କେନ୍ଦୁଝରିଆ ପତ୍ର ପୋଡା ମାଂସ ଏବେ ରାଜଧାନୀରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

କେନ୍ଦୁଝରିଆ ପତ୍ର ପୋଡା ମାଂସ ଏବେ ରାଜଧାନୀରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କେନ୍ଦୁଝରିଆ ମାଉଁଶ ପୋଡ଼ା’ ଏବେ ରାଜଧାନୀ ଭୁବନେଶ୍ୱରରେ। ସଞ୍ଜ ନଇଁଲେ ଏଇ ପୋଡ଼ା ମାଂସ ଖାଇବାକୁ ଜମୁଛି ଭିଡ଼। ଏସି ହୋଟେଲରେ ବସି ଚିକେନ୍‌, ମଟନ୍‌ ଖାଇବାର ମଜାଠାରୁ ଏ ମଜା ନିଆରା। ଖୋଲା ଆକାଶ ତଳେ ଶାଳପତ୍ରରେ ପରସା ଯାଉଥିବା ଦେଶୀ କୁକୁଡା ନ ହେଲେ ଦେଶୀ ଖାସି ମାଂସ।

ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ଦେଖିବାକୁ ମିଳୁଛି ଏମିତି ପରିବେଶ।

ସେପ୍ଟେମ୍ବର ୨୭ରୁ  ରାଜ୍ୟସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଖାଦ୍ୟମେଳା। ଏଠାରେ ଲାଗିଥିବା ବିଭିନ୍ନ ଷ୍ଟଲ ମଧ୍ୟରୁ କେନ୍ଦୁଝରରୁ ଆସିଥିବା ପତ୍ରପୋଡ଼ା ମାଂସ ଷ୍ଟଲ୍‌ରେ କିନ୍ତୁ ଲୋକମାନଙ୍କ ଭିଡ଼ ଟିକେ ଅଧିକ ହେଉଛି। ଏହି ଷ୍ଟଲ୍‌ରେ ପତ୍ରପୋଡ଼ା ଦେଶୀ କୁକୁଡ଼ା, ଖାସି ମାଂସ ସହିତ ପତ୍ର ପୋଡ଼ା ଛତୁ ଓ ଚିଙ୍ଗୁଡ଼ି ବି ମିଳୁଛି।

ଏହି ପୋଡା ମାସଂରେ ଅଧିକ ତେଲ ମସାଲା ଦିଆଯାଉନାହିଁ। ଅଧା ସିଝା ମାଂସରେ କେବଳ ସାମାନ୍ୟ ମସଲା ଦେଇ ଶାଳପତ୍ରରେ ଗୋଡ଼ାଇ ତାୱାରେ ଶେକାଯାଉଛି। ଆଉ ପ୍ରସ୍ତୁତ ହୋଇଯାଉଛି ସ୍ୱାଦିଷ୍ଟ ପତ୍ରପୋଡା ମାଂସ।

ଅତ୍ୟଧିକ ତେଲ ମସଲା ଏଥିରେ ଦିଆଯାଉ ନ ଥିବାରୁ ଲୋକମାନେ ଏହି ଖାଦ୍ୟକୁ ବେଶ୍‌ ପସନ୍ଦ କରୁଛନ୍ତି। ଏହା ସହିତ ପୂର୍ବକାଳରେ ଯେମିତି ଲୋକମାନେ ପୋଡ଼ା ଜିନିଷ ଖାଉଥିଲେ ତାହାର ସ୍ୱାଦ ଉପଭୋଗ କରୁଛନ୍ତି।



from Odisha Reporter https://ift.tt/2CsuBSG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages