‘ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରୁ ନାଁ କଟିଲେ ହତ୍ୟା କରିଦେବୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 4, 2018

‘ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରୁ ନାଁ କଟିଲେ ହତ୍ୟା କରିଦେବୁ’

ବାଙ୍କୀ (ସଞ୍ଜୟ କୁମାର ନାୟକ): “ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରୁ ନାଁ କଟିଲେ ହତ୍ୟା କରିଦେବୁ। କଲେଜରେ ବୋମା ପକାଇ ଧ୍ୱଂସ କରିଦେବୁ।” ଏପରି ଏକ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ବାଙ୍କୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ବାବାଜୀ ଚରଣ ଶତପଥୀଙ୍କ ପାଖକୁ ଆସିଥିଲା। ଆଜି ଏନେଇ ସେ ବାଙ୍କୀ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ ଆଜି ପ୍ରକାଶ ପାଇଥିବା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରୁ କିଛି ଆଶାୟୀ ପ୍ରାର୍ଥୀଙ୍କ ନାଁ ବାଦ ପଡ଼ିଥିଲା। ଏହାକୁ ନେଇ କ୍ୟାମ୍ପସ ବାହାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ଛକରେ ଟାୟାର ଜାଳି ମୁଖ୍ୟରାସ୍ତା ଅବରୋଧ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ କଲେଜରେ ଅନିର୍ଦ୍ଦିଷ୍ଟକାଳ ପାଇଁ ସାଇନେ ଡାଏ ଘୋଷଣା କରାଯାଇଛି।

ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ନିଷ୍ପତ୍ତିକୁ ବିରୋଧ କରି ଚୂଡ଼ାନ୍ତ ତାଲିକାରେ ଥିବା ଛାତ୍ରଛାତ୍ରୀମାନେ ଧାରଣା ଦେଇ ନିର୍ବାଚନ କରିବାକୁ ଅଡି ବସିଛନ୍ତି।

ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ବାବାଜୀ ଚରଣ ଶତପଥୀ କହିଛନ୍ତି-“ଲିଙ୍ଗଡୋ କମିଶନଙ୍କ ନିୟମ ଅନୁସାରେ ଆଜି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏଥିରେ କୌଣସି ଅନିୟମିତତା ହୋଇନି। ଏହା ସତ୍ତ୍ୱେ ଉତ୍ତେଜନା ଲାଗି ରହୁଥିବାରୁ ଷ୍ଟାଫ୍‌ କାଉନ୍‌ସିଲ୍‌ ବୈଠକରେ ପରେ ସାଇନେ ଡାଏ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛୁ। ଆସନ୍ତା କାଲି ସୁଦ୍ଧା ହଷ୍ଟେଲ୍‌ ଖାଲି କରିବାକୁ ଛାତ୍ରୀଛାତ୍ରମାନଙ୍କୁ ନିର୍ଦ୍ଦେଶ ଦେଇଛୁ।”



from Odisha Reporter https://ift.tt/2xXQg0T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages