ଏହି ନମ୍ବରରୁ ଫୋନ୍‌ ଉଠାନ୍ତି ନାହିଁ ପ୍ରୀତି ଜିଣ୍ଟା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ଏହି ନମ୍ବରରୁ ଫୋନ୍‌ ଉଠାନ୍ତି ନାହିଁ ପ୍ରୀତି ଜିଣ୍ଟା !

ମୁମ୍ବାଇ: ଗୋଟିଏ ସମୟରେ ବଲିଉଡ୍‌ ଡିମ୍ପଲ ଗାର୍ଲ ଭାବେ ପରିଚିତ ପ୍ରୀତି ଜିଣ୍ଟାଙ୍କୁ ଅଣ୍ଡର ୱାର୍ଲ୍ଡ ଧମକର ସାମ୍ନା କରିବାକୁ ପଡ଼ିଥିଲା।  ସେ ସମୟରେ ତାଙ୍କୁ +92ରୁ ଆରମ୍ଭ ହେଉଥିବା ନମ୍ବରରୁ ବାରମ୍ବାର କଲ୍‌ ଆସୁଥିଲା, ଆଉ ଡରରେ ପ୍ରୀତି ଏହି କଲ୍‌ ଉଠାଉ ନ ଥିଲେ।

ନିକଟରେ ଇଣ୍ଡିଆ ଟୁଡେର ଏକ କାର୍ଯ୍ୟକ୍ରମକୁ ଆସି ସେ ଏହି ବିଷୟରେ ଆଲୋଚନା କରିଛନ୍ତି। ପ୍ରିତୀ କହିଛନ୍ତି, ‘‘ସେ ସମୟରେ ମୋତେ ଏହି ନମ୍ବରରୁ ବାରମ୍ବାର କଲ୍‌ ଆସେ। କିନ୍ତୁ ମୁଁ ଉଠାଏନି। ଅଜାଣତରେ ଯେବେ ଉଠାଏ ମୋତେ ଧମକ୍‌ ଦିଆଯାଏ ଆଉ ମୁଁ ଡରିଯାଏ। ମୁଁ ଖୁବ୍‌ ଚିନ୍ତିତ ଥିବାବେଳେ ଥରେ ଲାଲ୍‌ କୃଷ୍ଣ ଆଡ୍‌ଭାଣୀ ଜୀ ମୋତେ ନ ଡରିବାକୁ ଆଶ୍ୱସନା ମଧ୍ୟ ଦେଇଥିଲେ।’’

ଅଣ୍ଡରୱାଲ୍ଡରୁ ଧମକ ଆସିବା ସମୟରେ  ପ୍ରୀତି ସିକ୍ୟୁରିଟି ନେବାକୁ ମନା କରି ଦେଇଥିଲେ।  କିନ୍ତୁ  କିଛି ପୁଲିସ୍‌, ୟୁନିଫର୍ମ ନ ପିନ୍ଧି ତାଙ୍କ ସହ ସେଟ୍‌ରେ ରହୁଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ ତାଙ୍କୁ ଯେଉଁ ନମ୍ବରରୁ କଲ୍‌ ଆସୁଥିଲା ତାହା ହେଉଛି ପାକିସ୍ତାନୀ ଆଇ.ଏସ୍‌.ଡି. କୋଡ୍‌।



from Odisha Reporter https://ift.tt/2yjZhRq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages