ଟୁଥ୍‌ପେଷ୍ଟ୍‌ ନୁହେଁ, ନିମ କାଠିରୁ ଦାନ୍ତକୁ ମିଳେ ଏହି ସୁରକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

ଟୁଥ୍‌ପେଷ୍ଟ୍‌ ନୁହେଁ, ନିମ କାଠିରୁ ଦାନ୍ତକୁ ମିଳେ ଏହି ସୁରକ୍ଷା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଜାରକୁ ଟୁଥ୍‌ପେଷ୍ଟ୍‌ ଆସିବା ପୂର୍ବରୁ ଲୋକେ ଦାନ୍ତକାଠିର ବ୍ୟବହାର କରୁଥିଲେ। ଗାଁ ଗହଳିରେ ଏବେ ବି ଦାନ୍ତ ଘଷିବା ପାଇଁ ବିଭିନ୍ନ ଗଛର କାଠି ବ୍ୟବହାର କରାଯାଏ। ତେବେ ଯେଉଁ କେତୋଟି ଗଛର କାଠିକୁ ଦାନ୍ତ ଘଷିବାରେ ବ୍ୟବହାର କରାଯାଏ, ସେଥିମଧ୍ୟରୁ ନିମ ଗଛର କାଠିର ବା ନିମ କାଠିରେ ଭରପୂର ଔଷଧୀୟ ଗୁଣ ଥାଏ।

ଆୟୁର୍ବେଦ ଅନୁସାରେ, ନିମ ଗଛରେ ୧୩୦ରୁ ଅଧିକ ଯୌଗିକ ପଦାର୍ଥ ରହିଛି। ଏଥିପାଇଁ ନିମ ଗଛର ଛେଲି, ଡାଳ ଏବଂ ପତ୍ରରେ ଔଷଧୀୟ ଗୁଣ ଭର୍ତ୍ତି ହୋଇ ରହିଛି।

ନିମ ଗଛର ଛେଲି ଏବଂ ପତ୍ରରେ କ୍ୟାନ୍‌ସର୍‌ ପ୍ରତିରୋଧ ଗୁଣ ମଧ୍ୟ ରହିଛି। ଏଥିରେ ଆଣ୍ଟିବ୍ୟାକ୍ଟେରିଆ, ଆଣ୍ଟିସେପ୍ଟିକ୍‌, ଆଣ୍ଟିଭାଇରାଲ୍‌ ଏବଂ ଆଣ୍ଟି ଅକ୍ସିଡାଣ୍ଟ୍ ଗୁଣ ରହିଛି।

ଏବେ ଆସନ୍ତୁ ଜାଣିବା, ନିମ କାଠି ଘଷିବା ଦ୍ୱାରା ଦାନ୍ତକୁ କେମିତି ସୁରକ୍ଷା ମିଳିଥାଏ।

ନିମ ଗଛର ଡାଳ ବା କାଠିରେ ଔଷଧୀୟ ଗୁଣ ରହିଛି। ଏହାକୁ ଚୋବାଇ ବ୍ରଶ୍‌ ଭଳି କରିବାକୁ ପଡ଼ିଥାଏ। ଏହି ପ୍ରକ୍ରିୟା ଦ୍ୱାରା ଆପଣଙ୍କ ଦାନ୍ତ କୋଣ ସଫା ହୋଇଥାଏ।
ନିମରେ ଆଣ୍ଟିମାଇକ୍ରୋବିଅଲ୍‌ ଗୁଣ ଥିବା ଯୋଗୁ ଏହାକୁ ଚୋବାଇବା ଦ୍ୱାରା ପାଟିର ଦୁର୍ଗନ୍ଧ ଦୂର ହୋଇଥାଏ। ଏହାର କଡ଼ା ଓ ପିତା ସ୍ୱାଦ ପାଟିରୁ ବାହାରୁଥିବା ଦୁର୍ଗନ୍ଧ ସହ ଲଢ଼ି ଏହାକୁ ଦୂର କରିଥାଏ।

ଏହା ସହ ନିମରେ ଥିବା କେମିକାଲ୍ ଦାନ୍ତର ହଳଦିଆପଣ ଦୂର କରିଥାଏ। ଯେଉଁ କାମ ଟୁଥ୍‌ପେଷ୍ଟ୍‌ କରିପାରେ ନାହିଁ, ତାହା ନିମ କାଠି ହିଁ କରି ଦେଖାଇଥାଏ।

କିପରି ବ୍ୟବହାର କରିବେ:
ସାଧାରଣତଃ ନିମ ଗଛର ପତଳା ଡାଳକୁ ଦାନ୍ତ ଘଷିବା ପାଇଁ କାଠି ରୂପେ ବ୍ୟବହାର କରାଯାଏ। ଏହି କାଠିର ଗୋଟିଏ ପଟକୁ ଚୋବାନ୍ତୁ। ଏହାକୁ ବ୍ରଶ୍‌ ଭଳି ପ୍ରସ୍ତୁତ କରିବା ପରେ ଏଥିରେ ଦାନ୍ତ ଘଷନ୍ତୁ।

କାହିଁକି ଚୋବାଇବା ଉଚିତ୍‌:
ନିମ କାଠିକୁ ଚୋବାଇବା ଦ୍ୱାରା ସେଥିରେ ଥିବା ଔଷଧୀୟ ଗୁଣ ବାହାରକୁ ଆସିଥାଏ। ଆପଣ ଚୋବାଇବା ସମୟରେ ମୁହଁରୁ ଲାଳ ବାହାରିଥାଏ ଏବଂ ଏହି ଲାଳ ଆପଣଙ୍କ ଜିଭ ସମ୍ପର୍କରେ ଆସିଥାଏ। ଏହାଦ୍ୱାରା ନିମରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍‌ ଏଜେଣ୍ଟ୍ ଆପଣଙ୍କ ମୁହଁରେ ଥିବା ହାନିକାରକ ଜୀବାଣୁକୁ ନଷ୍ଟ କରି ଦେଇଥାଏ। ଚୋବାଇ ସାରିବା ପରେ ଲାଳକୁ ବାହାରେ ଫୋପାଡ଼ି ଦିଅନ୍ତୁ।

ସାବଧାନ ରୁହନ୍ତୁ:ନିମ କାଠିରେ ଦାନ୍ତ ଘଷିବା ସମୟରେ ସାବଧାନତା ଅବଲମ୍ୱନ କରନ୍ତୁ, କାରଣ ଏଥିରେ ଥିବା ଫାଇବର୍‌ ଆପଣଙ୍କ ଦାନ୍ତର ମାଂସପେଶୀକୁ ଖଣ୍ଡିଆ କରି ଦେଇଥାଏ। ଏଥିପାଇଁ ବ୍ରଶ୍‌ କରିବା ପରେ ଦାନ୍ତ ମଝିରେ ଫସି ରହିଥିବା ନିମ ତନ୍ତୁକୁ ବାହାର କରିଦିଅନ୍ତୁ।

ଟଙ୍ଗ୍‌ କ୍ଲିନର୍‌ର କାମ କରେ ନିମକାଠି:
ଆପଣ ନିମର କାଠିକୁ ଜିଭ ଛେଲା ଭାବରେ ବ୍ୟବହାର କରି ପାରିବେ। ଦାନ୍ତକୁ ବ୍ରଶ୍‌ କରି ସାରିବା ପରେ ଏହାର କାଠିକୁ ଦୁଇଭାଗ କରି ଏହାକୁ ଜିଭରେ ବ୍ୟବହାର କରନ୍ତୁ। ଏହା ଦ୍ୱାରା ଆପଣଙ୍କ ଜିଭରେ ଥିବା ଜୀବୀଣୁ ମଧ୍ୟ ନଷ୍ଟ ହୋଇଥା’ନ୍ତି।



from Odisha Reporter https://ift.tt/2J2qvB6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages