ମହାବଳ ବାଘର ଗଳିତ ମୃତଦେହ ଠାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 28, 2018

ମହାବଳ ବାଘର ଗଳିତ ମୃତଦେହ ଠାବ

tigreroooo

ବରଗଡ଼(ଦିପକ ଶର୍ମା): ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଡେବ୍ରିଗଡ଼ ଅଭୟାରଣ୍ୟର ଖଜୁରିଆ ଓ ଦାମୋଦର ପଡ଼ା ଗ୍ରାମ ସୀମାନ୍ତ ଜଙ୍ଗଲରୁ ଏକ ବାଘର ମୁଣ୍ଡ ବିହୀନ ଗଳିତ ମୃତଦେହ ଠାବ କରାଯାଇଛି।

ମିଳିଥିବା ସୂଚନା ମୁତାବକ ମୃତଦେହଟି ଏକ ମହାବଳ ବାଘର ବୋଲି ଜଣାପଡ଼ିଛି। ଭୁବନେଶ୍ୱର ବନ୍ୟଜନ୍ତୁ ବିଭାଗର ତିନି ଜଣିଆ ଟିମ୍‌ ଏହାକୁ ଉଦ୍ଧାର କରିଛନ୍ତି।

ମୃତ ମହାବଳବାଘର ମୁଣ୍ଡ ନ ଥିବା ବେଳେ ଚାରି ଗୋଡ଼ର ନଖ କଟାଯାଇଥିବା ଜଣାପଡ଼ିଛି।

ଗତ ତିନିମାସ ତଳେ ବନ ବିଭାଗ ପକ୍ଷରୁ ଡେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘକୁ ଚିହ୍ନଟ କରାଯାଇଥିଲା।

ତେବେ କେଉଁ କାରଣ ପାଇଁ ଏବଂ କିପରି ବାଘର ମୃତ୍ୟୁ ହେଲା ସେ ନେଇ କୌଣସି ସୂଚନା ମିଳିପାରିନାହିଁ।



from Odisha Reporter https://ift.tt/2AwgJED

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages