
କୁହାଯାଏ ବହି ହେଉଛି ବ୍ୟକ୍ତିର ସବୁଠୁ ଅନ୍ତରଙ୍ଗ ବନ୍ଧୁ । ଜ୍ଞାନର ଭଣ୍ଡାର କୁହାଯାଉଥିବା ଏହି ବହି ହିଁ ବ୍ୟକ୍ତିତ୍ୱ ବିକାଶର ଆଧାର ପାଲଟିଥାଏ। କିନ୍ତୁ ଆଜିର ଡିଜିଟାଲ ଯୁଗରେ ସବୁକିଛି ଯେତେବେଳେ ଗୋଟିଏ କ୍ଲିକ୍ରେ ଉପଲବ୍ଧ ହୋପାରୁଛି ବହି କଥା ପଚାରେ କିଏ? ଆଜିର ଗୁଗୁଲ୍ ଯୁଗରେ ବହି ପ୍ରତି ପିଲାଙ୍କ ଅନାଗ୍ରହ ବଢ଼ୁଛି। କିନ୍ତୁ ଏହା ଦ୍ୱାରା ବହିର ମହତ୍ୱ କମି ନାହିଁ। ଆମେରିକାର ଖ୍ୟାତନାମା ଔପନ୍ୟାସିକ ଜର୍ଜ ଆର. ଆର୍ ମାର୍ଟିନଙ୍କ ଭାଷାରେ ନିଜକୁ ତୀକ୍ଷ୍ଣ ରଖିବା ପାଇଁ ଯେମିତି ତଲୱାରକୁ ପଥର ଜରୁରୀ ଠିକ୍ ସେମିତି ଦିମାଗ୍କୁ ତେଜ୍ ରଖିବା ପାଇଁ ବହି ଜରୁରୀ। ହେଲେ ଦିନକୁ ଦିନ ବହିଠାରୁ ଦୂରେଇ ଯାଉଥିବା ପିଲାଙ୍କୁ କେମିତି ଏଥିପ୍ରତି ଆକୃଷ୍ଟ କରିହେବ ଆସନ୍ତୁ କିଛି ଟିପ୍ସ ଜାଣିବା।
୧-କେବେବି ପିଲାଙ୍କ ଉପରେ ପାଠ ପଢ଼ିବାର ବୋଝ ଲଦନ୍ତ ନାହିଁ। ଯଦି ପଢ଼ିବା ପ୍ରତି ପିଲାର ଇଚ୍ଛା ନଥାଏ ତେବେ ଜବରଦସ୍ତି କରିବା ଅନୁଚିତ୍। ଏହା କରିବା ଦ୍ୱାରା ସେ ବହିଠାରୁ ଦୂରେଇ ଯିବ।
୨-କେବେ ବି ପିଲାଙ୍କୁ ପଢ଼ାଇବା ପାଇଁ କୋର୍ସ ବୁକ୍ରୁ ଆରମ୍ଭ କରନ୍ତୁ ନାହିଁ। ଏମିତି କଲେ ପିଲାଙ୍କୁ ଲାଗିବ ଯେ ତାକୁ କେବଳ ପାଠ ପଢ଼ାଇବା ପାଇଁ ଟାସ୍କ ଦିଆଯାଇଛି। ଭଲ ହେବ ଯଦି ଆପଣ ପିଲାର ଇଚ୍ଛାକୁ ପରଖି ତା’ର ପସନ୍ଦ ମୁତାବକ ବହି କିଣି ଆଣିବେ।
୩-ଅଳ୍ପ ବୟସରୁ ପଢ଼ିବା ପାଇଁ ପିଲାକୁ ଅଭ୍ୟାସରେ ପରିଣତ କରାନ୍ତୁ। କିନ୍ତୁ କୌଣସି ପ୍ରକାର ଭୟ କିମ୍ବା ଗାଳି ନଦେଇ ସ୍ନେହ ଶ୍ରଦ୍ଧାରେ ତାକୁ ବହି ପ୍ରତି ଆକର୍ଷିତ କରାନ୍ତୁ।
୪-ପଢ଼ିବାର ଏକ ନିୟମ ତିଆରି କରନ୍ତୁ। ଯଦି ପିଲା ପଢ଼ିବା ପାଇଁ ରାଜି ହେଉନି ତେବେ ତାକୁ କୌଣସି କାହାଣୀ ବା ଗପ କହି ମନାନ୍ତୁ।
୫-ସବୁଠୁ ବଡ଼ କଥା ହେଲା ଅଭିଭାବକମାନେ ପିଲାକୁ ଅଧିକ ସମୟ ଦେବା ଆବଶ୍ୟକ। ପିଲାର ମନକୁ ବୁଝି ପରଖି ତା’ମନରେ ପାଠ ପଢ଼ିବା ପ୍ରତି ଏକ ଆଗ୍ରହ ସୃଷ୍ଟି କରାଇବା ଉଚିତ୍।
from Odisha Reporter https://ift.tt/2Is6JP3
No comments:
Post a Comment