‘ଫମ୍ପା ହେଲି ବି ବିଜେପିର ମାଠିଆ ଅଛି, ନବୀନ ବାବୁ ଭଙ୍ଗା ମାଠିଆ ଧରିଛନ୍ତି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 4, 2018

‘ଫମ୍ପା ହେଲି ବି ବିଜେପିର ମାଠିଆ ଅଛି, ନବୀନ ବାବୁ ଭଙ୍ଗା ମାଠିଆ ଧରିଛନ୍ତି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ଫମ୍ପା ମାଠିଆ କିଏ? ପ୍ରଜାତନ୍ତ୍ରରେ ଏପରି ଟିପ୍ପଣୀକୁ ନତମସ୍ତକ କରି ସ୍ୱୀକାର କରୁଛି। ଫମ୍ପା ହେଲେ ବି ବିଜେପିର ମାଠିଆ ଅଛି। ହେଲେ ନବୀନ ପଟ୍ଟନାୟକଙ୍କର ମାଠିଆ ଭାଙ୍ଗି ଗଲାଣି। ସେ ଭଙ୍ଗା ମାଠିଆ ଧରିଛନ୍ତି।”

ବିଜେଡିର ମାସିକିଆ ପଦଯାତ୍ରା ଆରମ୍ଭ କଲାବେଳେ ବିଜେପିକୁ ଆକ୍ଷେପ କରି ମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତ୍ରବ୍ୟର ଜବାବ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏପରି ଢଙ୍ଗରେ ଦେଇଛନ୍ତି। ଏଥିସହ ରାଜ୍ୟ ସରକାର ଆରମ୍ଭ କରିଥିବା ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିଥିବା ୧୮ ଲକ୍ଷ ହିତାଧିକାରୀଙ୍କ ହିସାବ ମାଗିଛନ୍ତି।

ସେ କହିଛନ୍ତି-“ମୁଖ୍ୟମନ୍ତ୍ରୀ କଥା କଥାରେ ହାତଲେଖା ପଢ଼ି କୁହନ୍ତି, ମୁଁ 3 T (ଟ୍ରାନ୍ସପରେନ୍ସି, ଟିମ୍‌ ୱାର୍କ ଓ ଟେକ୍ନୋଲଜି)ରେ ବିଶ୍ୱାସ କରେ। ତାହାହେଲେ ଟେକ୍ନୋଲଜି କାହିଁ? ଯଦି ମୁଖ୍ୟମନ୍ତ୍ରୀ ଟେକ୍ନୋଲଜିରେ ବିଶ୍ୱାସ କରୁଛନ୍ତି, ତାହାହେଲେ ନବରଙ୍ଗପୁର ବିଧାୟକଙ୍କ ସ୍ତ୍ରୀଙ୍କ ନାଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ କେମିତି ସାମିଲ୍‌ ହେଲା? ସେହିପରି କଟକ ମେୟର ତାଲିକାରେ କେମିତି ରହିଲେ? ତେଣୁ ଏଥିରୁ ସ୍ପଷ୍ଟ ହେଉଛି ବିଧାୟକଙ୍କ ସୁପାରିସରେ ଦଳୀୟ କର୍ମୀମାନେ ଏହି ତାଲିକା ପ୍ରସ୍ତୁତ କରୁଛନ୍ତି।”

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, “ଓଡ଼ିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩ କୋଟି ୨୬ ଲକ୍ଷ ହିତାଧିକାରୀ ରହିଛନ୍ତି। ରାଜ୍ୟ ସରକାରଙ୍କ ପରାମର୍ଶରେ କେନ୍ଦ୍ର ସରକାର ହିତାଧିକାରୀ ତାଲିକା ସ୍ଥିର କରିଥିଲେ। ଏହା ପରେ ମଧ୍ୟ ଏହି ଯୋଜନାରେ ଆହୁରି ସାଢ଼େ ୩ ଲକ୍ଷ ହିତାଧିକାରୀଙ୍କୁ ସାମିଲ ହୋଇପାରିବେ। ବାକି ୩ରୁ ସାଢ଼େ ୩ ଲକ୍ଷ ହିତାଧିକାରୀଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍‌ କରାଯାଇପାରିନି। ଯାହା ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଖାଦ୍ୟ କମିଶନର ରଙ୍ଗଲାଲ୍‌ ଜାମୁଡ଼ା କହିଛନ୍ତି। କିନ୍ତୁ ରାଜନୈତିକ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଘୋଷଣା କଲେ। ଯାହାକୁ ଅକ୍ଟୋବର ୨ ତାରିଖରେ ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ୩୪ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରଥମେ କହିଥିଲେ। ପରେ କହିଲେ- ଆମେ ୩୨ ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରିବୁ। ଆଉ ଆଜି ଗଣମାଧ୍ୟମରେ ପ୍ରକାଶ ପାଇଛି ୧୮ ଲକ୍ଷ ହିତାଧିକାରୀଙ୍କୁ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ୍‌ରେ ସାମିଲ କରିବେ। ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ୩ରୁ ସାଢ଼େ ୩ ଲକ୍ଷ ହିତାଧିକାରୀ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ରୁ ବାଦ ପଡ଼ିଛନ୍ତି, ତାହାହେଲେ ୧୮ ଲକ୍ଷ ହିତାଧିକାରୀ କେଉଁଠୁ ଆଣିଲେ?”



from Odisha Reporter https://ift.tt/2y74zAH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages