“ମୋ’ର ସୁଟିଂ ନ ଥିଲେ ବି ବାବୁଶାନ୍‌ଙ୍କ ପାଇଁ ମୁଁ ସେଟ୍‌କୁ ଯାଏ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

“ମୋ’ର ସୁଟିଂ ନ ଥିଲେ ବି ବାବୁଶାନ୍‌ଙ୍କ ପାଇଁ ମୁଁ ସେଟ୍‌କୁ ଯାଏ”

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପ୍ରଥମେ ଶିଶୁ କଳାକାର ଭାବେ ଓଲିଉଡ୍‌ରେ ପାଦ ଥାପିଥିଲେ ଓଲିଉଡ୍‌ର ଚୁଲ୍‌ବୁଲି ନାୟିକା ଭୂମିକା। ଏବେ ସେ ଧିରେ ଧିରେ ସଫଳତାର ପାହାଚ ଚଢ଼ିବାରେ ଲାଗିଛନ୍ତି। ଓଡ଼ିଆ ଫିଲ୍ମ୍‌ ‘ହିରୋ- ନଂ ୧’ରେ ପ୍ରଥମ ଥର ପାଇଁ ଭୂମିକା ଲିଡ୍‌ ରୋଲ୍‌ରେ ନଜରକୁ ଆସିଥିଲେ। ଏଥିରେ ତାଙ୍କ ବିପକ୍ଷରେ ନାୟକ ସାଜିଥିଲେ ‘ଲଭର୍‌ବୟ’ ବାବୁଶାନ୍‌।

ନିକଟରେ ଦଶହରାରେ ଭୂମିକାଙ୍କ ଦ୍ୱିତୀୟ ଫିଲ୍ମ ‘ଶ୍ରୀମାନ୍ ସୁରଦାସ’ ରିଲିଜ୍ ହୋଇଛି। ଏଥିରେ ମଧ୍ୟ ଭୂମିକାଙ୍କ ନାୟକ ସାଜିଛନ୍ତି ବାବୁଶାନ୍‌। ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ଏହି ଫିଲ୍ମଟି ବକ୍ସ୍ ଅଫିସ୍‌ରେ ହିଟ୍‌ ସାବ୍ୟସ୍ତ ହୋଇଛି। ତେବେ ନିଜ କ୍ୟାରିଅର୍‌ର ଲଗାତର ଦୁଇଟି ଫିଲ୍ମରେ ବାବୁସାନ୍‌ଙ୍କ ସହ କାମ କରି ଭୂମିକା ବେଶ୍‌ ଉତ୍ସାହିତ ଅଛନ୍ତି।

ଭୂମିକାଙ୍କ କହିବା ଅନୁଯାୟୀ “ବାବୁଶାନ୍‌ ଜଣେ ଦକ୍ଷ ଅଭିନେତା, ଏଥିରେ କୌଣସି ସନ୍ଦେହ ନାହିଁ। ସେଥିପାଇଁ ଆଜି ସେ ସୁପର୍‌ଷ୍ଟାର। ତାଙ୍କ ସହ ପୁଣିଥରେ କାମ କରିବାର ସୁଯୋଗ ମିଳିବାରୁ ମୁଁ ଖୁସି ଥିଲି। ଏହି ଫିଲ୍ମରେ ମଧ୍ୟ ବାବୁଶାନ୍‌ଙ୍କଠାରୁ ମତେ ବହୁତ କିଛି ଶିଖିବାକୁ ମିଳିଲା। ମୋର ଯେଉଁଦିନ ଶୁଟିଂ ନଥାଏ, ମୁଁ ଶୁଟିଂ ସେଟ୍‌କୁ ଯାଇ ତାଙ୍କ ଅଭିନୟକୁ ଦେଖେ। କେମିତି ସେ ଗୋଟିଏ ଥରରେ ଏକ୍‌ଦମ୍‌ ସଠିକ୍‌ ସଟ୍‌ ଦେ‌ଇପାରନ୍ତି, ସେ ସବୁକୁ ଅନୁଧ୍ୟାନ କରେ। କାମ ପ୍ରତି ସେ ସବୁବେଳେ ସରିୟସ୍‌ ରୁହନ୍ତି। ସେ ଅତି ସାଧାରଣ ଲୋକ ମଧ୍ୟ।”

ଏଥିସହ ଭୂମିକା ପ୍ରଥମ ଥର ପାଇଁ ନିର୍ଦ୍ଦେଶକ ଅଶୋକ ପତିଙ୍କ ସହ କାମ କରି ଖୁସି ଅଛନ୍ତି। ତରଙ୍ଗ ସିନେ ପ୍ରଡକ୍ସନ୍ସ ତାଙ୍କୁ ପୁଣି ଥରେ ଗୋଟେ ଭଲ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ଦେଇଥିବାରୁ ସେ ତରଙ୍ଗ ସିନେ ପ୍ରଡକ୍ସନ୍ସକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି।

 



from Odisha Reporter https://ift.tt/2q4SbwC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages