୧୩ ବର୍ଷ ତଳେ ଏହି ରେକର୍ଡ କରିଥିଲେ ଧୋନି, ଆଜି ଯାଏ ଭାଙ୍ଗିନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

୧୩ ବର୍ଷ ତଳେ ଏହି ରେକର୍ଡ କରିଥିଲେ ଧୋନି, ଆଜି ଯାଏ ଭାଙ୍ଗିନି

dhoni23

ନୂଆଦିଲ୍ଲୀ: ୧୩ ବର୍ଷ ତଳେ ଆଜିର ଦିନରେ ମହେନ୍ଦ୍ର ସିଂହ ଧୋନି ଏକ ରେକର୍ଡ କରିଥିଲେ। ଆଜି ପର୍ଯ୍ୟନ୍ତ ଏହି ରେକର୍ଡକୁ କେହି ଭାଙ୍ଗି ପାରି ନାହାନ୍ତି।

୨୦୦୫ ଅକ୍ଟୋବର ୩୧ ତାରିଖରେ ଜୟପୁରର ସବାଇ ମାନ ସିଂହ ଷ୍ଟାଡିୟମ୍‌ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ମ୍ୟାଚ୍‌ରେ ଧୋନି ୧୪୫ଟି ବଲ୍‌ରୁ ୧୮୩ ରନ୍ କରିଥିଲେ। ଜଣେ ୱିକେଟ୍ କିପର୍ ଭାବେ ଦିନିକିଆରେ ଏହା ହେଉଛି ସବୁଠୁ ବଡ଼ ବ୍ୟକ୍ତିଗତ ସ୍କୋର। ଏହା ମଧ୍ୟ ଦିନିକିଆରେ ଧୋନିଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର।

ଧୋନିଙ୍କ ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ଆଡାମ୍ ଗିଲ୍‌କ୍ରିଷ୍ଟଙ୍କ ନାଁରେ ଥିଲା। ସେ ୨୦୦୪ରେ ଜିମ୍ବାୱେ ବିପକ୍ଷରେ ୧୭୨ ରନ୍ କରିଥିଲେ।

ଏହି ତାଲିକାରେ ଏବେ ଗିଲ୍‌କ୍ରିଷ୍ଟ ତୃତୀୟ ସ୍ଥାନରେ ଅଛନ୍ତି। ୨୦୧୬ରେ ଦକ୍ଷିଣ ଆଫ୍ରିକାର ୱିକେଟ୍ କିପର୍ କୁଇଣ୍ଟନ ଡି କକ୍ ‌ଅଷ୍ଟ୍ରେଲିଆ ବିପକ୍ଷରେ ୧୭୮ ରନ୍‌ର ପାଳି ଖେଳିଥିଲେ।

dhoniସୂଚନାଯୋଗ୍ୟ, ଯେଉଁ ମ୍ୟାଚ୍‌ରେ ଧୋନି ଏହି ରେକର୍ଡ କରିଥିଲେ ସେଥିରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୯୮ ରନ୍ କରିଥିଲା। ଏହି ମ୍ୟାଚ୍‌ରେ ସଚିନ ତେନ୍ଦୁଲକର ମାତ୍ର ୭ ରନ୍‌ରେ ଆଉଟ୍ ହୋଇଯାଇଥିବା ବେଳେ ଧୋନିଙ୍କୁ ୩ ନମ୍ବରରେ ବ୍ୟାଟିଂ କରିବାକୁ ପଠାଇଥିଲେ ଅଧିନାୟକ ରାହୁଲ ଦ୍ରାବିଡ଼।

ଧୋନି ତାଙ୍କର ଏହି ପାଳିରେ ୧୫ଟି ଚୌକା ଓ ୧୦ଟି ଛକ୍କା ମାରିଥିଲେ। ଏଥିରେ ତାଙ୍କର ହେଲିକପ୍ଟର ଶଟ୍‌ ବି ଦେଖିବାକୁ ମିଳିଥିଲା। ତାଙ୍କର ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ୪୬.୧ ଓଭରରେ ୩୦୩ ରନ୍ କରି ୬ ୱିକେଟ୍‌ରେ ମ୍ୟାଚ୍ ଜିତି ଯାଇଥିଲା।

ବିସିସିଆଇ ପକ୍ଷରୁ ଆଜି ଏହି ମ୍ୟାଚ୍‌ର ଏକ ଭିଡିଓ ଟ୍ୱିଟ୍‌ର ପେଜ୍‌ରେ ପୋଷ୍ଟ୍ କରାଯାଇଛି। ୨୦୦୫ରେ ଆଜିର ଦିନରେ ଧୋନି ତାଙ୍କ ଦିନିକିଆ କ୍ୟାରିୟର ସର୍ବାଧିକ ସ୍କୋର କରିଥିଲେ ବୋଲି ଏହି ପୋଷ୍ଟରେ ଲେଖାଯାଇଛି।

ଭିଡିଓରେ ଦେଖନ୍ତୁ ତାଙ୍କର କିଛି ଶଟ୍।



from Odisha Reporter https://ift.tt/2OZ6Ubk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages