ଟ୍ରେନରେ ଯାଉଥିବା ବେଳେ ନିଖୋଜ ହୋଇଗଲେ ଓଡ଼ିଆ ବୃଦ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 28, 2018

ଟ୍ରେନରେ ଯାଉଥିବା ବେଳେ ନିଖୋଜ ହୋଇଗଲେ ଓଡ଼ିଆ ବୃଦ୍ଧ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦିଲ୍ଲୀରୁ ଜମ୍ମୁ ଯାଉଥିବା ଶାଲିମାର ଏକ୍ସପ୍ରେସ୍‌ରେ ନବୀନ ସାହୁ(୭୫) ନାମକ ବ୍ୟକ୍ତି ନିଖୋଜ୍‌ ହୋଇ ଯାଇଛନ୍ତି। ନିଜ ବୋହୂ, ନାତି ଓ ହିମାଂଶୁ ନାୟକ ନାମକ ନିଜ ଗାଁର ଜଣେ ବ୍ୟକ୍ତିଙ୍କ ସହ ସେ ଏସ୍‌ ୭ ବଗିରେ ଯାତ୍ରା କରିବାକୁ ଟ୍ରେନରେ ଚଢିଥିଲେ। ହେଲେ ସମସ୍ତଙ୍କ ସିଟ୍‌ ଭିନ୍ନ ଭିନ୍ନ ସ୍ଥାନରେ ଥିଲେ। ଟ୍ରେନ ଯାଉଥିବା ବେଳେ ଅମ୍ବାଲା ପର୍ଯ୍ୟନ୍ତ ସମସ୍ତେ ନବୀନଙ୍କୁ ଟ୍ରେନ ଭିତରେ ଦେଖିଥିଲେ। ହେଲେ ଟ୍ରେନ୍‌ ଲୁଧିଆନା ପହଞ୍ଚିବା ବେଳକୁ ନବୀନ ଗାଡି ଭିତରେ ନ ଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ।

ପରେ ଏ ନେଇ ଜମ୍ମୁରେ କାମ କରୁଥିବା ତାଙ୍କ ପୁଅ ଜାଣିବାକୁ ପାଇଥିଲେ ଓ ତୁରନ୍ତ ସେ ଲୁଧିଆନାରେ ପହଞ୍ଚି ଜିଆରପି ଥାନାରେ ବାପାଙ୍କ ନିଖୋଜ ହେବା ସମ୍ପର୍କରେ ଏତଲା ଦାୟର କରିଥିଲେ।

ସୂଚନାଯୋଗ୍ୟ, ନବୀନଙ୍କୁ ଓଡିଆ ଭାଷା ଛଡା ଅନ୍ୟ କୌଣସି ଭାଷା ଜଣାନାହିଁ। ତାଙ୍କର ଘର ଯାଜପୁର ଜିଲା ରଘୁନାଥପୁର ଅଞ୍ଚଳରେ। ଯଦି କୌଣସି ସହୃଦୟ ବ୍ୟକ୍ତି ନବୀନଙ୍କ ସମ୍ପର୍କରେ ଜାଣିବାକୁ ପାଆନ୍ତି ତା ହେଲେ 9348553487 ବା 7008284038ରେ ଯୋଗାଯୋଗ କରିବାକୁ ପରିବାର ଲୋକେ ନିବେଦନ କରିଛନ୍ତି।



from Odisha Reporter https://ift.tt/2Q8b1xW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages