
ନୀଳଗିରି (ବିଶ୍ୱନାଥ ଦାସ): ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ। ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ହେଲେ ସେହି ରାୟ ଆସିବାର ୨୨ ଦିନ ପରେ ଅର୍ଥାତ ଗତ ୨୮ ତାରିଖରେ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ବିବାହ ପାଇଁ ଯୁବତୀ ଜଣକ ମନା କରିବାରୁ ଜୀବନ ହାରିଦେଇଛନ୍ତି ଜଣେ କଲେଜ ଛାତ୍ରୀ। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଆସିଛି।
ନୀଳଗିରି ମହିଳା ମହାବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ କଳ୍ପନା (ଛଦ୍ମନାମ) ହଷ୍ଟେଲ୍ରେ ପାଠ ପଢ଼ନ୍ତି। କଲେଜରେ ପାଠ ପଢ଼ିବା ସମୟରେ ଅନ୍ୟ ଏକ କଲେଜର ଛାତ୍ରୀ କରିସ୍ମା (ଛଦ୍ମନାମ)ଙ୍କ ସହିତ ଥିଲା ତାଙ୍କର ସମଲିଙ୍ଗୀ ସମ୍ପର୍କ। ଉଭୟ ଉଭୟଙ୍କୁ ବହୁ ଭଲ ପାଉଥିଲେ। ମୋବାଇଲ୍ରେ ଘଣ୍ଟା ଘଣ୍ଟା ଚ୍ୟାଟିଂ କରୁଥିଲେ। ତେବେ ଦିନେ କଳ୍ପନା ବିବାହ ପାଇଁ କରିସ୍ମାଙ୍କୁ ପ୍ରସ୍ତାବ ଦେଇଥିଲେ। ଏହାକୁ କରିସ୍ମା ବିରୋଧ କରିଥିଲେ। ଏଥିରେ ଭାଙ୍ଗି ପଡ଼ିଥିଲେ କରୀନା।
ଗତ ୨୮ ତାରିଖ ରାତିରେ କରିସ୍ମାଙ୍କ ପାଖକୁ ତାଙ୍କ ମେସ୍ରୁ କଳ୍ପନା ବାରମ୍ୱାର ଫୋନ୍ କରିଥିଲେ। ମାତ୍ର କରିସ୍ମା ଫୋନ୍ ରିସିଭ୍ କରିନଥିଲେ। ଏହାର ଉତ୍କ୍ଷିପ୍ତ ହୋଇ କଳ୍ପନା ପଙ୍ଖାରେ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଥିଲେ। ପୁଲିସ ମେସ୍ରୁ ମୃତଦେହ ସହିତ ଡାଏରୀ, ଫୋନ୍ ଓ ହାତ ଲେଖା ଚିଠି ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ, ଉଭୟଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ପର୍କ ରହିଥିଲା।
ପୁଲିସ ଆଇପିସି ଧାରା ୩୦୬ରେ ମାମଲା ରୁଜୁ କରି କରିସ୍ମାଙ୍କୁ ଗିରଫ କରିଛି।
from Odisha Reporter https://ift.tt/2OpPjIb
No comments:
Post a Comment