ଅମୃତସର ଟ୍ରେନ୍ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୬୦ ଛୁଇଁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 19, 2018

ଅମୃତସର ଟ୍ରେନ୍ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୬୦ ଛୁଇଁଲା

ଅମୃତସର: ସରିଯାଇଛି ବିଜୟା ଦଶମୀର ଉତ୍ସବ ଆଉ ତାସହିତ ଜୀବନ ଯୁଦ୍ଧରେ ବିଜୟ ଲାଭ କରିଛି ମୃତ୍ୟୁ। ଅମୃତସରର ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ପରେ ରାବଣପୋଡ଼ି ଦେଖିଆସିଥିବା ଲୋକଙ୍କ ପରିବାରରେ ଏବେ ଶୋକର ଛାୟା। ଶେଷ ଖବର ସୁଦ୍ଧା ଅନେକ ସଂଖ୍ୟାରେ ମହିଳା ଓ ଶିଶୁଙ୍କ ସମେତ ସମୁଦାୟ ୬୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି| ଅମୃତସରର ଜୌରା ରେଲୱେ ଫାଟକ ନିକଟରେ ଥିବା ଧୋବିଘାଟ ଅଞ୍ଚଳର ଏହି ଦୁର୍ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି।

ଘଟଣା ଥିଲା କିଛି ଏହିପରି। ଟ୍ରେନ୍ ଲାଇନ ନିକଟରେ ଆୟୋଜିତ ହେଉଥିଲା ରାବଣ ପୋଡ଼ି। ଆଉ ଏହି ଉତ୍ସବକୁ ଦେଖିବାପାଇଁ ଆସିଥିବା ଲୋକେ ପୂରା ଟ୍ରେନ୍ ଲାଇନକୁ ଲାଗିକରି ଛିଡ଼ା ହୋଇଥିଲେ। ରାବଣପୋଡ଼ି ସ୍ଥାନ ଏବଂ ଟ୍ରେନ୍ ଲାଇନର ଦୂରତା ମାତ୍ର ୨୦୦ ଫୁଟ୍। ହଠାତ ମାଡ଼ିଆସିଲା ଜଳନ୍ଧର ଡିଏମୟୁ ଲୋକାଲ ପାସେଞ୍ଜର ଟ୍ରେନ୍। ରାବଣ ପୋଡ଼ିର ବାଣ ଶବ୍ଦ ସାଙ୍ଗକୁ ସେମାନେ ମୋବାଇଲରେ ଭିଡିଓ ଶୁଟିଂ କରିବାର ବ୍ୟସ୍ତତା ପାଇଁ ସେମାନେ ଏ ବିଷୟରେ ଜାଣିପାରିନଥିଲେ। ଆଉ କିଛି ବୁଝିବା ଆଗରୁ ବିକଟାଳ ଶବ୍ଦ କରି ଏହି ଟ୍ରେନ ଲୋକଙ୍କ ଉପରେ ଚଢ଼ିଯାଇଥିଲା।

ଠିକ ସେହି ସମୟରେ ହିଁ ବିପରୀତ ଦିଗରୁ ଆସିଥିଲା ଆଉ ଏକ ଟ୍ରେନ। ଲୋକେ ଆଉ ଖସିବାର କିଛି ବାଟ ନଥିଲା| ଘଟଣାସ୍ଥଳରେ ଉପସ୍ଥିତ ୫୦୦ ଲୋକ ମୃତ୍ୟୁକୁ କେବଳ ଚାହିଁ ରହିଥିଲେ।ସେମାନଙ୍କ ମଧ୍ୟରୁ ଅନେକ ଆହତ ହୋଇଥିଲେ ଏବଂ ଶେଷ ଖବର ସୁଦ୍ଧା ୬୦ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ବିଶେଷ ସୂତ୍ରରୁ ଜଣାଯାଇଛି ରାବଣ ପ୍ରତିକୃତି ପୋଡ଼ିବା ଆରମ୍ଭ କରିବା ପରେ ବାଣ ବିସ୍ଫୋରଣ ଆରମ୍ଭ ହେଇଥିଲା। ତେଣୁ ରାବଣପୋଡ଼ି ସ୍ଥଳରେ ଥିବା ଲୋକେ ଟ୍ରାକ୍ ଆଡ଼କୁ ମାଡ଼ିଆସିବାକୁ ଆରମ୍ଭ କଲେ ଯେଉଁଠାରେ ଆଗରୁ ମଧ୍ୟ ଶହ ଶହ ଲୋକ ଛିଡ଼ା ହୋଇ ରାବଣପୋଡ଼ି ଦେଖୁଥିଲେ। କମ ଜାଗାରେ ଏତେ ଲୋକ ହୋଇଯିବାରୁ ଟ୍ରେନ୍ ଆସିବା ପରେ ଖସିବା ମୁସ୍କିଲ ହୋଇଥିଲା। ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ପ୍ରଶାସନ ଏବଂ ଦଶହରା କମିଟି ପକ୍ଷରୁ ଲୋକଙ୍କୁ ସତର୍କ କରାନଯିବା ମଧ୍ୟ ଏଭଳି ଘଟିବାର ଅନ୍ୟତମ କାରଣ। ଟ୍ରାକ୍ ନିକଟରେ ବ୍ୟାରିକେଡ୍ ନଥିବା ମଧ୍ୟ ଆଶ୍ଚର୍ଯ୍ୟଜନକ ବୋଲି ସେମାନେ ମତ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଘୋଷଣା କରିଛନ୍ତି। ସେହିଭଳି ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ଘୋଷଣା କରିଛନ୍ତି। ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହି ଘଟଣାର ତଦନ୍ତ ଦାବି କରିବା ସହିତ ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏ କ୍ଷତିପୂରଣ ଘୋଷଣା କରିଥିଲେ।



from Odisha Reporter https://ift.tt/2yON7Am

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages