ସ୍ୱପ୍ନ ଦେଖାଇ ଠକୁଥିଲେ, ଧରାପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ସ୍ୱପ୍ନ ଦେଖାଇ ଠକୁଥିଲେ, ଧରାପଡ଼ିଲେ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ସମବାୟ ସମିତି ଅଧିକାରୀର ପରିଚୟ ଦେଇ ଠକେଇ ଅଭଯୋଗ ହୋଇଛି। ଆଜି ଏପରି ଦୁଇ ଅଭିଯୁକ୍ତଙ୍କୁ ଖୋର୍ଦ୍ଧା ଟାଉନ ଥାନାରେ ପୁଲିସର ଜିମା ଦେଇଛନ୍ତି ଠକେଇର ଶିକାର ହୋଇଥିବା ମହିଳାମାନେ। ଏହି ଦୁଇ ଅଭିଯୁକ୍ତ ହେଲେ କୁମାର ନାୟକ ଓ ଦୀପକ ଜେନା। ଏମାନେ ପୁରୀ, ଖୋର୍ଦ୍ଧା ଓ ବୌଦ୍ଧ ଜିଲ୍ଲାରେ ମହିଳାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଛନ୍ତି।
ଅଭିଯୋଗ ଅନୁସାରେ ରୋଜଗାର ଦେବାର ସ୍ୱପ୍ନ ଦେଖାଇ ଗାଁ ଗହଳିର ମହିଳାଙ୍କୁ ଏମାନେ ଠକୁ ଥିଲେ। ଏମାନେ ପ୍ରଥମେ ମହିଳାଙ୍କୁ ସୂତା ଦେଉଥିଲେ। ସେମାନଙ୍କଠାରୁ ବିଭିନ୍ନ ବ୍ରତ ତିଆରି କରି ସୋସାଇଟି ମାଧ୍ୟମରେ କିଣିବାକୁ କହୁଥିଲେ। ହେଲେ ଏଥିପାଇଁ ମହିଳାଙ୍କଠାରୁ ଶହେ ଟଙ୍କା ଲେଖାଏଁ ଓ ପାନ୍‌କାର୍ଡ ବାବଦକୁ ୨୦୦ ଟଙ୍କା ନେଉଥିଲେ। କିନ୍ତୁ ସୂତାର ବ୍ରତ କିଣିବା ତ ଦୂରର କଥା, ଧରା ଛୁଆଁ ଦେଉନଥିଲେ ଅଭିଯୁକ୍ତମାନେ। ଏହା ସହିତ ସମବାୟ ସମିତିରେ ଚାକିରିର ଲୋଭ ଦେଖାଇ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କଠାରୁ ମଧ୍ୟ ମୋଟା ଅଙ୍କର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।
ଖୋର୍ଦ୍ଧା ବଘେଇଟାଙ୍ଗିରେ ମହିଳାମାନେ ଦୁଇ ଅଭିଯୁକ୍ତଙ୍କୁ ଧରି ଥାନାରେ ଦେଇଛନ୍ତି। ଏହା ଜଣାପଡ଼ିବା ପରେ ଅଭିଯୋଗ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପୁଲିସ ଏହାର ତଦନ୍ତ ଆରମ୍ଭ କରୁଛି।



from Odisha Reporter https://ift.tt/2qko8AQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages