ପଶ୍ଚିମ ଓଡ଼ିଶାରେ ମା’ ଦୁର୍ଗାଙ୍କ ପୂଜା ବେଳେ କାହିଁକି ବାଜେ ଦୁଲ୍‌ଦୁଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

ପଶ୍ଚିମ ଓଡ଼ିଶାରେ ମା’ ଦୁର୍ଗାଙ୍କ ପୂଜା ବେଳେ କାହିଁକି ବାଜେ ଦୁଲ୍‌ଦୁଲି

bolangri

ବଲାଙ୍ଗିର (ସସ୍ମିତା ସାହୁ): ଆରମ୍ଭ ହୋଇଯାଇଛି ଶାରଦୀୟ ଦୁର୍ଗାପୂଜା। ସାରା ଓଡ଼ିଶା ଏବେ ମା’ଙ୍କ ଧରାବତରଣ ଖୁସିରେ ମସ୍‌ଗୁଲ। ପଶ୍ଚିମ ଓଡ଼ିଶା ମଧ୍ୟ ବାଦ୍ ପଡ଼ିନି। ସବୁଠି ଉତ୍ସବର ପରିବେଶ। ତେବେ ଅନ୍ୟ ସ୍ଥାନ ଗୁଡ଼ିକ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ମା’ଙ୍କ ଆରାଧନା ବେଳେ ଏକ ବିଶେଷ ପରମ୍ପରା ପାଳନ କରାଯାଇଥାଏ। ଏହି ପରମ୍ପରାଟି ଏଠାକାର ଦୁଲ୍‌ଦୁଲି ବାଦ୍ୟ ସହ ଜଡ଼ିତ। ଦୁଲ୍‌ଦୁଲିର ଷୋହଳଭରଣୀ ବାଦ୍ୟ ସାଙ୍ଗେ ସାଙ୍ଗେ ମା’ଙ୍କ ଆରାଧନା ଏଠାରେ କରାଯାଇଥାଏ।

ଅସନ୍ତୁ ଜାଣିବା ପଞ୍ଚବାଦ୍ୟ ଦୁଲ୍‌ଦୁଲିର ଏହି ଷୋହଳଭରଣୀ ବାଦ୍ୟ ଓ ମା’ଙ୍କ ପୂଜା ସମ୍ପର୍କରେ।

ଢୋଲ, ନିଶାନ, ତାଶା, ଟିମକିଡ଼ି ଓ ମହୁରୀ। ଏହି ୫ଟି ବାଦ୍ୟର ମିଶ୍ରଣକୁ ପଞ୍ଚବାଦ୍ୟ ଦୁଲ୍‌ଦୁଲି ବୋଲି କୁହାଯାଇଥାଏ। ଆଦିବାସୀ ମାନଙ୍କ ପୂଜାପାଠ, ଯାନିଯାତ୍ରାରେ ଏହି ବାଦ୍ୟର ପ୍ରାଧାନ୍ୟ ରହିଛି। ଦୁଲ୍‌ଦୁଲିର ତାଳେତାଳେ ଏମାନେ ମାଟି ମାଆ ସହିତ ବିଭିନ୍ନ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି।

bolangriଆର୍ଯ୍ୟ ସଂସ୍କୃତି ପରମ୍ପରାରେ ଦେବୀଙ୍କୁ ପଣ୍ଡିତ ବେଦମନ୍ତ୍ରରେ ଆବାହନ କରୁଥିବା ବେଳେ ଆଦି ପରମ୍ପରାରେ ଷୋହଳଭରଣୀ ବାଦ୍ୟ ସହିତ ଦେବୀଙ୍କୁ ଆରାଧନା କରାଯାଏ।

ଦୁର୍ଗାପୂଜା ସମୟ ଆସିଲେ, ପଶ୍ଚିମ ଓଡ଼ିଶାରେ ଡକରା ପଡ଼େ ଦୁଲ୍‌ଦୁଲି ବାଦ୍ୟକାରଙ୍କୁ। ମାଆଙ୍କ ପୂଜା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଷୋହଳ ପ୍ରକାର ବାଦ୍ୟରେ ଷୋହଳଭରଣୀ ବାଦ୍ୟ ବଜାଇଥାନ୍ତି ଏମାନେ। ମାଆଙ୍କ ଷୋଡ଼ଶ ଉପଚାର ପୂଜା ସହ ବାଜିଥାଏ ଏହି ୧୬ ପ୍ରକାର ବାଦ୍ୟ ବା ଷୋହଳଭରଣୀ।

କ’ଣ ଏହି ଷୋହଳଭରଣୀ ବାଦ୍ୟ?

ମାଙ୍କ ଷୋଡ଼ଶ ଉପଚାର ପୂଜାର ତାଳେ ତାଳେ ମୁହୁରିଆ ବିଭିନ୍ନ ସ୍ୱର ଦେଇ ମା’ଙ୍କୁ ଆବାହନ କରିଥାନ୍ତି। ଅନ୍ୟ କଳାକାରମାନେ ତାଳ ଦେଇ ଷୋହଳଭରଣୀ ବାଜା ବଜାଇଥାନ୍ତି। ଗୋଟିଏ ଗୋଟିଏ ଭରଣୀର ଚାରୋଟି ଝୁପାବାଦ୍ୟ ମଧ୍ୟ ରହିଛି। ୧୬ଟି ବାଦ୍ୟରେ ୬୪ଟି ଝୁଆ ବାଜିଥାଏ। ପତର ଉଠେନ, ଦେ ଅଣା, ବାଲି କଢ଼ା, ଦେ ବସା, ଉଦଲ ଫିକା, ଚକରକେଲି, ରସାବେଶ ଭଳି ୧୬ ପ୍ରକାର ବାଦ୍ୟକୁ ନେଇ ଷୋହଳଭରଣୀ ବାଦ୍ୟ ବାଜିଥାଏ।



from Odisha Reporter https://ift.tt/2RThIp1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages