
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟସ୍ଥ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍।
ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସ୍ରେ ୩୧୧ ରନ୍ କରି ଅଲ୍ ଆଉଟ୍ ହୋଇଯିବା ପରେ ଆଜି ଭାରତ ତା’ର ପ୍ରଥମ ଇନିଂସ୍ ଆରମ୍ଭ କରିଛି। ପ୍ରଥମ ଟେଷ୍ଟ୍ ଭଳି ଏହି ଟେଷ୍ଟରେ ବି ଲୋକେଶ ରାହୁଲ ଓ ପୃଥ୍ୱୀ ଶ’ ଓପନିଂ କରିଥିଲେ।
ରାଜକୋଟ୍ରେ ପଦାର୍ପଣ ଟେଷ୍ଟରେ ଶତକ ମାରିଥିବା ପୃଥ୍ୱୀ ଆଜି ବି ଭଲ ଖେଳିଛନ୍ତି। ସେ ୫୩ଟି ବଲ୍ରେ ୭୦ ରନ୍ କରି କ୍ୟାଚ୍ ଆଉଟ୍ ହୋଇଛନ୍ତି। ଏଥିରେ ୧୧ଟି ଚୌକା ଓ ଗୋଟିଏ ଛକ୍କା ସାମିଲ ଅଛି।
ରାଜକୋଟ୍ରେ ସେ ପ୍ରଥମ ଇନିଂସରେ ୧୫୪ଟି ବଲ୍ରୁ ୧୯ଟି ଚୌକା ସହାୟତାରେ ୧୩୪ ରନ୍ କରିଥିଲେ।
ତେବେ ଲୋକେଶ ରାହୁଲଙ୍କ ବେଳା ଖରାପ ପଡ଼ିଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍ ମ୍ୟାଚ୍ର ପ୍ରଥମ ଇନିଂସରେ ସେ ‘ଶୂନ’ରେ ଆଉଟ୍ ହୋଇଥିଲେ। ଆଉ ଆଜି ମାତ୍ର ୪ ରନ୍ କରି ଆଉଟ୍ ହୋଇ ଯାଇଛନ୍ତି।
ସୂଚନାଯୋଗ୍ୟ, ରାଜକୋଟ୍ରେ ପ୍ରଥମ ଟେଷ୍ଟକୁ ଭାରତ ଗୋଟିଏ ଇନିଂସ ଓ ୨୭୨ ରନ୍ରେ ଜିତିଥିଲା।
from Odisha Reporter https://ift.tt/2pQix5l
No comments:
Post a Comment