
ନୂଆଦିଲ୍ଲୀ: ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ଯଥା କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁ ପୁଣି ଥରେ ପାକିସ୍ତାନକୁ ପ୍ରଶଂସାରେ ପୋତି ପକାଇଛନ୍ତି। ସେ କହିଛନ୍ତି,“ପାକିସ୍ତାନର ଯେକୌଣସି ସ୍ଥାନକୁ ଗଲେ, ସେଠାରେ ଭାଷା ବଦଳାଇବାକୁ ପଡ଼ି ନଥାଏ କି ଖାଇବା ପିଇବାର ମଧ୍ୟ ପରିବର୍ତ୍ତନ ହୋଇ ନ ଥାଏ। ଏହାସହ ସେଠାକାର ଲୋକ ମଧ୍ୟ ବଦଳି ନ ଥାନ୍ତି। ହେଲେ ଦକ୍ଷିଣ ଭାରତ ଗଲେ ଭାଷା ଠାରୁ ଆରମ୍ଭ କରି ଖାଇବା ପିଇବା ସବୁ ବଦଳି ଯାଇଥାଏ।”
ସେ ଆହୁରି କହିଛନ୍ତି,“ଦକ୍ଷିଣ ଭାରତରେ ରହିବାକୁ ହେଲେ ଇଂରାଜୀ ଓ ତେଲୁଗୁ ଭାଷା ଶିଖିବାକୁ ପଡ଼ିବ। ହେଲେ ପାକିସ୍ତାନ’ରେ ରହିବାକୁ ହେଲେ କୌଣସି ଭାଷା ଶିଖିବା ଜରୁରୀ ହୋଇନଥାଏ।”
ସିଦ୍ଧୁଙ୍କ ଏହି ପାକିସ୍ତାନ ପ୍ରେମ ପୁଣି ଥରେ ତାଙ୍କୁ ବିବାଦରେ ପକାଇପାରେ।
ହିମାଚଳ ପ୍ରଦେଶ କସୌଲିରେ ଆୟୋଜିତ ଲିଟ୍ରେଚର ଫେଷ୍ଟିଭାଲରେ ସିଦ୍ଧୁ ପାକିସ୍ତାନକୁ ଏଭଳି ପ୍ରଶଂସା କରିଥିଲେ।
ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଶପଥଗ୍ରହଣ ସମାରୋହରେ ସିଦ୍ଧୁ ଅଂଶ ଗ୍ରହଣ କରିଥିଲେ। ସେଠାରେ ପାକିସ୍ତାନର ସେନା ମୁଖ୍ୟ ଜାଭେଦଙ୍କୁ ଆଲିଙ୍ଗନ କରିଥିଲେ ଓ ପାକିସ୍ତାନର ଉଚ୍ଚ ପ୍ରଂଶସା କରିଥିଲେ। ଏହାକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଯାଇଥିଲା।
from Odisha Reporter https://ift.tt/2RMlSz6
No comments:
Post a Comment