
ପଞ୍ଚକୁଲା: ଦୁଷ୍କର୍ମ ମାମଲାରେ ଜେଲ୍ରେ ଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ତଥା ଆତ୍ମଘୋଷିତ ବାବା ଗୁରମିତ ରାମ ରହିମ ସିଂହକୁ ଆଜି ପଞ୍ଚକୁଲାର ସ୍ୱତନ୍ତ୍ର ସିବିଆଇ କୋର୍ଟ ଲୋକଙ୍କୁ ନପୁଂସକ କରିବା ମାମଲାରେ ଜାମିନ୍ ପ୍ରଦାନ କରିଛନ୍ତି।
ତେବେ ଗୁରମିତ ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲ୍ଦଣ୍ଡ ପାଇଥିବାରୁ ପୂର୍ବପରି ସେ କଏଦୀ ଭାବେ ଜୀବନ ବିତାଇବେ। ଗୁରମିତ ତାଙ୍କ ଆଶ୍ରମରେ ରହୁଥିବା ତାଙ୍କ ଅନୁଗାମୀ ହେଉଥିବା ପୁରୁଷ ଶ୍ରଦ୍ଧାଳୁଙ୍କୁ ନପୁଂସକ କରିଦେଉଥିବା ଅଭିଯୋଗ ହୋଇଥିଲା। ଏନେଇ ସିବିଆଇ ପକ୍ଷରୁ ଚାର୍ଜଶିଟ୍ ମଧ୍ୟ ଦାଖଲ କରାଯାଇଥିଲା।
୨୦୧୪ରେ ପଞ୍ଜାବ ଓ ହରିଆଣା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଗୁରମିତ ଏବଂ ଦୁଇ ଜଣ ଡାକ୍ତର ପଙ୍କଜ ଗର୍ଗ ଓ ଏମ୍ପି ସିଂହଙ୍କ ନାଁରେ ଏନେଇ ମାମଲା ରୁଜୁ କରିଥିଲା।
from Odisha Reporter https://ift.tt/2DXI9XC
No comments:
Post a Comment