ବଢ଼ିଲା ରାଫେଲ୍‌ ଅଡ଼ୁଆ, ମୂଲ୍ୟ ନିର୍ଦ୍ଧାରଣ ସମ୍ପର୍କିତ ତଥ୍ୟ ମାଗିଲେ ସୁପ୍ରିମ୍‌କୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ବଢ଼ିଲା ରାଫେଲ୍‌ ଅଡ଼ୁଆ, ମୂଲ୍ୟ ନିର୍ଦ୍ଧାରଣ ସମ୍ପର୍କିତ ତଥ୍ୟ ମାଗିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଆଜି ରାଫେଲ ଚୁକ୍ତିର ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟା ଏବଂ ଏଥିରୁ ହେବାକୁ ଥିବା ଫାଇଦା ବାବଦରେ ୧୦ ଦିନରେ ତଥ୍ୟ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତଥ୍ୟ ସରକାର ବନ୍ଦ ଲଫାପାରେ ଦେବେ ଏବଂ ନିଷ୍ପତ୍ତି ନେବାର ପ୍ରକ୍ରିୟା ବାବଦରେ ଜଣାଇବେ ବୋଲି ସୁପ୍ରିମ୍‌କୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେ ମାମଲାର ସିବିଆଇ ତଦନ୍ତ ନିମନ୍ତେ ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରି କୋର୍ଟ କହିଛନ୍ତି ବର୍ତ୍ତମାନ ଏଭଳି ଆଦେଶ ଦେବାର ଆବଶ୍ୟକତା ଉପୁଜିନାହିଁ।

ଶୁଣାଣିର ପରବର୍ତ୍ତୀ ତାରିଖ ନଭେମ୍ବର ୧୪କୁ ଧାର୍ଯ୍ୟ କରାଯାଇଛି। ଅଫ୍‌ସେଟ୍‌ ପାର୍ଟନରଙ୍କୁ ସାମିଲ କରାଯିବାର ପ୍ରକ୍ରିୟା ବାବଦରେ ମଧ୍ୟ ତଥ୍ୟ ମାଗିଛନ୍ତି କୋର୍ଟ। ଆଗକୁ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଏହି ନିର୍ଦ୍ଦେଶ ସରକାରଙ୍କୁ ଅଡ଼ୁଆରେ ପକାଇବାର ସମ୍ଭାବନା ରହିଛି।

ତଥ୍ୟ ସର୍ବସାଧାରଣ କରିବାକୁ ନେଇ ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ ଯୁକ୍ତି ଦର୍ଶାଇଥିଲେ ଯେ, ଏହି ତଥ୍ୟ ସଂସଦରେ ମଧ୍ୟ ଉପସ୍ଥାପିତ ହୋଇନାହିଁ ଏବଂ ପୂର୍ବ ସରକାର ମଧ୍ୟ ଏହି ତଥ୍ୟକୁ ଗୋପନ ରଖିଥିଲେ। ଏହାର ପ୍ରତିକ୍ରିୟାରେ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି, କୋର୍ଟ ଦର କିମ୍ବା ଭାରତୀୟ ନୌସେନାରେ ଏହାର ଉପଯୋଗିତା ବାବଦରେ ବିଚାର କରିବେ ନାହିଁ। କୂଟନୀତି ଦୃଷ୍ଟିରୁ ସମ୍ବେଦନଶୀଳ ତଥ୍ୟ ଦେବାର ଆବଶ୍ୟକତା ନାହିଁ ବୋଲି ମଧ୍ୟ କୋର୍ଟ କହିଛନ୍ତି। ଯଦି କୋର୍ଟଙ୍କୁ କୌଣସି ତଥ୍ୟ ଦେବା ନିମନ୍ତେ କେନ୍ଦ୍ର ସରକାରଙ୍କ ଆପତ୍ତି ଥାଏ ତେବେ ସେକଥା ସତ୍ୟପାଠ ଜରିଆରେ ଜଣାଇବାକୁ ମଧ୍ୟ କୋର୍ଟ କହିଛନ୍ତି।

ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହୋଇଥିବା ଏହି ୫୯,୦୦୦ ଟଙ୍କାର ଚୁକ୍ତି ବିରୋଧରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନା ଏବଂ ଅରୁଣ ସୌରୀ ମଧ୍ୟ ଆବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ମସିହାରେ ତାଙ୍କର ଫ୍ରାନ୍ସଗସ୍ତ ସମୟରେ ଏହି ଚୁକ୍ତି ବିଷୟରେ ଜଣାପଡ଼ିଥିଲା। ସେତେବେଳେ ଓଲାନ୍ଦେ ଫ୍ରାନ୍ସର ରାଷ୍ଟ୍ରପତି ଥିଲେ।

ପୂର୍ବରୁ ବିରୋଧୀମାନେ ଅଭିଯୋଗ କରିଆସୁଛନ୍ତି ଯେ, ସରକାର ଏହି ରାଫେଲ୍‌ ଜେଟ୍‌ କିଣା ପ୍ରକ୍ରିୟାରେ ରିଲାଏନ୍ସ ଡିଫେନ୍ସକୁ ପାର୍ଟନର କରିବା ପଛରେ ସରକାରଙ୍କ ଅନୀଲ ଅମ୍ବାନୀଙ୍କ ପ୍ରତି ରହିଥିବା ଅନୁକମ୍ପା ହିଁ ମୁଖ୍ୟ କାରଣ। କିନ୍ତୁ ଉଭୟ ସରକାର ଏବଂ ଅନୀଲ ଏହି ଅଭିଯୋଗକୁ ଖଣ୍ଡନ କରିଆସିଛନ୍ତି। ସରକାରଙ୍କ ପକ୍ଷରୁ ଯୁକ୍ତି ରଖାଯାଇଛି ଯେ, ଜାତୀୟ ସୁରକ୍ଷା ପାଇଁ ଏହା ବିପଜ୍ଜନକ ଏବଂ ଆଗକୁ ନିର୍ବାଚନ ଥିବାରୁ କୋର୍ଟକୁ ଏଭଳି ଉପାୟରେ ବ୍ୟବହାର କରାଯାଉଛି। ପୂର୍ବର କଂଗ୍ରେସ ସରକାର ୧୨୬ଟି ରାଫେଲ୍‌ ପାଇଁ ଚୁକ୍ତି କରିଥିଲା, ଯେଉଁଥିରୁ ୧୮ଟି ଫ୍ରାନ୍ସ ପଠାଇଥାନ୍ତା ଏବଂ ୧୧୮ଟି ଭାରତର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍‌) ନିର୍ମାଣ କରିଥାନ୍ତା। କିନ୍ତୁ ଏହି ଚୁକ୍ତି ଚୂଡ଼ାନ୍ତ ହୋଇପାରିନଥିଲା।



from Odisha Reporter https://ift.tt/2CRhh9G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages