ମହାପ୍ରସାଦ ଦର ନିର୍ଦ୍ଧାରଣ ହେବ, ୱେବ୍‌ସାଇଟ୍‌ରେ ରହିବ ତଥ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

ମହାପ୍ରସାଦ ଦର ନିର୍ଦ୍ଧାରଣ ହେବ, ୱେବ୍‌ସାଇଟ୍‌ରେ ରହିବ ତଥ୍ୟ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ମନଇଚ୍ଛା ଦରରେ କେହି ମହାପ୍ରସାଦ ବିକ୍ରି କରିପାରିବେ ନାହଁ। ଏଥିପାଇଁ ଦର ନିର୍ଦ୍ଧାରଣ ହେବ। ସୁଆରଙ୍କୁ ଚାଉଳ, ଡାଲି ଓ ଅନ୍ୟ ସାମଗ୍ରୀ ଯୋଗାଇ ଦେବ ଶ୍ରୀମନ୍ଦିର ପ୍ରଶାସନ। ପାରିଶ୍ରମିକ, ପରିବା ମୂଲ୍ୟ, ବୋଝ ମୂଲ୍ୟ, ହାଣ୍ଡି, କୁଡୁଆର ଦାମ ଓ ସୁଆରଙ୍କ ଲାଭାଂଶକୁ ମିଶାଇ ଏକ ନିର୍ଦ୍ଦିଷ୍ଟ ଦର ନିର୍ଦ୍ଧାରଣ କରାଯିବ।

ଆଜିର ଶ୍ରୀମନ୍ଦିର ପରିଚାଳନା କମିଟି ଓ ସୁଆର ମହାସୁଆର ନିଯୋଗ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଏହା ସହିତ ଆନନ୍ଦ ବଜାର ସୁପରିଚାଳନା ପାଇଁ ଅଭିଯୋଗ କରିବାର ବ୍ୟବସ୍ଥା ରହିବ। ଅଭିଯୋଗ ଗ୍ରହଣ ପାଇଁ ଏକ ପ୍ରକୋଷ୍ଠ ଓ ହେଲ୍‌ପ ଡେକ୍ସ ପାଇଁ ଶ୍ରୀମନ୍ଦିର ପ୍ରଶାସନର ଜଣେ କର୍ମଚାରୀ ଓ ସୁଆର-ମହାସୁଆର ନିଯୋଗର ଜଣେ ସଦସ୍ୟ ଉପସ୍ଥିତ ରହିବେ। କୌଣସି ଅସୁବିଧା ହେଲେ ଭକ୍ତମାନେ ନିଜର ସମସ୍ୟା ଏମାନଙ୍କୁ ଜଣାଇ ପାରିବେ।

ଅନଧିକୃତ ଭାବେ କେହି ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି କରିପାରିବେ ନାହିଁ। ସୁଆର -ମହାସୁଆର ତରଫରୁ ଏକ ୱେବ୍‌ ସାଇଟ୍ ମଧ୍ୟ ଖୋଲାଯିବ। ଏଥିରେ ମହାପ୍ରସାଦର ଚିତ୍ର ସହିତ ଦର ରହିବ। କେବେଠାରୁ ଏସବୁ ନିଷ୍ପତ୍ତି ଲାଗୁ କରାଯିବ, ତାହା ସ୍ଥିର ହୋଇ ନାହିଁ।



from Odisha Reporter https://ift.tt/2yKIwyT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages