୁ ନିର୍ଦ୍ଦେଶ ଦେବାଭଳି କେହି ମଧ୍ୟ ନାହାନ୍ତି।”

ସେ ଦୃଢ଼ ନିଶ୍ଚିତ ହୋଇ କହିଛନ୍ତି ସମ୍ଭବତଃ ସ୍ୱର୍ଗ ବୋଲି କିଛି ବି ନାହିଁ ଏବଂ ମୃତ୍ୟୁ ପରର ଜୀବନ ବୋଲି ମଧ୍ୟ କିଛି ନାହିଁ। ମୃତ୍ୟୁ ପରର ଜୀବନ କେବଳ ଏକ କଳ୍ପନା ମାତ୍ର ବୋଲି ସେ କହିଛନ୍ତି।

ନିମ୍ନରେ ଥିବା ସମସ୍ତ ୧୦ଟି ପ୍ରଶ୍ନକୁ ନେଇ ସେ ଗବେଷଣା ଜାରି ରଖିଥିଲେ ଏବଂ ଏହି ପୁସ୍ତକରେ ତାହାର ଉତ୍ତର ବର୍ଣ୍ଣନା କରାଯାଇଛି।

୧. ଜଣେ କେହି ଭଗବାନ ଅଛନ୍ତି କି? ଉତ୍ତର- ‘କେହି ମଧ୍ୟ ଭଗବାନ ନାହାନ୍ତି। ବ୍ରହ୍ମାଣ୍ଡକୁ କେହି ନିର୍ଦ୍ଦେଶ ଦିଅନ୍ତିନି।’

୨. ତା’ହେଲେ ସୃଷ୍ଟି କେମିତି ଆରମ୍ଭ ହେଲା? ଉତ୍ତର- ‘ଏକ ଉଷ୍ମ ବିଗ୍‌ବ୍ୟାଙ୍ଗ ବା ବୃହତ୍‌ ବିସ୍ଫୋରଣରୁ।’

୩. ବ୍ରହ୍ମାଣ୍ଡରେ ଅନ୍ୟ କିଛି ବୁଦ୍ଧିମାନ୍ ବା ଧୀ ସମ୍ପନ୍ନ ଜୀବନ ଅଛି କି ? ଉତ୍ତର- ‘ହଁ ସେଠାରେ ବୁଦ୍ଧିମାନ ଜୀବନ ରହିଛି। ଆମକୁ ସେତେବେଳ ପର୍ଯ୍ୟନ୍ତ ଜବାବ ଦେବାରୁ ବିରତ ରହିବାକୁ ପଡ଼ିବ ଯେତେବେଳ ପର୍ଯ୍ୟନ୍ତ ଆମେ ଆଉଟିକେ ବିକଶିତ ନ ହୋଇଯାଇଛେ।

୪. ଆମେ ଭବିଷ୍ୟତ ବାବଦରେ କଳନା ବା ଭବିଷ୍ୟବାଣୀ କରିପାରିବା ? ଉତ୍ତର- ‘ନା ଏବଂ ହଁ। ଆଇନ ତ ଆମକୁ ଭବିଷ୍ୟବାଣୀ କରିବାକୁ ଅନୁମତି ଦେଉଛି, କିନ୍ତୁ ଏହାକୁ ବ୍ୟବହାଋକ ଦୃଷ୍ଟିରୁ ବିଚାର କଲେ ଏହା ବହୁତ କଷ୍ଟକର।’

୫. ବ୍ଲାକ୍‌ହୋଲ୍‌ ଭିତରେ କ’ଣ ରହିଛି? ଉତ୍ତର- ‘ବ୍ଲାକ୍‌ହୋଲ୍‌ରେ ପଡ଼ିବା ନିଶ୍ଚୟ ଗୋଟିଏ ଖରାପ ଖବର। ଯଦି ଏହା ଏକ ଷ୍ଟେଲାର ମାସ୍‌ ବ୍ଲାକ୍‌ହୋଲ୍‌ ହୋଇଥିବ ତା’ହେଲେ ଦିଗ୍‌ବଳୟରେ ପହଞ୍ଚିବା ଆଗରୁ ମଣିଷ ଏକ ଅଠାଳିଆ ଜିନିଷକୁ ରୂପାନ୍ତରିତ ହୋଇଯାଇଥିବ।’

୬. ଟାଇମ୍‌ ଟ୍ରାଭେଲ୍‌ ସମ୍ଭବ କି ? ଉତ୍ତର – ‘ଆମର ବର୍ତ୍ତମାନର ଭାବନା ଶକ୍ତି ଅନୁଯାୟୀ ପୁରୁଣା ସମୟକୁ ଭ୍ରମଣରେ ଯିବାକୁ ଅସ୍ୱୀକାର କରିହେବ ନାହିଁ।’

୭. ଆମେ କ’ଣ ପୃଥୀବିରେ ତିଷ୍ଠି ରହିପାରିବା ? ଉତ୍ତର – ‘ବର୍ତ୍ତମାନର ବିଶ୍ୱ ବ୍ୟବସ୍ଥାର ଭବିଷ୍ୟତ ରହିଛି। କିନ୍ତୁ ଏହା ସମ୍ପୂର୍ଣ୍ଣ ଭିନ୍ନ ହେବ।’

୮. ଆମେ ଅନ୍ତରୀକ୍ଷରେ ଉପନିବେଶ କରିବା ଉଚିତ କି ? ଉତ୍ତର – ‘ମୁଁ ଆଶା କରୁଛି ଆଗାମୀ ୧୦୦ ବର୍ଷରେ ସୌର ମଣ୍ଡଳର ଯେକୌଣସି ସ୍ଥାନକୁ ଆମେ ଯାଇପାରିବା।’

୯. କ’ଣ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆମକୁ ବୁଦ୍ଧିରେ ହରାଇ ଦେବ କି ? ଉତ୍ତର ‘ଅତୀବ ବୁଦ୍ଧିମାନ ଏଆଇ ବହୁତ ଲକ୍ଷ୍ୟ ସାଧନ ପାଇଁ ଭଲ ହେବ। କିନ୍ତୁ ଏହି ଲକ୍ଷ୍ୟଗୁଡ଼ିକ ଆମ ଲକ୍ଷ୍ୟ ସହିତ ମେଳ ନ ଖାଇଲେ ଆମକୁ ସମସ୍ୟାରେ ପକାଇବ।’

୧୦. ଭବିଷ୍ୟତକୁ ଆମେ କେମିତି ଗଢିବା ଉଚିତ ହେବ? ଉତ୍ତର: ମନେରଖ, ‘ସେଥିପାଇଁ ନଜର ପାଦ ଉପରେ ଅର୍ଥାତ ତଳ ଆଡକୁ  ନୁହେଁ, ଆକାଶ ଆଡ଼କୁ ରହିବା ଉଚିତ।’



from Odisha Reporter https://ift.tt/2PER95o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages