ଯାହାଙ୍କ ଲାଗି ଶାହାରୁଖ୍‌ ପାଲଟିଥିଲେ ରୋମାନ୍ସ କିଙ୍ଗ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

ଯାହାଙ୍କ ଲାଗି ଶାହାରୁଖ୍‌ ପାଲଟିଥିଲେ ରୋମାନ୍ସ କିଙ୍ଗ୍‌

ମୁମ୍ବାଇ: ସେଇ ବିରଳ ବ୍ୟକ୍ତିତ୍ୱ। ଯାହାକୁ ବଲିଉଡ୍‌ର ରୋମାନ୍ସ କିଙ୍ଗ୍‌ କୁହାଯାଏ। ଯାହାଙ୍କ ପାଇଁ ଅନେକ କଳାକାର ଆଜି ଷ୍ଟାର। ତାଙ୍କ ବିଷୟରେ ଯେତେ କହିଲେ କମ୍‌ ପଡ଼ିବ। ବଲିଉଡ୍‌ ଇଣ୍ଡଷ୍ଟ୍ରି ପ୍ରତି ତାଙ୍କର ଅଶେଷ ଅବଦାନ ରହିଛି। ସେ ଏମିତି ଜଣେ ବ୍ୟକ୍ତିତ୍ୱ ଯିଏକି ପ୍ରେମକୁ ଭିନ୍ନ ଭିନ୍ନ ମାଧ୍ୟମରେ ଦର୍ଶକଙ୍କ ପାଖରେ ପହଞ୍ଚାଇଛନ୍ତି।

ଇକ୍ତଫାକ୍‌, ଦାଗ, ଲମ୍‌ହେ, ଚାନ୍ଦିନୀ, ଦିଲ୍‌ତୋ ପାଗଲ ହୈ,  ଓ ବିର୍‌ ଜରା ଭଳି କାଳଜୟୀ ଫିଲ୍ମ ଦର୍ଶକଙ୍କୁ ସେ ଭେଟି ଦେଇଛନ୍ତି। ପ୍ରେମର ବାସ୍ତବ ଚିତ୍ରକୁ ପରଦାରେ ଦର୍ଶକଙ୍କୁ ଅନୁଭବ କରାଇଛନ୍ତି ସେ। ଏହା ଛଡ଼ା ଶାହାରୁଖ୍‌ ଖାନ୍‌ଙ୍କୁ ରୋମାନ୍ସର ବାଦ୍‌ଶାହା ସଜେଇବାରେ ମଧ୍ୟ ତାଙ୍କର ବିଶେଷ ଯୋଗଦାନ ରହିଛି। ସେ ଆଉ କେହି ନୁହନ୍ତୁ ବଲିଉଡ୍‌ର ଦିବଂଗତ ନିର୍ଦ୍ଦେଶକ ୟଶ୍‌ ଚୋପ୍ରା। ୨୦୧୨ ଠିକ୍‌ ଆଜିର ଦିନରେ ସେ ବଲିଉଡ୍‌କୁ ଅନାଥ କରି ଆରପାରିକୁ ଚାଲି ଯାଇଥିଲେ।

ତେବେ ଚାଲନ୍ତୁ ଜାଣିବା ତାଙ୍କ ଜୀବନ ସହ ଜଡ଼ିତ କିଛି କଥା।

୧୯୩୨ ସେପ୍ଟେମ୍ବର ୨୭ରେ ଜନ୍ମ ନେଇଥିବା ୟଶ୍‌ । ୪ ଥର ଫିଲ୍ମ  ନିର୍ଦ୍ଦେଶକ ଭାବେ ଫିଲ୍ମ ଫେୟାର ଆୱାର୍ଡ୍‌ ପାଇଛନ୍ତି। ଶାହାରୁଖ୍‌ ଖାନ୍‌ ଓ ତାଙ୍କଯୋଡ଼ୀ ଦୀର୍ଘ ସମୟ ପର୍ଯ୍ୟନ୍ତ ବଲିଉଡ୍‌ରେ ରାଜ୍‌ କରିଥିଲା। ଏମିତି ବି କୁହାଯାଏ ଯଦି ୟଶ୍ ନ ଥାନ୍ତେ ତେବେ ସାହାରୁଖ୍‌ ବି ଆଜି ବଡ଼ ଷ୍ଟାର ହୋଇପାରି ନ ଥାନ୍ତେ। ଶାହାରୁଖ୍‌ ତାଙ୍କ ପ୍ରଡକ୍ସନ ବ୍ୟାନରରେ ଡର୍‌, ଦିଲ୍‌ ତୋ ପାଗଲ ହୈ,  ଦିଲ୍‌ୱାଲେ ଦୁଲ୍‌ହେନିଆ ଲେ ଜାୟାଙ୍ଗେ,  ମହୋବତେ, ବୀର ଜରା,  ରବ୍‌ନେ ବନାଦୀ ଯୋଡ଼ି, ଜବ୍‌ତକ୍‌ ହୈ ଯାନ୍‌ ଭଳି ଫିଲ୍ମ କରିଛନ୍ତି।

ଏମିତି ଆରମ୍ଭ ହେଲା ୟଶ୍‌ଙ୍କ ସହ ଶାହାରୁଖ୍‌ଙ୍କ ଯାତ୍ରା:

ଯେତେବେଳେ ୟଶ୍‌ ଶାହାରୁଖ୍‌ଙ୍କୁ ତାଙ୍କ ଫିଲ୍ମ ‘ଡର୍‌’ ପାଇଁ ସାଇନ୍‌ କଲେ, ସେତେବେଳେ ଶାହାରୁଖ୍‌ ତାଙ୍କୁ ଏତେଟା ପସନ୍ଦ ନ ଥିଲେ। ସେ ଶାହାରୁଖ୍‌ଙ୍କ ଫିଲ୍ମ ‘କିଙ୍ଗ୍‌ ଅଙ୍କଲ’ର ଫୁଟେଜ୍‌ ଦେଖିଥିଲେ ଯାହା ତାଙ୍କୁ ଏତେ ଭଲ ଲାଗି ନ ଥିଲା। କିନ୍ତୁ ସେ ବାଧ୍ୟ ଥିଲେ ସେଥିରେ ଶାହାରୁଖ୍‌ଙ୍କୁ ନେବାକୁ, କାରଣ ଅନ୍ୟ କେହି  ନେଗେଟିଭ୍‌ ରୋଲ୍‌ କରିବାକୁ ପ୍ରସ୍ତୁତ ନ ଥିଲେ। କିନ୍ତୁ ଫିଲ୍ମରେ ଶାହାରୁଖଙ୍କ ଅଭିନୟ ତାଙ୍କୁ ଖୁବ୍‌ ପ୍ରଭାବିତ କରିଥିଲା। ସେବେଠୁ ଆରମ୍ଭ ହୋଇଥଇଲା ଶାହାରୁଖ୍‌ଙ୍କ ସହ ତାଙ୍କର ବଲିଉଡ୍‌ ଯାତ୍ରା।

ୟଶ୍‌ଙ୍କ ଜୀବନର କିଛି କଥା:

  • ସେ ତାଙ୍କର ଶେଷ ସାକ୍ଷାତକାରରେ  ଫିଲ୍ମ ଜୀବନରୁ ଅବସର ନେବା କଥା ଘୋଷଣା କରିଥିଲେ। କିନ୍ତୁ ସେ ଘୋଷଣା ନେବାର ଗୋଟିଏ ମାସ ବି ତାଙ୍କ ପରିବାର ସହ କାଟି ପାରି ନ ଥିଲେ।
  • ତାଙ୍କ ନିର୍ଦ୍ଦେଶନାରେ୨୦୦୪ରେ ରିଲିଜ୍‌ ହୋଇଥିବା ଶେଷ ଫିଲ୍ମ ଥିଲା ‘ବୀର ଜରା’। ତା’ର ଦୀର୍ଘଦିନ ପରେ ସେ ଫିଲ୍ମ ‘ଜବ୍‌ ତକ୍‌ ହା ଜାନ୍‌’ ଜରିଆରେ ନିର୍ଦ୍ଦେଶନା କ୍ଷେତ୍ରକୁ ଫେରିଥିଲେ।
  • ଏକ ସାକ୍ଷାତକାରରେ ୟଶ୍‌ କହିଥିଲେ ସେ ତାଙ୍କ ବଡ଼ଭାଇ ବିଆର୍‌ ଚୋପ୍ରାଙ୍କ ସହ ୧୯୫୮ରେ ‘ସାଧନା’ ଫିଲ୍ମରେ କାମ କରିବା ସମୟରେ ତାଙ୍କ ପରିଚୟ ବୈଜୟନ୍ତୀ ମାଲାଙ୍କ ସହ ହୋଇଥିଲା।  ଆଉ ସେ ମୋତେ ନିର୍ଦ୍ଦେଶନା କ୍ଷେତ୍ରରେ ଧ୍ୟାନ ଦେବାକୁ କହିଥିଲେ।
  • ୟଶ୍‌ ନାରୀଙ୍କୁ ଖୁବ୍‌ ସମ୍ମାନ କରନ୍ତି। ଥରେ ଶାହାରୁଖ୍‌ ତାଙ୍କୁ ପଚାରିଥିଲେ ଯେ, ତାଙ୍କ ଫିଲ୍ମରେ ହିରୋଇନ୍‌ ମାନେ ଏତେ ସୁନ୍ଦର କାହିଁକି ଲାଗନ୍ତି ? ଏହି ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ‘ ଭଗବାନ୍‌ ମହିଳାଙ୍କୁ ଖୁବ୍‌ ସୁନ୍ଦର ବନେଇଥାନ୍ତି। ମୁଁ ସବୁ ମହିଳାଙ୍କୁ ସମ୍ମାନ କରେ। ମୁଁ ସେମାନଙ୍କ ମଧ୍ୟରେ କୌଣସି ଖରାପ୍‌ ଗୁଣ ଦେଖିପାରେ ନାହିଁ। ମୁଁ କେବଳ ମୋ କାମ କରେ ଓ ଭଗବାନଙ୍କ ଦୟାରୁ ସବୁକିଛି , ସୁନ୍ଦର କରିବାକୁ ପ୍ରୟାଶ କରିଥାଏ।
  • ଅକ୍ଟୋବର୨୧, ୨୦୧୨ରେ ତାଙ୍କର ଦେହାନ୍ତହୋଇଥିଲା। ସେ ତାଙ୍କ ନିର୍ଦ୍ଦେଶିତ ଶେଷ ଫିଲ୍ମ ବି ଦେଖିପାରି ନ ଥିଲେ।


from Odisha Reporter https://ift.tt/2EBNwwa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages