ଗଙ୍ଗାରେ ଗାଧୋଉ ଥିବା ବେଳେ ଗଣଦୁଷ୍କର୍ମର ଶିକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ଗଙ୍ଗାରେ ଗାଧୋଉ ଥିବା ବେଳେ ଗଣଦୁଷ୍କର୍ମର ଶିକାର

rape1

ନୂଆଦିଲ୍ଲୀ: ବିହାରର ପାଟନା ଜିଲ୍ଲାରେ ଜଣେ ମହିଳା ଗଙ୍ଗା ନଦୀରେ ସ୍ନାନ କରିବା ସମୟରେ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଘଟଣାଟି ସୋମବାର ଘଟିଛି। ଗତକାଲି ପୁଲିସ୍ ଏ ବିଷୟରେ ସୂଚନା ଦେଇଛି।

ଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କ ବୟସ ୪୫ ବର୍ଷ।

ପୁଲିସ୍‌ ପକ୍ଷରୁ କୁହାଯାଇଛି ଯେ, ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଦୁଷ୍କର୍ମ ବେଳର ଦୃଶ୍ୟକୁ ମୋବାଇଲ୍‌ରେ ଉତ୍ତୋଳନ କରି ସୋଶାଲ୍‌ ମିଡିଆରେ ପୋଷ୍ଟ୍ କରିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଶିବପୂଜନ ମେହେତା ଓ ବିଶାଲ। ଅନ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ୍ ଖୋଜୁଛି।

ଶିବପୂଜନ ଜଣେ ଡ୍ରାଇଭର। ସେ ହିଁ ଉକ୍ତ ମହିଳାଙ୍କୁ ନଦୀରୁ ବାହାରକୁ ଭିଡ଼ି ଆଣି ଥିଲେ। ପ୍ରଥମେ ସେ ଦୁଷ୍କର୍ମ କରିଥିଲେ। ତା’ପରେ ତାଙ୍କ ସାଥୀମାନେ ଦୁଷ୍କର୍ମ କରିଥିଲେ।

ଭିଡିଓଟି ସୋଶାଲ୍ ମିଡିଆରେ ବହୁଳ ମାତ୍ରାରେ ଶେୟାର ହେବା ପରେ ମଙ୍ଗଳବାର ସନ୍ଧ୍ୟାରେ ଘଟଣା ସଂପର୍କରେ ଜଣାପଡ଼ିଥିଲା। ଭିଡିଓରେ ମହିଳା ଜଣଙ୍କ ତାଙ୍କୁ ଛାଡ଼ି ଦେବାକୁ ବହୁ ଅନୁରୋଧ କରୁଛନ୍ତି।

ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ ମହିଳା ଜଣଙ୍କ ଅଭିଯୁକ୍ତଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଏତଲା ଦେବାକୁ ଯାଇଥିଲେ। କିନ୍ତୁ ପୁଲିସ୍ ତାଙ୍କ ଅଭିଯୋଗ ରଖିବାକୁ ମନା କରି ଦେଇଥିଲା।

ଏହା ପୂର୍ବରୁ ପାଟନାର ଫୁଲୱାରିଶରିଫ୍‌ରେ ଜଣେ ସ୍କୁଲ୍ ପ୍ରିନ୍ସିପାଲ୍ ଓ କ୍ଲର୍କ ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ସେମାନେ ଝିଅଟିକୁ ୯ ମାସ ଧରି ଦୁଷ୍କର୍ମ କରିଥିଲେ।



from Odisha Reporter https://ift.tt/2O4WWVm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages