ଫ୍ୟାଶନ୍‌ ଡିଜାଇନର୍‌ ମା’ଙ୍କୁ ମାରି ଦେଲେ ମଡେଲ୍ ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 6, 2018

ଫ୍ୟାଶନ୍‌ ଡିଜାଇନର୍‌ ମା’ଙ୍କୁ ମାରି ଦେଲେ ମଡେଲ୍ ପୁଅ

dead

ମୁମ୍ୱାଇ: ମୁମ୍ବାଇ ସ୍ଥିତ ଲୋଖଣ୍ଡୱାଲା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଛି। ବୁଧବାର ରାତିରେ ଜଣେ ମଡେଲ୍ ତାଙ୍କ ମା’ଙ୍କୁ ହତ୍ୟା କରିଛନ୍ତି। ତାଙ୍କ ମା’ ଜଣେ ଫ୍ୟାଶନ୍‌ ଡିଜାଇନର୍ ଥିଲେ। ତାଙ୍କ ନାଁ ସୁନିତା ସିଂହ। ଅଭିଯୁକ୍ତଙ୍କ ନାଁ ଲକ୍ଷ୍ୟ।

ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି।

ପୁଲିସ୍ କହିଛି, ଉଭୟ ମାଆ ଓ ପୁଅ ଡ୍ରଗ୍ସ ନେଉଥିଲେ। ଟଙ୍କାକୁ ନେଇ ସେମାନଙ୍କ ମଧ୍ୟରେ ସବୁ ବେଳେ ଝଗଡ଼ା ହେଉଥିଲା। ବୁଧବାର ଦିନ ବି ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ବେଳେ ଲକ୍ଷ୍ୟ ତାଙ୍କ ମା’ଙ୍କୁ ବାଥ୍‌ରୁମ୍‌ରେ ଜୋର୍‌ରେ ଠେଲି ଦେଇଥିଲେ ଓ ତା’ପରେ କବାଟ ବନ୍ଦ କରି ଦେଇଥିଲେ।

ବାଥ୍‌ରୁମ୍‌ରେ ପଡ଼ିବା ପରେ ସୁନିତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ଓ ସେ ମରି ଯାଇଥିଲେ। ସକାଳେ ଲକ୍ଷ୍ୟ ବାଥ୍‌ରୁମ୍ ଖୋଲିବା ପରେ ତାଙ୍କ ମା’ ମରି ଯାଇଥିବା ଜାଣିପାରିଥିଲେ। ସେ ଆମ୍ବୁଲାନ୍ସକୁ ଫୋନ୍ କରି ଡାକିଥିଲେ। ତେବେ ଆମ୍ବୁଲାନ୍ସ ମୃତଦେହ ନେବାକୁ ମନା କରି ଦେଇଥିଲା।

ଆଉ କିଛି ଉପାୟ ନପାଇ ଶେଷରେ ଲକ୍ଷ୍ୟ ପୁଲିସ୍‌କୁ ଫୋନ୍ କରିଥିଲେ। ବାଥ୍‌ରୁମ୍‌ରେ ଗୋଡ଼ ଖସି ପଡ଼ିଯିବାରୁ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଛି ବୋଲି ସେ ପୁଲିସ୍‌କୁ କହିଥିଲେ। ତେବେ ତଦନ୍ତ ପରେ ସବୁ କଥା ସାମ୍ନାକୁ ଆସିଥିଲା। ଲକ୍ଷ୍ୟ ବି ନିଜ ଦୋଷ ମାନି ନେଇଥିଲେ।



from Odisha Reporter https://ift.tt/2OKLkq8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages