
ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ସୁନା ଦୋକାନରୁ ଡକାୟତି କରିବାକୁ ଉଦ୍ୟମ କରି ଧରାପଡିଛନ୍ତି ୭ ଲୁଟେରା। ଘଟଣା ଘଟିଛି ଖୋର୍ଦ୍ଧାରେ। ସୁନା ଦୋକାନରୁ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ସଦର ଥାନା ପୋଲିସ ୭ ଜଣଙ୍କୁ ଗିରଫ କରିଛି।
୧୬ ନମ୍ବର ଜାତୀୟ ରାଜପଥ ଓସିସି ଛକଠାରେ ଡକାୟତି ଲାଗି ଏକାଠି ହୋଇଥିବା ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ କିଛି ଡକାୟତ ଫେରାର ହୋଇଯାଇଥିବା ବେଳେ ୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ।
ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ଅଞ୍ଚଳର ସୁଜିତ ବେହେରା, ଖୋର୍ଦ୍ଧା ଅଂଚଳର ସୁରେଶ ସାହୁ, କୁମାରବସ୍ତର ଦିବ୍ୟାଙ୍କର ଗଜେନ୍ଦ୍ର, ନିହାର ରଂଜନ ସାମନ୍ତରାୟ, ସରୋଜ କହଲସିଂ, ତାପସ ମଂଗରାଜ ଓ ଅଣ୍ଡା ଗାଁର ଅଲତାବ ହୁସେନ। ସେମାନଙ୍କ ନିକଟରୁ ୨ଟି ମାଉଜର, ୧୦ ରାଉଣ୍ଡ ଗୁଳି ସହ ୧୭ଟି ବୋମା ମଧ୍ୟ ଜବତ କରାଯାଇଛି। ଗିରଫ ଡକାୟତମାନେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ସାମିଲ ଥିବା ପୋଲିସ ସୂଚନା ଦେଇଛି।
from Odisha Reporter https://ift.tt/2NEkpY6
No comments:
Post a Comment