
ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ ଦୋଳସାହି ହାଇସ୍କୁଲ୍ ପଛପଟୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଭୟଙ୍କ ଘର ସ୍ଥାନୀୟ ଅଞ୍ଚଳରେ ବୋଲି ଜଣାପଡ଼ିଛି।
ମୃତଦେହ ଦୁଇଟି ଉପରେ ମାଛି ବସି ଥିଲେ। ଦୁଇ ତିନି ଦିନ ହେବ ସେମାନଙ୍କ ମୃତ୍ୟୁ ହୋଇଛି ବୋଲି ଅନୁମାନ କରାଯାଉଛି।
ଏହା ଆତ୍ମହତ୍ୟା ନା ହତ୍ୟା, ତାହା ସ୍ପଷ୍ଟ ହୋଇନି। ପୁଲିସ୍ ଘଟଣାର ତଦନ୍ତ କରୁଛି।
ସେମାନଙ୍କୁ ହତ୍ୟା କରାଯାଇଥିବା ନେଇ ଗାଁ ଲୋକେ ସନ୍ଦେହ କରୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଏହି ଯୁବକ ଜଣଙ୍କ ଯୁବତୀ ଜଣଙ୍କୁ ଅପହରଣ କରି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଯୁବତୀଙ୍କ ବାପା ଏହି ଅଭିଯୋଗ କରିବା ପରେ ଗତକାଲି ପୁଲିସ୍ ଯୁବକଙ୍କ ବାପାଙ୍କୁ ଥାନାକୁ ଡାକି ପଚରାଉଚରା ମଧ୍ୟ କରିଥିଲା।
from Odisha Reporter https://ift.tt/2pDNkCb
No comments:
Post a Comment