
ପୁରୀ(ଓଡ଼ିଶା ରିପୋର୍ଟର): ତିତ୍ଲି ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା । ଜଳାର୍ଣ୍ଣବ ହୋଇଛି ଶ୍ରୀକ୍ଷେତ୍ର ପୁରୀ । ବଡଦାଣ୍ଡ ସମେତ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବାରୁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ତେବେ ଦୁଇ ମାସରୁ ଅଧିକ ସମୟ ଧରି ପାଣି ଘେରରେ ଥିବା ସୁଜାତା ନଗର ପୁଣି ଜଳବନ୍ଦୀ ହୋଇପଡିଛି। ଥିବାରୁ ଲୋକଙ୍କ ଚିନ୍ତା ବଢ଼ି ଯାଇଛି। ସେପଟେ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି।
ଭିଆଇପି ରୋଡ, ଡାକ୍ତରଖାନା ଛକ, ସବୁଠି ଆଣ୍ଠୁଏ ଉଚ୍ଚେରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ମାର୍କେଟ ଛକରୁ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ଗାଡି ଚାଲିବା ଏକ ରକମ ଠପ୍ ହୋଇଯାଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଯାତ୍ରୀ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି।
ଭିଆଇପି ରୋଡର ଅବସ୍ଥା ନ କହିବା ଭଲ। ବର୍ଷା ଆରମ୍ଭରୁ ପାଣି ନିଷ୍କାସନ ପାଇଁ ଦମକଳ ବାହିନୀ ଲାଗିଥିଲେ ମଧ୍ୟ ଏହାର ପ୍ରଭାବ କିନ୍ତୁ ଦେଖିବାକୁ ମିଳି ନ ଥିଲା। ଫଳରେ ଆଣ୍ଠୁଏ ପାଣିରେ ଲୋକେ ଯିବା ଆସିବା କରୁଥିବା ଦେଖିବାକୁ ମିଳିଥିଲା ।
from Odisha Reporter https://ift.tt/2OWTED2
No comments:
Post a Comment