ବିଜେଡିର ରସିକିଆ ‘ଏ’ ମାର୍କା ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ବିଜେଡିର ରସିକିଆ ‘ଏ’ ମାର୍କା ନେତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୮ବର୍ଷ ଧରି ରାଜ୍ୟରେ କ୍ଷମତାସୀନ ବିଜେଡି ଏବେ ଧୀରେଧୀରେ ରସିକିଆ ବିଜେଡି ଦଳରେ ପରିଣତ ହେଲାଣି ବୋଲି ଚର୍ଚ୍ଚା ।ଶୁଣିବାକୁ ମିଳୁଛି, ଦଳରେ ପ୍ରଭାବଶାଳୀ ବୋଲାଉଥିବା କିଛି ନେତାଙ୍କ ରସିକିଆ ଗୁଣ ଯୋଗୁ ଏବେ କୁଆଡ଼େ ଦଳକୁ ଏଭଳି ବଦନାମ ମୁଣ୍ଡାଇବାକୁ ପଡ଼ୁଛି । ବିଶେଷକରି ଦଳରେ ଥିବା ଏକାଧିକ ପ୍ରଭାବଶାଳୀ ‘ଏ’ ନାମଧାରୀ ନେତାଙ୍କ କାର୍ଯ୍ୟକଳାପକୁ ନେଇ ବିଜେଡି ମହଲରେ ଚର୍ଚ୍ଚା ଜୋର ଧରିଛି।

ଶୁଣିବା କଥା ହେଲା, ଏକ ଆଦିବାସୀବହୁଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଦୁଇଜଣ ‘ଏ’ ନାମଧାରୀ ବ୍ୟକ୍ତି କୁଆଡ଼େ ଜିଲ୍ଲାରେ ଦଳୀୟ ସାଂଗଠନିକ କାର୍ଯ୍ୟକ୍ରମ ପରିବର୍ତ୍ତେ ଏବେ ନୂଆ ନେତ୍ରୀ ଅନ୍ୱେଷଣରେ ଲିପ୍ତ ଅଛନ୍ତି। ଜିଲ୍ଲାରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ମହିଳାଙ୍କ ଭାଗିଦାରୀ ଅଧିକ ଜରୁରୀ ଓ ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବାର ଆବଶ୍ୟକତା ଅଛି ବୋଲି କହି କୁଆଡ଼େ ଏହି ‘ଏ’ ନାମଧାରୀ ଦୁଇ ନେତା ଗତ କିଛିମାସ ହେଲା ନିଜର ରସିକିଆ ସ୍ୱଭାବର ପରିଚୟ ଦେଉଛନ୍ତି।

ଏହି ଦୁଇ ନେତାଙ୍କୁ ଏଭଳି କାର୍ଯ୍ୟରେ ସହଯୋଗ କରିବା ପାଇଁ କୁଆଡ଼େ ତାଙ୍କର ଖାସ୍ ଅନୁଗତମାନେ ସେଠାରେ ଡେରା ପକାଇଛନ୍ତି। ଅନୁଗତଙ୍କ ମଧ୍ୟରେ ୨ଜଣ ଯୁବ ବିଧାୟକ ଅଛନ୍ତି ଯେଉଁମାନେ ଏସବୁ କାର୍ଯ୍ୟରେ କୁଆଡ଼େ ବେଶ୍ ସିଦ୍ଧହସ୍ତ।

ଚର୍ଚ୍ଚା ହେଉଛି, ଏହି ନେତାମାନଙ୍କର ଏଭଳି କାର୍ଯ୍ୟକଳାପ ଯୋଗୁ ଜିଲ୍ଲାର ଦଳୀୟ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଜିଲ୍ଲାରେ ସଂଗଠନ ସୁଦୃଢ଼ ହେବା ପରିବର୍ତ୍ତେ ତଳକୁ ତଳ ଯିବାରେ ଲାଗିଛି । ଯେଉଁଥିପାଇଁ ସେହି ଜିଲ୍ଲାର ସାଂଗଠନିକ ଦାୟିତ୍ୱ ଅନ୍ୟ ନେତାଙ୍କୁ ଦେବାକୁ ଚାପ ପଡ଼ିଥିଲା। ମାତ୍ର ‘ଏ’ ନାମଧାରୀ ଏହି ଦୁଇ ନେତା କୁଆଡ଼େ ସେଭଳି ପରିବର୍ତ୍ତନକୁ ବିରୋଧ କରିଥିଲେ ଓ ନିଜର ପଦ ସୁରକ୍ଷିତ ରଖିବାରେ ସଫଳ ହୋଇଛନ୍ତି।

ଶୁଣିବାକୁ ମିଳୁଛି, କୁଆଡ଼େ ସେମାନଙ୍କ ନାଁରେ ଦଳ ମଧ୍ୟରେ ବିରୋଧ ରହିଥିବାରୁ ଏବେ ବିଜେଡିର କ୍ଷମତାକେନ୍ଦ୍ର ପାଲଟିଥିବା ଅନ୍ୟ ଜଣେ ‘ଏ’ ନାମଧାରୀଙ୍କୁ କୁଆଡ଼େ ସେମାନେ ଉକ୍ତ ଜିଲ୍ଲା ଭ୍ରମଣରେ ନେଇଛନ୍ତି। ସେଠାରେ ଏହି ‘ଏ’ନାମଧାରୀଙ୍କୁ ଖୁସି କରିବା ପାଇଁ ସବୁପ୍ରକାରର ବନ୍ଦୋବସ୍ତ କରାଯାଇଛି। ଆଉ ରସିକିଆ ସ୍ୱଭାବର ଏହି ‘ଏ’ ନାମଧାରୀ ବି ଏଭଳି ଆତିଥ୍ୟରେ ପୁରା ବିହ୍ଵଳ ହୋଇପଡ଼ିଛନ୍ତି। ଏହି ମଉକାରେ ରସିକିଆ କ୍ଷମତାକେନ୍ଦ୍ର ‘ଏ’ଙ୍କୁ କୁଆଡ଼େ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରଭାବଶାଳୀ ‘ଏ’ ନାମଧାରୀ ନେତାଙ୍କ ରଷିକିଆ ମିଜାସକୁ ଖୁସ କରି ପ୍ରଭାବିତ କରିବା ସଙ୍ଗେସଙ୍ଗେ ଦଳରେ ନିଜର ହଜି ଯାଉଥିବା ପ୍ରଭାବକୁ ପୁଣିଥରେ ଫେରି ପାଇବାକୁ ପ୍ରୟାସ କରୁଛନ୍ତି ବୋଲି ଚର୍ଚ୍ଚା।



from Odisha Reporter https://ift.tt/2SrKZr8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages