ସିକ୍କିମ୍ ବିଶ୍ୱର ଶ୍ରେଷ୍ଠ ‘ଅର୍ଗାନିକ୍‌’ ରାଜ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

ସିକ୍କିମ୍ ବିଶ୍ୱର ଶ୍ରେଷ୍ଠ ‘ଅର୍ଗାନିକ୍‌’ ରାଜ୍ୟ

sikkim

ଗ୍ୟାଙ୍ଗଟକ୍‌ (ଓଡ଼ିଶା ରିପୋର୍ଟର): ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଫାଓ) ପକ୍ଷରୁ ଚଳିତ ବର୍ଷ ପାଇଁ ସିକ୍କିମ୍‌କୁ ଶ୍ରେଷ୍ଠ ଅର୍ଗାନିକ୍‌ ରାଜ୍ୟ ଘୋଷଣା କରାଯାଇଛି। ସମ୍ପୂର୍ଣ୍ଣ ଅର୍ଗାନିକ୍‌ କୃଷି ପାଇଁ ଏହି ରାଜ୍ୟକୁ ‘ଫ୍ୟୁଚର ପଲିସି ଫର ଗୋଲ୍ଡ’ ସମ୍ମାନ ପ୍ରଦାନ କରାଯାଇଛି।

ଫାଓ ପକ୍ଷରୁ କୁହାଯାଇଛି, ଜୈବ ପରିବେଶ ବିଜ୍ଞାନ ଏବଂ ପୋଷଣୀୟ ଖାଦ୍ୟ ବ୍ୟବସ୍ଥାର ପ୍ରୟୋଗରେ ସିକ୍କିମ୍‌ ସଫଳ ହୋଇଛି। ୨୫ଟି ଦେଶର ୨୧ଟି ଅର୍ଗାନିକ ବ୍ୟବସ୍ଥା ଏହି ପ୍ରତିଯୋଗିତାରେ ସାମିଲ ଥିଲେ। କିନ୍ତୁ ସିକ୍କିମ୍ ସମସ୍ତଙ୍କୁ ପଛରେ ପକାଇ ଦେଇଛି।

ଏଥିରେ ବ୍ରାଜିଲ, ଡେନ୍‌ମାର୍କ ଏବଂ ଇକ୍ୱେଡର ରୌପ୍ୟ ଜିତିଛନ୍ତି। ସିକ୍କିମ୍ ପରିବେଶ ଅନୁକୂଳ କୃଷି ପ୍ରୟୋଗ କରି ୬୬ ହଜାର କୃଷକଙ୍କୁ ସାହାଯ୍ୟ କରିପାରିଛି ଏବଂ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇ ଅନ୍ୟ ଦେଶମାନଙ୍କ ପାଇଁ ଉଦାହରଣ ସାଜିଛି।



from Odisha Reporter https://ift.tt/2QTLUiA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages