‘ଗୁଡ୍‌ ମର୍ଣ୍ଣିଂ’ ଯୋଗୁ ଚିନ୍ତାରେ ଗୁଗଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

‘ଗୁଡ୍‌ ମର୍ଣ୍ଣିଂ’ ଯୋଗୁ ଚିନ୍ତାରେ ଗୁଗଲ୍‌

ନୂଆଦିଲ୍ଲୀ: ସକାଳେ ଆପଣ ନିଦରୁ  ଉଠିବା ପରେ ନିଜ ଫୋନ୍‌ର ହ୍ୱାଟସ୍‌ଆପ୍‌ ଏବଂ ଫେସ୍‌ବୁକ୍‌ରେ ଅନେକ ଗୁଡ୍‌ ମର୍ଣ୍ଣିଂ ଲେଖା ଥିବା ମେସେଜ୍‌ ପାଉଥିବେ। ଏହି ସବୁ ମେସେଜ୍‌ ଆପଣଙ୍କ ବନ୍ଧୁ କିମ୍ୱା ପ୍ରିୟଜନଙ୍କ ମଧ୍ୟରୁ ହିଁ କେହି ପଠାଇଥିବ। କିଏ ଫୁଲ, ସୂର୍ଯ୍ୟୋଦୟ କିମ୍ବା ଚାହା କପ୍ ସହିତ ଗୁଡ୍ ମର୍ଣ୍ଣିଂ ଲେଖାଥିବା ଫଟୋ ପଠାଇଥାଏ ତ ଆଉ କିଏ ଦେବାଦେବୀଙ୍କ ଫଟୋ ସହ। ଅନେକ ବନ୍ଧୁ ହ୍ୱାଟସଆପରେ ନିଜେ ସିଧାସଳଖ ଏହି ସବୁ ଫଟୋ ପଠାଇବା ସହ ଦୁଇଚାରିଟି ଗ୍ରୁପରେ ମଧ୍ୟ ସେୟାର କରିଥାନ୍ତି । ଫଳରେ ସେହି ସମାନ ଗୁଡ୍ ମର୍ଣ୍ଣିଂ ଫଟୋ ଦୁଇଚାରିଥର ମୋବାଇଲରେ ଜମା ହୋଇଯାଏ । ଆଉ ଫଳସ୍ୱରୂପ ମୋବାଇଲ୍ ମେମୋରି ଫୁଲ୍ ।

କେବଳ ହ୍ୱାଟସ୍‌ଆପ ନୁହେଁ, ଫେସବୁକ୍‌ ଓ ଟ୍ୱିଟରରେ ମଧ୍ୟ ଏମିତି ଗୁଡ୍ ମର୍ଣ୍ଣିଂ ମେସେଜ ଭାରି ଅଡୁଆ କରୁଛି। ଅନେକେ ଫଟୋ ନ ପଠାଇ ଆନିମେସନ୍ ଫାଇଲ୍ କିମ୍ବା ଭିଡିଓ ବି ପଠାଉଛନ୍ତି।

ଭାରତର ଅନେକ ସ୍ମାର୍ଟ ଫୋନ୍ ବ୍ୟବହାରକାରୀ ଏହି ସମସ୍ୟାରେ ଏବେ ସନ୍ତୁଳି ହେଉଛନ୍ତି ।  ଖାଲି ସାଧାରଣ ୟୁଜର୍ସ ନୁହେଁ ଏବେ ଏହି ଗୁଡ୍ ମର୍ଣ୍ଣିଂ ମେସେଜ୍‌
ଗୁଗଲ୍‌ ପାଇଁ ବି ଚିନ୍ତାର କାରଣ ହୋଇଛି।

ବିଗତ ୫ ବର୍ଷ ମଧ୍ୟରେ ଏହି ଧାରା ବଢିଯାଇଛି । ଗୁଗଲ୍‌ ଗବେଷଣା ଅନୁସାରେ ଭାରତରେ ଲୋକଙ୍କର ପ୍ରତି ତିନି ଜଣଙ୍କ ମଧ୍ୟରେ ଜଣଙ୍କ ଫୋନ୍‌ ମେମୋରୀ ପ୍ରତିଦିନ ଫୁଲ୍‌ ହୋଇଥାଏ।
ଏଥିରୁ ରକ୍ଷା ପାଇବା ପାଇଁ ଗୁଗୁଲ୍‌ ‘ଫାଇଲସ୍‌ ଗୋ’ ନାମରେ ଏକ ନୂଆ ଆପ୍‌ ଲଞ୍ଚ୍‌ କରିଛି। ଏହି ଆପ୍‌ ଫୋନ୍‌ ମେମୋରୀ ସମସ୍ୟାର ସମାଧାନ କରିବ। ଏଥିରେ ଆପଣ ଫୋନ୍‌ର ସ୍ପେସ୍‌ କମ୍‌ ଖର୍ଚ୍ଚ ହେବା ସହିତ ଆପଣଙ୍କ ସ୍ମାର୍ଟଫୋନ୍‌ରୁ ଅଫ୍‌ଲାଇନ୍‌ରେ ମଧ୍ୟ ମେସେଜ୍‌ ପଠାଇ ପାରିବେ।
‘ଫାଇଲସ୍‌ ଗୋ’ ୟୁଜର୍‌ ସେମାନଙ୍କ ଫୋନ୍‌ର ୧ ଜିବି ପର୍ଯ୍ୟନ୍ତ ସ୍ପେସ୍‌ ଖାଲି ପାଇପାରିବେ। ଏହି ଆପ୍‌ ଗୁଗୁଲ୍‌ ପ୍ଲେ ଷ୍ଟୋର୍‌ରେ ମିଳିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଭାରତ ବ୍ୟତୀତ ଅନ୍ୟ ସମସ୍ତ ଦେଶରେ ୧୦ ମିଲିୟନ୍‌ରୁ ଅଧିକ ୟୁଜର୍‌ ଏହି ଆପ୍‌କୁ ଡାଉନ୍‌ଲୋଡ୍‌ କରିଛନ୍ତି। ଗୁଗୁଲ୍‌ର କହିବା ଅନୁସାରେ ପ୍ରତି ୟୁଜର୍‌ ପିଛା ଏହି ଆପ୍‌କୁ ବ୍ୟବହାର କରିବା ପାଇଁ ୧ ଗିଗା ବାଇଟ୍‌ର ଡାଟା ଦରକାର ପଡ଼ିଥାଏ।



from Odisha Reporter https://ift.tt/2QB4zzI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages